Advertisment

ଗଛରେ ପିଟି ହୋଇ ଓଲଟିଲା ଭ୍ୟାନ୍‌, ୩ ମୃତ

ଗଛରେ ଭ୍ୟାନ୍‌ ପିଟି ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଭ୍ୟାନ୍‌ରେ ଥିବା ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Accident

Accident

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ କୁଟିବାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଛରେ ଭ୍ୟାନ୍‌ ପିଟି ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଭ୍ୟାନ୍‌ରେ ଥିବା ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। 

Advertisment

ମୃତକମାନେ ହେଲେ- ଜସ୍ମିତା ଗୁଣ୍ଡରା ମାଝୀ, ମେରଗୁଡ଼ାଲୁ ମାଝୀ ଏବଂ ଅନାମଇ ମାଝୀ ବୋଲି ଜଣାପଡ଼ିଛି। କୋଟଗଡ଼ରୁ ଟିଆମାହା ଯିବା ବେଳେ କୁଟିବାଲି ନିକଟରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଏହାପରେ ଓଲଟି ପଡ଼ିଥିଲା। 

ଆହତକଙ୍କୁ କୋଟଗଡ଼ ଓ ପରେ ବିଷମକଟକ ମେଡିକାଲ୍‌କୁ ସେମାନଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଏହି ସମସ୍ତ ଯାତ୍ରୀ ଓରା ଅଞ୍ଚଳରୁ କୋଟଗଡ଼ର ମଦାଙ୍ଗିକୁ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ।

Advertisment
Road Accident Accident
Advertisment
Advertisment