/odishatv-khabar/media/post_attachments/uploadimage/library/16_9/16_9_0/Balaosre_1643971126.jpg)
Balaosre
ରାସ୍ତା ଉପରେ ପଡ଼ି ରହିଛି ନବଜାତ ଶିଶୁଙ୍କ ମୃତଦେହ। ଏଣେତେଣ ବିକ୍ଷୀପ୍ତ ଅବସ୍ଥାରେ ପଡ଼ିଛି ଏହି ମୃତଦେହ। ଯାହା ଦେଖିବା ଓ ଦେଖାଇବା ମୁସକିଲ୍। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖର। ଯେଉଁଠି ଆଜି ସକାଳେ ଏଭଳି କିଛି ବିଚଳିତ କଲା ଭଳି ଘଟଣା ଘଟିଛି। ବର୍ଷା ହେବା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି ନବଜାତଙ୍କ ମୃତଦେହ । ଆଉ ବୁଲା କୁକୁର ଏହାକୁ ଝୁଣୁଛନ୍ତି ।
ତେବେ ଏଠି ନବଜାତ ଶିଶୁଙ୍କର ମୃତଦେହ କିପରି ଆସିଲା ସେ ସମ୍ପର୍କରେ ଜଣାପଡ଼ିନି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି। ମେଡିକାଲ୍ ସମ୍ମୁଖରେ ଏଭଳି ଘଟଣା ସମ୍ପର୍କରେ ସେ ଖବର ପାଇଛନ୍ତି । ଏସମ୍ପର୍କରେ ଅନୁସନ୍ଧାନ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି । ତେବେ ବାଲେଶ୍ୱରରେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ହେଉଛି। କାରଣ କେଉଁ ପରିସ୍ଥିତିରେ ଓ କିଏ ଏହି ଘଟଣା ପାଇଁ ଦାୟୀ ସେନେଇ ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ବର୍ଷା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)