Advertisment

୨୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

୨୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲେ। ପରିବାର ଲୋକ ମଧ୍ୟ ପୁଅର ଘରକୁ ଫେରିବାର ଆଶା ଛାଡ଼ି ଦେଇଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Son Reunites With Mother After 20 Yrs

Son Reunites With Mother After 20 Yrs

୨୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲେ। ପରିବାର ଲୋକ ମଧ୍ୟ ପୁଅର ଘରକୁ ଫେରିବାର ଆଶା ଛାଡ଼ି ଦେଇଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ୨୦ ବର୍ଷ ପରେ ନିଜ ସାଙ୍ଗ ସାଥି ଓ ପରିଜନକୁ ଫେସବୁକ୍‌ରୁ ଦେଖି ମା’ଙ୍କୁ ଭେଟିବାକୁ ବିକଳ ହୋଇ ଘରକୁ ଫେରିଲା ପୁଅ।  

Advertisment

ମୟୂରଭଞ୍ଜ ଜିଲ୍ଲା ବାରିପଦା ବାଘଡାରୋଡ ଅଞ୍ଚଳର ସୁଲୋଚନା ଚୌହାନଙ୍କ ପୁଅ ଅମରଜିତ୍‌ ଚୌହାନ ୧୭ ବର୍ଷ ବୟସରେ ଘର ଛାଡ଼ି ପଳାଇଥିଲେ। ଘରର ଅଭାବକୁ ନେଇ ସେ ଘର ଛାଡ଼ି ଚାଲି ଯାଇଥିଲେ। ନିଜ ଗୋଡ଼ରେ ନିଜେ ଠିଆ ହେବା ଆଶା ରଖି ଅମରଜିତ୍‌ ଘର ଛାଡିଥିଲେ। ସେହି ସମୟରେ ଘର ଲୋକ ତାଙ୍କୁ ବହୁ ଖୋଜି ଖୋଜି କରିଥିଲେ ମଧ୍ୟ ପାଇନଥିଲେ। 

ଘରୁ ଚାଲି ଆସିବା ପରେ ଅମରଜିତ୍ ମହାରାଷ୍ଟ୍ର, ଗୁଜୁରାଟ ସମେତ ଅନେକ ରାଜ୍ୟ ବୁଲି ସୁରକ୍ଷାକର୍ମୀ ଭାବେ କାମ କରିଥିଲେ। ଶେଷରେ ନିଜର ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସରେ ସଫଳ ହେବା ପରେ ୨୦ ବର୍ଷ ପରେ ସେ ଘରକୁ ଫେରିଛନ୍ତି। ଦୀର୍ଘ ବର୍ଷ ପରେ ସନ୍ତାନଙ୍କୁ ପାଖରେ ପାଇ ଅମରଜିତ୍‌ଙ୍କ ମା’ ସୁଲୋଚନାଙ୍କ ଆଖିରେ ଖୁସିର ଲୁହ ଚାଲି ଆସିଥିଲା। ଆଉ ଅମରଜିତ୍ ବି ନିଜ ମାଆଙ୍କୁ ୨୦ ବର୍ଷ ପରେ ଦେଖି ପାଇ ବେଶ୍‌ ଖୁସି ଅନୁଭବ କରିଛନ୍ତି।

Advertisment

ଦୀର୍ଘ ୨୦ ବର୍ଷ ପରେ ପୁଅକୁ ପାଖରେ ପାଇ ଅମରଜିତ୍‌ଙ୍କ ମା’ କହିଛନ୍ତି, ‘ମୁଁ ବହୁତ ଖୁସି। ମୋ ପୁଅକୁ ଦୀର୍ଘ ବର୍ଷ ପରେ ଦେଖିଲି। ପୁଅର କୌଣସି ଖୋଜଖବର ନଥିଲା। ତେଣୁ ସେ ଅଛି କି ନାହିଁ କେମିତି ଜାଣିବି ବୋଲି ଭାବି ଚିନ୍ତାରେ ରହୁଥିଲି। ଏଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବା ସହ ତା’ ନାଁରେ ଦୀପ ବି ଜାଳିଥିଲି।’

ଅମରଜିତ୍‌ କହିଛନ୍ତି,‘ମୁମ୍ବାଇ କୁର୍ଲା ଚାଲି ଯାଇଥିଲି। ସେଠାରେ ମୁଁ କାହାକୁ ଜାଣିବି ନଥିଲି। ସାଇକେଲ୍‌ ଦୋକାନରେ ରାତିରେ ଶୋଉଥିଲି। ସକାଳେ ଉଠି କାମ ଖୋଜିବା ପାଇଁ ବାହାରି ପଡ଼ୁଥିଲି। ମୁଁ ସେଠାକାର ସ୍ଥାନୀୟ ବାସିନ୍ଦା ହୋଇ ନଥିବାରୁ ମୋତେ କାମ ଦେବା ପାଇଁ କେହି ରାଜି ନଥିଲେ। ପରେ ମୋତେ କାମ ମିଳିଥିଲା’।

Family Reunites
Advertisment
Advertisment