/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643902545.jpg)
Ishaan Agrawal Kidnap Case
ଟଙ୍କା ପାଇଁ ଭୁବନେଶ୍ୱରରୁ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ ପଛରେ ସାଙ୍ଗ ହିଁ ରଚିଥିଲା ଷଡ଼ଯନ୍ତ୍ର। ୪ ଅପହରଣକାରୀଙ୍କୁ ଧରିବା ପରେ ଆଜି ଏଭଳି ସତ ସାମ୍ନାକୁ ଆସିଛି। ୪ଜଣଙ୍କ ମଧ୍ୟରୁ ଧନେଶ୍ୱର ପାତ୍ର ହେଉଛି ଅପହୃତ ଈଷାନଙ୍କ ବନ୍ଧୁ ଯିଏ ଥିଲା ମାଷ୍ଟରମାଇଣ୍ଡ । ଶିକ୍ଷାଦିକ୍ଷା କହିଲେ ମାତ୍ର ପ୍ଲସ୍ ଟୁ...ହେଲେ ୩୦ ଲକ୍ଷ ପାଇଁ ୫ ସହଯୋଗୀଙ୍କ ସହ ମିଶି ଫିଲ୍ମ ଷ୍ଟାଇଲରେ ଅପହରଣ କରି ୧୯ ଜଣିଆ ପୋଲିସ ଟିମ୍କୁ କିନ୍ତୁ ନାକେଦମ୍ କରିଦେଲା। ଆଜି ଧନେଶ୍ୱର ସମେତ ୪ ଦୁର୍ବୃତ୍ତଙ୍କୁ ଧରି କିଡନାପ୍ର ଡ଼େମୋ କରାଇଛି ପୋଲିସ ।
ରାଜଧାନୀର ଛାତି ଉପରୁ ଅପହରଣ ମାମଲାରେ ଟୁଇଷ୍ଟ। ୩୦ ଲକ୍ଷ ପାଇଁ ମୁଣ୍ଡ ଜାମିନ୍ର ସତ ଆସିଲା ସାମ୍ନାକୁ। ବନ୍ଧୁ ହିଁ ସାଜିଲା ବଇରୀ। ସାଙ୍ଗ ହିଁ ରଚିଥିଲା ଷଡ଼ଯନ୍ତ୍ର। ନିଜ ସାଙ୍ଗ ହିଁ ଈଷାନଙ୍କୁ ଅପହରଣ କରିଥିଲା ୩୬ ଘଣ୍ଟା ଧରି। ଆଉ ତାର ନାଁ ଧନେଶ୍ୱର ପାତ୍ର। ଘର ନୟାଗଡରେ ବୋଲି ପୋଲିସ କହିଛି। ଏହାସହ ବ୍ରହ୍ମପୁରର ରାମକ୍ରିଷ୍ଣ, ସମ୍ବଲପୁରର ସନ୍ତୋଷ ରାଉତ ଓ ଖଣ୍ଡଗିରିର ମୁସ୍ତାକ ଅଲ୍ଲିବି ଘଟଣାରେ ସାମିଲ ଅଛନ୍ତି। ଲକ୍ଷ୍ମୀସାଗରର ମେଡ଼ିସିନ୍ ସାମଗ୍ରୀ ବ୍ୟବସାୟୀ ରାମରୂପ ଅଗ୍ରୱାଲଙ୍କ ପୁଅ ଈଷାନଙ୍କୁ ଝାରପଡ଼ାରୁ କେମିତି କରିଥିଲେ କିଡନ୍ୟାପ୍, ତାହାର ଆଜି ଡେମୋ ଦେଖାଇଛନ୍ତି। ସୂଚନା ଅନୁସାରେ, ଈଷାନଙ୍କୁ ତାଙ୍କ ବନ୍ଧୁ ଧନେଶ୍ୱର ଫୋନ୍ରେ ଡକାଇଥିଲା ଚାପିଇବା ପାଇଁ। ଆଉ ସେହି ଆଳରେ ହୋଇଥିଲ କିଡ୍ନାପ। ଇଶାନ୍ ପହଞ୍ଚିବା କ୍ଷଣି ଏକ ଗାଡ଼ିରେ ସହଯୋଗୀଙ୍କ ସହାୟତାରେ ଈଷାନଙ୍କୁ ବନ୍ଧୁକ ଦେଖାଇବା ସହ ମୁହଁକୁ ବନ୍ଦ କରି ଅପହରଣ କରିନେଇଥିଲା ଧନେଶ୍ୱର।
ପୋଲିସର କହିବା କଥା, କିଛିବର୍ଷ ତଳେ ବ୍ରହ୍ମପୁରକୁ ଏକ ପରୀକ୍ଷା ଦେବାକୁ ଯାଇଥିବାବେଳେ ଧନେଶ୍ୱର ଓ ଈଷାନ୍ ମଧ୍ୟରେ ବନ୍ଧୁତା ହୋଇଥିଲା। ସେ ଦିନଠୁ ଈଷାନ ଓ ତାଙ୍କ ପରିବାର ବିଷୟରେ ସବୁ ତଥ୍ୟ ପାଇଥିଲା ଧନେଶ୍ୱର। ଜାଣି ଆଶ୍ଚର୍ଯ୍ୟ ହେବେ, ଧନେଶ୍ୱର ପାଠ ପଢ଼ିଛି ମାତ୍ର ପ୍ଲସ୍ ଟୁ ଯାଏଁ । ଏପରିକି ଗ୍ରାଫିକ୍ସ ଡିଜାଇନ ବି ଶିଖୁଛି। ହେଲେ ଗ୍ରାଫିକ୍ସ ଡିଜାଇନ୍ ଶିଖୁ ଶିଖୁ ଏଭଳି ଏକ ଅପରାଧ ନକ୍ସା ତିଆରି କରିଦେବ, ନା ଈଷାନ୍ ଜାଣିଥିଲେ ନା ତାଙ୍କ ବାପା। ଶେଷରେ ସେହି ବ୍ୟବସାୟୀ ବାପା ପାଖରୁ ୩୦ ଲକ୍ଷ ଆଶାରେ ସାଙ୍ଗଙ୍କ ସହ ଚାପିଇବା ଆଳରେ ଘରୁ ଡକାଇ କିଡନାପ୍ କଲା ପୁଅ ଈଷାନଙ୍କୁ। ଆଉ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ସମୟରେ ଫୋନ୍ କରି ଈଷାନଙ୍କ ବାପାଙ୍କୁ ବାରମ୍ବାର ଟଙ୍କା ମାଗୁଥିଲା ଧନେଶ୍ୱର। ଯାହାକୁ ନେଇ ୩୬ ଘଣ୍ଟା ଧରି ନାକେଦମ୍ ହୋଇଥିଲା କମିଶନରେଟ୍ ପୋଲିସର ୧୯ ଜଣିଆ ଟିମ୍। ଅପହୃତ ଇଷାନଙ୍କୁ ଉଦ୍ଧାର ପାଇଁ ଘୁରିବାକୁ ପଡ଼ିଥିଲା ପ୍ରାୟ ୮ଶହ କିଲୋମିଟର।
ସେପଟେ ଆଜି ଏହି ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।ତେବେ କୁଆଡ଼େ ଗଲେ ଅନ୍ୟ ୨ ସହଯୋଗୀ ? ଅଭିଯୁକ୍ତମାନେ ଆଉ କେଉଁ କେଉଁ ଘଟଣାରେ ସଂପୃକ୍ତ ? ଏସବୁର ସତ ଉଗାଳିବାକୁ ପୋଲିସ ରିମାଣ୍ଡରେ ନେବାକୁ ଯୋଜନା ରଖିଛି । ତାପୂର୍ବରୁ କିନ୍ତୁ ୪ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯିବ। ଯେଉଁଠି ଅପହୃତ ଈଷାନ୍ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବେ ବୋଲି କହିଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)