Advertisment

ନାଟୁଆ BJD ପ୍ରାର୍ଥୀଙ୍କ ଭିଡ଼ିଓ ଭାଇରାଲ, ସୁଟିଂ ପାଇଁ ମିଛରେ ପଖାଳ ଖାଉଛନ୍ତି, କାନ୍ଦୁଛନ୍ତି

ଖୁବ ଚର୍ଚ୍ଚା। ପ୍ରଚାର ପାଇଁ ସୁଟିଂ କରିଥିବା ଏହି ଭିଡ଼ିଓରେ ସେ ତଳେ ବସି ଜଣେ ମାଉସୀଙ୍କ ହାତରୁ ପଖାଳ ଖାଉଛନ୍ତି, ଆଉ ଭୋ ଭୋ ହୋଇ କାନ୍ଦୁଛନ୍ତି। ତେବେ ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ

author-image
Sarbeswar
BJD

BJD

ନୟାଗଡ଼ର ବିଜେଡ଼ି ପ୍ରାର୍ଥୀଙ୍କ ଭିଡ଼ିଓକୁ ନେଇ ଏବେ ଭାରି ଚର୍ଚ୍ଚା। କାରଣ ଭୋଟ ପ୍ରଚାର ବେଳେ ପଖାଳ ସାଙ୍ଗକୁ ଆଳୁ ବଡ଼ି ଚକଟା ଖାଉଛନ୍ତି ତାଙ୍କୁ କଣ ସତରେ ରୁଚୁଥିବ? ଦୃଶ୍ୟ ଦେଖିଲେ ଯାହା ଜଣାପଡ଼ୁଛି....କଂସାଏ ପଖାଳ ସିନା ବଢା ଯାଇଛି ହେଲେ ପାଖରେ କିନ୍ତୁ ସେତେ ପରିମାଣର ତିଅଣ ନାହିଁ। ତଥାପି ବୁଢୀ ମାଉସୀ ଜଣକ ଏ ନେତାଙ୍କୁ ଗୁଣ୍ଡା ଗୁଣ୍ଡା କରି ପଖାଳ ଖୁଆଉଛନ୍ତି। କିନ୍ତୁ ଆଉ ଏତିକି ବେଳେ ସେ କାନ୍ଦି ପକାଉଛନ୍ତି...

Advertisment

ସତରେ କଣ ଏ ଭାଇଙ୍କୁ ଏ ପଖାଳ ରୁଚିଥିବ? ବୋଧହୁଏ ରୁଚିନାହିଁ...କିନ୍ତୁ ଭାଇ ପୂରା ଆତ୍ମବିଭୋର ହୋଇ ମାଉସୀଙ୍କ ସାମ୍ନାରେ କାନ୍ଦି ପକାଉଛନ୍ତି। ସେପଟେ ମାଉସୀ ଭାଇଙ୍କ କାନ୍ଦ ଦେଖି ମୋ ପାଖରେ ତ ତତେ ଦେବାକୁ କିଛି ନାହିଁ ଠାକୁର ତତେ ଆଶୀର୍ବାଦ କରନ୍ତୁ ବୋଲି କହୁଛନ୍ତି। ଆଉ ଏହାର ଭିଡ଼ିଓ ମଧ୍ୟ ମୋବାଇଲରେ ଉତ୍ତୋଳନ ହେଉଛି।

ଏଠାରେ ସ୍ପଷ୍ଟ କରୁଛୁ କି ଏ ଭିଡ଼ିଓ ଆମର ପ୍ରତିନିଧୀ ସୁଟିଂ କରିଥିବେ କିନ୍ତୁ ନା...ଏହା ତାଙ୍କର କୌଣସି ଅନୁଗୁତ କରିଛନ୍ତି। କଥା ଏତିକିରେ ସରିନି ବରଂ ମାଉସୀଙ୍କ ହାତକୁ ନେଇ ନିଜ ମୁଣ୍ଡ ଉପରେ ରଖିଲେଣି। ଆଉ ଗୀତ ବି ବାଜୁଛି ଏ ଜୀବନର ବନ୍ଧନ... ଏ ଭିଡ଼ିଓଟି ନୟାଗଡ଼ର ବୋଲି ଜଣାପଡ଼ିଛି।

Advertisment

ଏ ଶଙ୍ଖ ଦଳିଆ ନେତା ବୋଲି ଜଣାପଡିଛି। ଏହାପରେ ରାସ୍ତା ଉପରେ ବୁଢା ମଉସାଙ୍କୁ ଧରି ଚାଲୁଛନ୍ତି ତାହା ପୁଣି ମାତ୍ର ୪ ପାଦ। ଆପଣ ଭାବୁଥିବେ ମଉସାଙ୍କୁ ତାଙ୍କ ଘରକୁ ନେଇକି ଛାଡ଼ିବେ ବୋଧହୁଏ କିନ୍ତୁ ନା...ଆଗାମୀ ନିର୍ବାଚନ ପାଇଁ ଖାଲି ଆଶୀର୍ବାଦ ନେଲେ, ଭୋଟ୍‌ ପୂର୍ବରୁ ପାଂଚ ପାଦ ଚାଲିବା କଷ୍ଟ ହେଉଛି, ଆଗକୁ ଭୋଟରଙ୍କ ସହ କେମିତି ୫୦ ପାଦ ଚାଲିବାର ପ୍ରତିଶ୍ରୁତି ଦେଉଛନ୍ତି ତାହା ଏବେ ଚର୍ଚ୍ଚା। ଏ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଆଉ ବିଜେଡ଼ି ନେତାଙ୍କ ଏପରି ଡ୍ରାମାକୁ ନେଇ ଏବେ ଭାରି ଚର୍ଚ୍ଚା।

BJD Emotional Drama
Advertisment
Advertisment