/odishatv-khabar/media/post_attachments/uploadimage/library/16_9/16_9_0/Lighting_1689398805.jpg)
Lighting
ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ଉତ୍ତର ଭାରତ । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ ବିହାରର ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଯମୁନା ନଦୀର ବନ୍ୟା ପାଣି ରାଜଧାନୀକୁ ଅସ୍ତବ୍ୟସ୍ତ କରିଛି । ଘରଠୁ ରାସ୍ତା ସବୁଠି ଦେଖିବାକୁ ମିଳୁଛି ପାଣି ଆଉ ପାଣି । ଏହାରି ଭିତରେ ବର୍ଷା ସହ ବଜ୍ରପାତ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଏଥିପାଇଁ ୭ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ହେଲେ ଆପଣ ଜାଣନ୍ତି କି, ଆକାଶରେ ବଜ୍ରପାତ କିପରି ସୃଷ୍ଟି ହୁଏ ? ଆସନ୍ତୁ ଜାଣିବା ।
Advertisment
ବିଜୁଳି କିପରି ହୁଏ ?
୧୮୭୨ ମସିହାରେ ବୈଜ୍ଞାନିକ ବେଞ୍ଜାମିନ୍ ଫ୍ରାଙ୍କଲିନ୍ ପ୍ରଥମ ଥର ପାଇଁ ବଜ୍ରପାତର ପ୍ରକୃତ କାରଣ କହିଥିଲେ । ସେ କହିଥିଲେ କି, ଯେଉଁ ସମୟରେ ମେଘମାଳା ଗୁଡ଼ିକ ଆକାଶରେ ଏକାଠି ହୁଏ, ସେଥିରେ ଥିବା ଜଳର ଛୋଟ କଣିକା ପବନ ହେତୁ ପରସ୍ପର ସହ ଘସି ହୁଅନ୍ତି । ଫଳରେ ମେଘ ହେବା ସହ ଏକ ଚାର୍ଜ ସୃଷ୍ଟି ହୋଇଥାଏ । ଏହା ଦ୍ୱାରା ଲକ୍ଷ ଲକ୍ଷ ଭୋଲ୍ଟ ବିଦ୍ୟୁତ୍ ଉତ୍ପାଦନ ହେବା ସହ ବଜ୍ରପାତ ହୋଇଥାଏ ।
ବଜ୍ରପାତ ସମୟରେ ଶବ୍ଦ କାହିଁକି ହୁଏ ?
ବଜ୍ରପାତ ହେବା ପରେ ମେଘ ମଧ୍ୟରେ ଥିବା ଖାଲି ସ୍ଥାନରେ ବିଦ୍ୟୁତ୍ ପ୍ରବାହିତ ହୁଏ । ଫଳରେ ଆକାଶରେ ଉଜ୍ଜ୍ୱଳତା ଦେଖାଯାଇଥାଏ । ଖାଲି ସେତିକି ନୁହେଁ, ସେହି ସମୟରେ ଆକାଶରେ ଉତ୍ତାପ ମଧ୍ୟ ବୃଦ୍ଧି ପାଏ । ତେଣୁ ସେଠାରେ ଗରମ ପବନ ହେବା ସହ କୋଟି କୋଟି କଣିକା ପରସ୍ପରକୁ ଧକ୍କା ଦେଇଥା’ନ୍ତି । ଯାହାଦ୍ୱାରା ବଜ୍ରପାତର ଶବ୍ଦ ସୃଷ୍ଟି ହୋଇଥାଏ ।
Advertisment
କେଉଁଠି ଅଧିକ ବଜ୍ରପାତ ହେବା ଆଶଙ୍କା ଥାଏ ?
ବଡ଼ ବଡ଼ ଗଛକୁ ବଜ୍ରପାତ ହେବାର ଅଧିକ ଆଶଙ୍କା ରହିଥାଏ । ତାଛଡ଼ା ନଦୀ ଓ ପୋଖରୀରେ ଗାଧୋଇବା ବେଳେ ଲୋକଙ୍କ ଉପରେ ବଜ୍ରପାତ ହେବାର ଆଶଙ୍କା ରହିଥାଏ । ସେଥିପାଇଁ ଯେତେବେଳେ ବି ବଜ୍ରପାତ ହୋଇଥାଏ ଏହି ସ୍ଥାରରୁ ଦୂରେଇ ରହିବା ଆବଶ୍ୟକ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)