Advertisment

ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ ! ୧୪ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Weather News

Weather News

ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବଢ଼ିବ ବର୍ଷାର ପରିମାଣ। ଆଜି ପାଇଁ ୧୪ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏପରିକି ୭ରୁ ୧୧ ସେଣ୍ଟି ମିଟର ପର୍ଯ୍ୟନ୍ତ ବର୍ଷା ମଧ୍ୟ ହୋଇପାରେ। ତେବେ ୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟପଟେ ତିନି ଦିନ ହେଲାଣି ଜଳ ଯନ୍ତ୍ରଣାରେ ଛଟପଟ ଦେଶର ରାଜଧାନୀ ଦିଲ୍ଲୀ । ଏବେ ବି ଜଳମଗ୍ନ ହୋଇ ରହିଛି ପ୍ରମୁଖ ରାସ୍ତା। ଫଳରେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଆଇଟିଓଠାରୁ ରାଜଘାଟ, ଯମୁନା ବଜାରଠୁ ୱାଜିରାବାଦ୍ ସବୁଠି ରାସ୍ତାରେ ଲହଡି ଭାଙ୍ଗୁଛି ପାଣି। ଯମୁନା ନଦୀର ଜଳସ୍ତର ଖସିଥିଲେ ମଧ୍ୟ ଜଳ ନିଷ୍କାସିତ ହୋଇପାରୁନଥିବାରୁ ଜଳବନ୍ଦୀ ଜୀବନ ଜୀଉଁଛନ୍ତି ତଳି ଅଞ୍ଚଳ ବାସିନ୍ଦା। ଖାଲି ଲୋକେ କାହିଁକି ପୋଷା ଜୀବଜନ୍ତୁ ମଧ୍ୟ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି।

Advertisment

ଅନେକ ଅଞ୍ଚଳରୁ ଏନଜିଓ ସଂସ୍ଥାମାନେ ପୋଷା ଜୀବଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି। ଅନ୍ୟପଟେ ଜମୁନା ନଦୀ କୂଳରେ ଏକ ତଳିଆ ଅଞ୍ଚଳରେ ପାଣି ପଶିବା ବେଳେ ବାଲିବସ୍ତା ପକାଇ ଉଦ୍ଧାରକାରୀ ଟିମ୍ ଏହାର ମରାମତି କରିଛନ୍ତି। ରାତି ଅଧରେ ଦିଲ୍ଲୀ ଉପରାଜ୍ୟପାଳ ଘଟଣାସ୍ଥଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ୩ଟି ୱାଟର୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ବନ୍ଦ ଥିବାରୁ ପାନୀୟ ଜଳ ସଙ୍କଟ ବଢ଼ିଯାଇଛି। ଏଭଳି ଦୟନୀୟ ସ୍ଥିତି ଭିତରେ ରେସ୍କ୍ୟୁ ଆଉ ରିଲିଫ୍ ଅପରେସନରେ ଭାରତୀୟ ସେନା ସାମିଲ ହୋଇଛି।

Weather Update Rain Alert Weather News
Advertisment
Advertisment