Advertisment

ମୋବାଇଲ୍ ଚାର୍ଜିଂ ପାଇଁ ଆଉ ଟେନ୍‌ସନ୍ ନାହିଁ, ଲଗାଇଲା ମାନେ ଫୁଲ୍‌ଚାର୍ଜ..!

ସୁପରକାପାସିଟର ପରି ଅଧିକ ଦକ୍ଷ ଶକ୍ତି ସଂରକ୍ଷଣ ଉପକରଣର ବିକାଶ ହୋଇପାରେ ବୋଲି ଅଙ୍କୁର ଗୁପ୍ତା କହିଛନ୍ତି। ଫୋନ

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Charge laptops, Phones In A Minute

Charge Full

ଆଉ ଚର୍ଜିଂ ପାଇଁ ଟେନ୍‌ସନ୍ ନାହିଁ । ମାତ୍ର କିଛି ମିନିଟ୍‌ରେ ଫୁଲ୍‌ ଚାର୍ଜ ହେବ ମୋବାଇଲ - ଲାପ୍‌ଟପ୍ । ଆଜ୍ଞା ହଁ... ଆମ କଥା ଆପଣଙ୍କୁ ଟିକେ ଆଚମ୍ବିତ କରୁଥିଲେ ମଧ୍ୟ ଏହା ସତ । ଜଣେ ଭାରାତୀୟ ଯୁବକ ଏଭଳି ଏକ ଟେକ୍ନୋଲୋଜୀର ଆବିଷ୍କାର କରିଛନ୍ତି, ଯାହା ଚାର୍ଜିଂର ସମୟ ସୀମାକୁ ଢ଼େର ହ୍ରାସ କରିବାରେ ସଫଳ ହେବ । କେବଳ ମୋବାଇଲ ନୁହେଁ ଏହି ଟେକ୍ନୋଲୋଜୀକୁ ବିଭିନ୍ନ କ୍ଷେତ୍ରରେ ମଧ୍ୟ ବ୍ୟବହାର କରି ହେବ । 

Advertisment

ବିଜ୍ଞାନ ଏବଂ ଟେକ୍ନୋଲୋଜିର ଆଧୁନିକ ଦୁନିଆରେ ଏବେ ବି ଫୋନ୍ ଓ ଲାପଟପ୍ ଭଳି ବୈଦ୍ୟୁତିକ ଉପକରଣ ଚାର୍ଜ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ । କିନ୍ତୁ ଆମର ଏହି ସମସ୍ୟା ଏବେ ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି । କାରଣ ଜଣେ ଭାରତୀୟ ବଂଶୋଦ୍ଭବ ଗବେଷକ ଏପରି ଏକ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି ଯାହା ସାହାଯ୍ୟରେ ଗୋଟିଏ ମିନିଟରେ ଫୋନ୍ ଓ ଲାପଟପକୁ ଚାର୍ଜ କରିହେବ। କେବଳ ଏତିକି ନୁହେଁ, ଏହାର ବ୍ୟବହାରରେ ୧୦ ମିନିଟରେ ମଧ୍ୟ ଇଲେକ୍ଟ୍ରିକ୍ କାର ଚାର୍ଜ ହୋଇପାରିବେ। 

ଅଧିକ ପଢ଼ନ୍ତୁ: Technology: ନେଟ୍ ପ୍ୟାକ୍ ନାହିଁ, ଦରକାର ପଡୁଛି UPI ପେମେଣ୍ଟ; ଜାଣନ୍ତୁ ବିନା ଇଣ୍ଟର୍‌ନେଟ୍‌ରେ କିପରି କରିବେ

Advertisment

ଆମେରିକାର କଲରାଡ଼ୋ ବୋଲଡର ୟୁନିଭରସିଟିର କେମିକାଲ ଆଣ୍ଡ ବାୟୋଲୋଜିକାଲ ଇଞ୍ଜିନିୟରିଂର ସହକାରୀ ପ୍ରଫେସର ଅଙ୍କୁର ଗୁପ୍ତା ଏବଂ ତାଙ୍କ ଅନୁସନ୍ଧାନକାରୀ ଟିମ୍ ଏହି ନୂଆ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି । ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏ ପ୍ରସଙ୍ଗରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଗବେଷକମାନେ ଆୟନ ନାମକ ଏକ ଛୋଟିଆ ଚାର୍ଜ ପାର୍ଟିକଲ୍ସ (କଣିକା) କିପରି କ୍ଷୂଦ୍ର ପୋରର ଏକ ଜଟିଳ ନେଟୱାର୍କ ମଧ୍ୟରେ ଗତି କରେ ସେ ବାବଦରେ ବର୍ଣ୍ଣନା କରିଛନ୍ତି। ଏହି ସଫଳତାରୁ ସୁପରକାପାସିଟର ପରି ଅଧିକ ଦକ୍ଷ ଶକ୍ତି ସଂରକ୍ଷଣ ଉପକରଣର ବିକାଶ ହୋଇପାରେ ବୋଲି ଅଙ୍କୁର ଗୁପ୍ତା କହିଛନ୍ତି।

ଗୁପ୍ତା କହିଛନ୍ତି, "ଭବିଷ୍ୟତରେ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ମୁଁ ମୋର କେମିକାଲ ଇଞ୍ଜିନିୟରିଂ ଜ୍ଞାନକୁ ଶକ୍ତି ସଂରକ୍ଷଣ ଉପକରଣର ଅଗ୍ରଗତି କ୍ଷେତ୍ରରେ ପ୍ରୟୋଗ କରିବାକୁ ଚିନ୍ତା କଲି। ମୁଁ ଅନୁଭବ କଲି ଯେ, ଏହା ଉପରେ କିଛି ମାତ୍ରାରେ ଅନୁସନ୍ଧାନ ହୋଇନାହିଁ, ଆଉ ଏହା ହିଁ ଉପଯୁକ୍ତ ସମୟ। 

ଗୁପ୍ତା ଆହୁରି କହିଛନ୍ତି ଯେ, ତୈଳ ଭଣ୍ଡାର ଏବଂ ଜଳ ଫିଲ୍ଟରେସନ୍ ପରି ବହୁମୂଲ୍ୟ ପଦାର୍ଥରେ ପୋର୍ସ(ଏକ ପଥର କିମ୍ବା ଅନ୍ୟାନ୍ୟ ପଦାର୍ଥ, ଯେଉଁଥିରେ ସୂକ୍ଷ୍ମ ସ୍ଥାନ ବା ଛିଦ୍ର ଅଛି, ଯାହା ମାଧ୍ୟମ ଦେଇ ତରଳ କିମ୍ବା ପବନ ଯାଇପାରେ) ଅଧ୍ୟୟନ ପାଇଁ ଅନେକ ରାସାୟନିକ ଇଞ୍ଜିନିୟରିଂ କୌଶଳ ବ୍ୟବହୃତ ହୁଏ, କିନ୍ତୁ ସେଗୁଡିକ ଶକ୍ତି ସଂରକ୍ଷଣ ସିଷ୍ଟମରେ ସମ୍ପୂର୍ଣ୍ଣ ଭାବରେ ବ୍ୟବହୃତ ହୋଇନାହିଁ। ଏହି ଆବିଷ୍କାର କେବଳ ଯାନ ଏବଂ ବୈଦ୍ୟୁତିକ ଉପକରଣରେ ଶକ୍ତି ସଂରକ୍ଷଣ ପାଇଁ ନୁହେଁ, ବରଂ ପାୱାର ଗ୍ରୀଡ ପାଇଁ ମଧ୍ୟ ସହାୟକ ହୋଇପାରିବ। 

ଅଧିକ ପଢ଼ନ୍ତୁ: କଟାମୁଣ୍ତ ଯୋଡ଼ିବ ରୋବୋଟ୍ ! ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

Tips And Trick
Advertisment
Advertisment