Advertisment

Dispute Over Digha Jagannath Dham: 'ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ, କିନ୍ତୁ 'ଜଗନ୍ନାଥ ଧାମ' ନାଁ କଦାପି ଗ୍ରହଣୀୟ ନୁହେଁ’

ଦୀଘାରେ 'ଜଗନ୍ନାଥ ଧାମ' ନାଁ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
‘ଦୀଘା ଜଗନ୍ନାଥ ଧାମ ଏକ ବଡ଼ ଷଡ଼ଯନ୍ତ୍ର’

‘ଦୀଘା ଜଗନ୍ନାଥ ଧାମ ଏକ ବଡ଼ ଷଡ଼ଯନ୍ତ୍ର’

ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଭାବେ ଅବିହିତ କରାଯିବା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗଜପତି ମହାରାଜା ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି । ତେଣୁ ତାଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି ସୁଦର୍ଶନ ।

Advertisment

ଚିଠିରେ ସୁଦର୍ଶନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି, ଶାସ୍ତ୍ରୀୟ ମତ ଅନୁସାରେ ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ । ପଶ୍ଚିମବଙ୍ଗ ଦୀଘା ନୂଆ ମନ୍ଦିରରେ ଏଭଳି ଜଗନ୍ନାଥ ଧାମ ନାମ ବ୍ୟବହାର ଓ ପ୍ରଚାର ହିନ୍ଦୁ ଧର୍ମର ସଂସ୍କୃତି, ପ୍ରଥା ପରମ୍ପରା ପ୍ରତି ଧାର୍ମିକ ଦ୍ବନ୍ଦ୍ବ ସୃଷ୍ଟି କରିବ । ଆଉ ଧାର୍ମିକ ଭାବନାର ବିରୋଧରେ ଯିବ ବୋଲି ଲେଖିଛନ୍ତି ସୁଦର୍ଶନ । ତେଣୁ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସୁଦର୍ଶନ ଗଜପତି ମହାରାଜାଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଏ କେମିତିକା ବନ୍ଧନ, ବିବାହର ୩୫ ଦିନ ପରେ ନେଇଗଲା ଜୀବନ ?

ପୂର୍ବରୁ ସେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଦୀଘାକୁ ଜଗନ୍ନାଥ ଧାମରେ ନାମିତ କରିବାରୁ ନିବୃତ୍ତ ରହିବାକୁ କହିଥିଲେ । ପୂର୍ବରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ।

Advertisment

ଅନ୍ୟପକ୍ଷରେ ଦୀଘାରେ 'ଜଗନ୍ନାଥ ଧାମ' ନାଁ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି । ଏନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି । ମୁଁ ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି । ଆମେ ଦୀଘା ଜଗନ୍ନାଥ ମନ୍ଦିରକୁ ସ୍ୱାଗତ କରୁଛୁ, କିନ୍ତୁ ଜଗନ୍ନାଥ ଧାମ ନାଁ କଦାପି ଗ୍ରହଣୀୟ ନୁହେଁ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।

ସେପଟେ ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଆଜି ପୁରୀରେ ବସିବ ବଡ଼ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଅପରାହ୍ନରେ ବସିବାକୁ ଥିବା ବୈଠକରେ ଛତିଶାନିଯୋଗ ନାୟକ, ବାଡଗ୍ରାହୀ, ଦେଉଳକରଣ, ତଢଉକରଣମାନଙ୍କୁ ବୈଠକରେ ସାମିଲ ହେବାକୁ ଡକାଯାଇଛି । ଏଥିରେ ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନେଇ ବିସ୍ତୃତ ଆଲୋଚନା କରାଯିବ । ବିଶେଷକରି ଦୀଘା ଜଗନ୍ନାଥ ଧାମ ଲେଖାଯିବା, ନବକଳେବର ସମୟର ବଳକା ଦାରୁ କାଠରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ଦୀଘାକୁ ନିଆଯିବା ଭଳି ଦଇତାପତି ନିଯୋଗର ସମ୍ପାଦକ କହିବା ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଦୀଘା ଜଗନ୍ନାଥ ମନ୍ଦିର ବିବାଦର ତଦନ୍ତ ପାଇଁ ଆଇନ ମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ବାବଦରେ ମଧ୍ୟ ବୈଠକରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ।

ଅଧିକ ପଢ଼ନ୍ତୁ: ଆଜି କିଟ୍‌ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ, ଝିଅର ମୃତଦେହ ଚିହ୍ନିଲେ ବାପାମା’

Puri Jagannath Temple Sudarshan Patnaik
Advertisment
Advertisment