• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ମେ' ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ମେ' ୧ ସୁଦ୍ଧା ଖାତା ଦେଖା ଶେଷ ହୋଇଛି । ଖାତା ଦେଖା ସରିଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ କେବେ ରେଜଲ୍ଟ ବାହାରିବ ଶୀଘ୍ର ଜଣାଇ ଦିଆଯିବ । ତେବେ ଆସନ୍ତା ୬ରେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବା ନେଇ ଖବର ପ୍ରଚାରିତ ହେବା ସମ୍ପୂର୍ଣ୍ଣ ଗୁଜବ । ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ।

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପୁଣି ବାଜି ମାରିଲେ ଝିଅ

ଆସନ୍ତା 6 ତାରିଖ ସମୟ 10ଟା ବେଳେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବା ନେଇ ଏକ ନୋଟିସ୍ ସାମ୍ନାକୁ ଆସିଥିଲା । ଏହାକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦରେ ରହିଥିଲେ । ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସ୍ପଷ୍ଟ କରିଛି ଯେ, ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ କୌଣସି ତାରିଖ CHSE ପକ୍ଷରୁ ପ୍ରକାଶ କରାଯାଇନି । ଏହା ଏକ ଗୁଜବ । 

ଗତ ମାର୍ଚ୍ଚ 27 ତାରିଖରେ ପରୀକ୍ଷା ସରିବାପରେ ଏପ୍ରିଲ 2 ତାରିଖରୁ 1276ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଇଥିଲା । ଗତ 1 ତାରିଖ ସୁଦ୍ଧା ଖାତା ଦେଖା ସରିଥିବା ବେଳେ ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ । 

ଅଧିକ ପଢ଼ନ୍ତୁ: କିଟ୍‌ରେ ପୁଣି ଗଲା ନେପାଳୀ ଛାତ୍ରୀଙ୍କ ଜୀବନ, ମିଳିନି ସୁଇସାଇଡ୍ ନୋଟ୍