• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ସୋସିଆଲ ମିଡିଆର ଯୁଗ । ପିଲାଠାରୁ ବୁଢ଼ା ଯାଏଁ ସମସ୍ତେ ପ୍ରାୟ ସୋସିଆଲ ମିଡିଆ ସହ ଜଡ଼ିତ । ଲୋକମାନେ ନିଜର ଦୈନନ୍ଦିନ ଜୀବନର ପ୍ରତ୍ୟେକଟି ମୁହୁର୍ତ୍ତକୁ ସୋସିଆଲ ମିଡିଆରେ ନିଜ ବନ୍ଧୁ ମାନଙ୍କ ସହ ସେୟାର କରନ୍ତି । ଆଉ ଆନନ୍ଦ ପାଇଥାନ୍ତି । କିନ୍ତୁ ଏବେ ଦିନକୁ ଦିନ ସେହି ଆନନ୍ଦ ଦୁଃଖରେ ପରିଣତ ହେଉଛି । ସୋସିଆଲ ମିଡିଆରୁ ୟୁଜରଙ୍କ ଡାଟା ନେଇ ସାଇବର ଠକମାନେ ଲୁଟ୍ କରୁଛନ୍ତି । ମୋଟାମୋଟି କହିବାକୁ ଗଲେ ଏବେ ସାଇବର ଠକେଇର ମାତ୍ରା ବଢ଼ିବାରେ ଲାଗିଛି ।

ତେବେ ଏହାରି ଭିତରେ ଏବେ ଆଉ ଏକ ବଡ଼ ସ୍କାମ ସାମ୍ନାକୁ ଆସିଛି । ଆଉ ତାହା ହେଲା ପିଙ୍କ୍‌ ହ୍ୱାଟ୍‌ସଆପ୍‌ । ଓରିଜିନାଲ ହ୍ୱାଟ୍‌ସଆପ୍‌ଠାରୁ ଏଥିରେ ଅଧିକ ଏବଂ ଭଲ ପିଚର୍ସ ରହିଛି ବୋଲି କହି ମାର୍କେଟିଂ କରୁଛନ୍ତି ସାଇବର ଠକ । ଏମିତିକି ପିଙ୍କ୍‌ ହ୍ୱାଟ୍‌ସଆପ୍‌ ବ୍ୟବହାର ପାଇଁ ଲୋକଙ୍କ ହ୍ୱାଟ୍‌ସଆପ୍‌କୁ ଆସୁଛି ମେସେଜ୍‌ । ଆଉ ଏହି ହ୍ୱାଟ୍‌ସଆପ୍‌ ମେସେଜ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ପିଙ୍କ୍‌ ହ୍ୱାଟ୍‌ସଆପ୍‌ ଡାଉନ୍‌ଲୋଡ୍‌ କରିବା ପରେ ମୋବାଇଲ ହେଉଛି ହାକ୍‌ ।

ତା’ପରେ ହାକର୍ସମାନେ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥାନ୍ତି ଆଉ ମୋବାଇଲ୍‌ରେ ଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ କରିଥାନ୍ତି । ନଚେତ୍‌ ୟୁଜରଙ୍କ ମୋବାଇଲ୍‌ରେ ଥିବା ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ମଧ୍ୟ ସେମାନେ ଚୋରି କରି ନେଇଥାନ୍ତି । ପରେ ତାକୁ ନେଇ ବ୍ଲାକ୍‌ମେଲ୍‌ ବି କରିବାକୁ ପଛାନ୍ତି ନାହିଁ । ତେଣୁ ଏଥିପ୍ରତି ୟୁଜରଙ୍କୁ ସତର୍କ ରହିବାକୁ ହେବ ।

ତେବେ ମୁମ୍ବାଇ ପୋଲିସ ମଧ୍ୟ ଏନେଇ ଏକ ଆଡଭାଇଜାରୀ ଜାରି କରିଛି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଫିଙ୍କ ହ୍ୱାଟ୍‌ସଆପ୍‌ ଦ୍ୱାରା ୟୁଜରଙ୍କ ମୋବାଇଲ ହାକ୍‌ ହେବାର ସମ୍ଭାବନା ରହିଛି । ତେଣୁ ସତର୍କ ରୁହନ୍ତୁ । ପିଙ୍କ୍‌ ହ୍ୱାଟ୍‌ସଆପ୍‌ ବ୍ୟବହାରଠାରୁ ଦୂରେଇ ରୁହନ୍ତୁ । ଖାଲି ସେତିକି ନୁହେଁ ଏହି ପିଙ୍କ୍‌ ହ୍ୱାଟ୍‌ସଆପ୍‌ ନକଲି । ହ୍ୟାକର ମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ସେମାନେ ହ୍ୱାଟ୍‌ସଆପ୍‌କୁ ମେସେଜ୍‌ କରି ଲୋକଙ୍କୁ ଭଲ ଏବଂ ନୂଆ ଫିଚରର ଲୋଭ ଦେଖାଇ ଏହାକୁ ଡାଉନ୍‌ଲୋଡ୍‌ କରିବାକୁ ପ୍ରବର୍ତ୍ତାଉଛନ୍ତି । ତେଣୁ ଏଥିରୁ ନିବୃତ୍ତ ରୁହନ୍ତୁ ।

ତେବେ ମେଟା ପକ୍ଷରୁ ଏବେ ସୁଦ୍ଧା କେବଳ ଦୁଇ ପ୍ରକାର ହ୍ୱାଟ୍‌ସଆପ୍‌ ବଜାରକୁ ଛଡ଼ାଯାଇଛି । ଗୋଟିଏ ହେଲା ହ୍ୱାଟ୍‌ସଆପ୍‌ ଏବଂ ଅନ୍ୟଟି ହେଲା ହ୍ୱାଟ୍‌ସଆପ୍‌ ବିଜନେସ୍‌ । ଦୁଇଟି ଯାକର ରଙ୍ଗ ସବୁଜ । ଏହାକୁ ଆପଣ କେବଳ ଆପଲ ଷ୍ଟୋର କିମ୍ବା ଗୁଗୁଲ ପ୍ଲେଷ୍ଟୋରରୁ ହିଁ ଡାଉନ୍‌ଲୋଡ୍‌ କରନ୍ତୁ ।


ଏଭଳି ଆପ୍‌ ଠାରୁ ବର୍ତ୍ତିବା ପାଇଁ କ’ଣ କରିବେ ?

-ଯଦି ଆପଣଙ୍କର ଫୋନରେ ଭୁଲ୍‌ରେ ହ୍ୱାଟସ୍‌ଆପ୍ ପିଙ୍କ୍ ଡାଉନଲୋଡ୍ ହୋଇଯାଇଛି, ତେବେ ତୁରନ୍ତ ଫୋନର ସେଟିଙ୍ଗକୁ ଯାଆନ୍ତୁ, ପରେ ଆପ୍‌ସକୁ ଯାଆନ୍ତୁ ଏବଂ ତା’ପରେ ହ୍ୱାଟସ୍ ଆପ୍ ପିଙ୍କ୍ ଡିଲିଟ୍ କରନ୍ତୁ ।

-ଅଜଣା ସୋର୍ସରୁ ଆସୁଥିବା ଲିଙ୍କ ଉପରେ କେବେ ବି କ୍ଲିକ୍ କରନ୍ତୁ ନାହିଁ ।

-ସବୁବେଳେ ଅଫିସିଆଲ୍ ଆପ୍ ଷ୍ଟୋରରୁ ଆପ୍ ଡାଉନଲୋଡ୍ କରନ୍ତୁ ।

-କୌଣସି ବି ମେସେଜକୁ ଯାଞ୍ଚ ନକରି ଫରୱାର୍ଡ କରନ୍ତୁ ନାହିଁ ।