• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପଶୁମାନଙ୍କ ପ୍ରତି ନିର୍ଦ୍ଦୟ ହେଉଛି ମଣିଷ । ଧୀରେ ଧୀରେ ପ୍ରଶୁମାନଙ୍କ ଉପରେ ମଣିଷର ଅତ୍ୟାଚାର ବଢ଼ୁଥିବା ଦେଖିବାକୁ ମିଳୁଛି । ସାମାଜିକ ଗଣମାଧ୍ୟମରେ ଏପରି କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ନିକଟରେ ବଦ୍ରିନାଥ ଧାମରେ ଏକ ଓଟର ମୃତ୍ୟୁ ହୋଇଥିଲା । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଆଉ ବର୍ତ୍ତମାନ ସେହିପରି ଏକ ଅମାନୁଷିକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ଉତ୍ତରାଖଣ୍ଡର ବୋଲି ଜଣାପଡ଼ିଛି । ଭିଡିଓରେ ୨ଜଣ ଯୁବକ ଏକ ଘୋଡାକୁ ଜବରଦସ୍ତ ନିଃଶ୍ୱାସ ବନ୍ଦ କରାଇ ଧୂମ୍ରପାନ କରାଉଛନ୍ତି । ଖବର ଅନୁଯାୟୀ କେଦାରନାଥ ମନ୍ଦିରକୁ ଯାତ୍ରା ସମୟରେ ଏହି ଘଟଣା ଘଟିଥିଲା ।

ଟ୍ୱିଟରରେ ବହୁଳ ଭାବରେ ସେୟାର ହୋଇଥିବା ଏହି ଭିଡିଓ ଜନସାଧାରଣଙ୍କ ଆକ୍ରୋଶର କାରଣ ପାଲଟିଛି । ଘଟଣାକୁ ନେଇ ସେହି ଅଞ୍ଚଳର ଅଧିକାରୀମାନଙ୍କୁ ତଦନ୍ତ ଆରମ୍ଭ କରିବାକୁ କହିଛି ପ୍ରଶାସନ । ପରିବହନ ପାଇଁ ଏହି ପଶୁମାନଙ୍କ ଉପରେ ଏପରି ଅତ୍ୟାଚାର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।

ଭିଡିଓଟିରେ ଦେଖିବାକୁ ମିଳିଛି କି, ଦୁଇ ଜଣ ବ୍ୟକ୍ତି ଘୋଡାକୁ ଏକ ବିଡ଼ି ଜୋରଜବରସ୍ତ ଟଣାଉଛନ୍ତି । ଘୋଡ଼ାଟିର ନାକ ଓ ପାଟିକୁ ବନ୍ଦ କରି ଏପରି କରାଯାଉଛି । ଘୋଡାଟିକୁ ଏପରି କରାଯିବାରୁ ସେ ସେମାନଙ୍କ ନିକଟରୁ ନିଜକୁ ରକ୍ଷା କରିବାକୁ ମଧ୍ୟ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି ।

ଘଟଣାକୁ ପୋଲିସ ଗୁରୁତର ନେବା ସହ ଭବିଷ୍ୟତରେ ଏପରି ଘଟଣା ଯେପରି ନହୁଏ ସେଥିପାଇଁ ଧ୍ୟାନ ଦେଇଛି । ସେପଟେ ସୋସିଆଲ ମିଡିଆରେ ସାଧାରଣ ଲୋକ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।