Advertisment

ପ୍ରବଳ ବର୍ଷିବ ! ୧୯ ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଦୁଇ ଦିନ ହେବ ରାଜ୍ୟବାସୀଙ୍କୁ ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ପ୍ରଚଣ୍ଡ ତାତିରୁ ତ୍ରାହି ମିଳିଛି । କାରଣ ଓଡ଼ିଶାରେ ମୌସୁମୀ ପ୍ରବେଶ କରିସାରିଛି । ରାଜ୍ୟରେ ଅସମ୍ଭାଳ ହିଟ୍ ୱେଭକୁ ଥଣ୍ଡା କରିଦେଇଛି ମୌସୁମୀ ବର୍ଷା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rain Alert

Rain Alert

ରାଜ୍ୟର କିଛି ଜିଲ୍ଲାରେ ଲାଗି ରହିଛି ମୌସୁମୀ ବର୍ଷା। ଆଜି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ବାଦ୍ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Advertisment

ତେବେ ଦୁଇ ଦିନ ହେବ ରାଜ୍ୟବାସୀଙ୍କୁ ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ପ୍ରଚଣ୍ଡ ତାତିରୁ ତ୍ରାହି ମିଳିଛି । କାରଣ ଓଡ଼ିଶାରେ ମୌସୁମୀ ପ୍ରବେଶ କରିସାରିଛି । ରାଜ୍ୟରେ ଅସମ୍ଭାଳ ହିଟ୍ ୱେଭକୁ ଥଣ୍ଡା କରିଦେଇଛି ମୌସୁମୀ ବର୍ଷା । ରଜ ଓ ରଥ ପରେ ବହୁ ବିଳମ୍ବରେ, ଲୁଚକାଳି ଖେଳି ଶେଷରେ ଓଡ଼ିଶାକୁ ଛୁଇଁଛି ମୌସୁମୀ । ପ୍ରଥମେ ମାଲକାନଗିରି, କୋରାପୁଟ ଓ ଗଜପତିରେ ପହଁଚିଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା । 

ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଓଡ଼ିଶାକୁ ଛୁଇଁ ସାରିଛି । ଏହାରି ଭିତରେ ରାଜ୍ୟରେ ଆଗାମୀ ୩ ଦିନ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୧୬ ଜିଲ୍ଲାରେ ପ୍ରବଳ ବର୍ଷିବ। ଏପଟେ ଆଷାଢରେ ବର୍ଷାକୁ ଅନାଇ ବସିଥିବା ଚାଷୀ ମୌସୁମୀ ବର୍ଷାର ଆଗମନରେ ଖୁସି ହୋଇ ଚାଷ କାମ ପାଇଁ ଅଂଟା ଭିଡିଛି ।

Advertisment
Odisha Weather Weather Update Rain Alert
Advertisment
Advertisment