• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସରୁନି ରୁଷ-ୟୁକ୍ରେନ୍‌ ଲଢ଼େଇ । ଯୁଦ୍ଧକୁ ଦେଢ଼ ବର୍ଷ ବିତିଥିଲେ ମଧ୍ୟ ଉଭୟ ଦେଶ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି । ଦୀର୍ଘ ଦିନ ଧରି ଏହି ଯୁଦ୍ଧ ଜାରି ରହିଥିବାରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବର୍ତ୍ତମାନ ବିଦ୍ରୋହ ଆରମ୍ଭ ହେଲାଣି ।

ଏବେ ୱାଗନର୍ ଗ୍ରୁପ୍ ରୁଷ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛି । ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ ୱାଗନର୍ ପିଏମସି ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି, ତାଙ୍କର ଯୋଦ୍ଧାମାନେ ୟୁକ୍ରେନରୁ ରୁଷକୁ ସୀମା ଅତିକ୍ରମ କରିଛନ୍ତି । ରୁଷ ସେନା ବିରୋଧରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ।

OSINT ଡିଫେଣ୍ଡର, ଏକ ସ୍ୱାଧୀନ ସଂଗଠନ ଯାହା ସମଗ୍ର ବିଶ୍ୱରେ ସାମରିକ ବିବାଦ ଉପରେ ନଜର ରଖିଛି । ୱାଗନର୍ ଗ୍ରୁପ୍ ଯୁଦ୍ଧବିମାନ ରୋଷ୍ଟୋଭ୍-ଅନ୍-ଡନ୍ ସହରରେ ରହିଥିବା ରୁଷର ଦକ୍ଷିଣ ସାମରିକ ମୁଖ୍ୟାଳୟକୁ ନିଜର କାବୁକୁ ନେଇ ସାରିଥିବା କୁହାଯାଇଛି । ତେବେ ଏହି ଦାବି ଅନ୍ୟ କୌଣସି ପକ୍ଷରୁ ନିଶ୍ଚିତ ହୋଇପାରିନାହିଁ ।

ରୁଷିଆ ମସ୍କୋର ସୁରକ୍ଷା ପାଇଁ ଟ୍ୟାଙ୍କ ନିୟୋଜିତ କରିଛି । ପ୍ରିଗୋଜିନଙ୍କୁ ବିଦ୍ରୋହ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହେଉଛି। ପୂର୍ବରୁ ପ୍ରିଗୋଜିନ୍ ଏବଂ ରୁଷ ସେନାର ବରିଷ୍ଠ ଜେନେରାଲଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା ।

ବର୍ତ୍ତମାନ ଏହି ବିବାଦ ଶୀର୍ଷରେ ପହଞ୍ଚିଛି । କାରଣ ରୁଷର FSB ସୁରକ୍ଷା ସେବା ପ୍ରିଗୋଜିନଙ୍କ ବିରୋଧରେ ଅପରାଧୀକ ମାମଲା କରାଯାଇଛି । ଓଏସବି ୱାଗନର୍ ପ୍ରାଇଭେଟ କମ୍ପାନୀ ମିଲିଟାରୀ ଫୋର୍ସକୁ ପ୍ରିଗୋଜିନଙ୍କ ନିର୍ଦ୍ଦେଶକୁ ଗିରଫ କରିବାକୁ କହିଛି ।

ପ୍ରିଗୋଜିନ୍ ଗତ କିଛି ମାସ ଧରି ସୋସିଆଲ ମିଡିଆରେ ରୁଷର ଅଧିକାରୀମାନଙ୍କୁ ସମାଲୋଚନା କରିଥିଲେ । ବିଶେଷ କରି ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁ ଏବଂ ରୁଷର ଜେନେରାଲ ଭାଲେରୀ ଜେରାସିମୋଭଙ୍କୁ ଟାର୍ଗେଟ୍‌ କରିଥିଲେ । ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଥିଲା ।