• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସମୁଦ୍ର ପତ୍ତନ ଠାରୁ ୩୫୦୦ ମିଟର ଉପରେ ଥିବା ‘ଲା ପଜ୍‌’ ବିଶ୍ୱର ସର୍ବୋଚ୍ଚ ପ୍ରଶାସନିକ ରାଜଧାନୀ ଭାବରେ ପ୍ରସିଦ୍ଧ । ଆଣ୍ଡେସ୍ ଆଲ୍ଟିପ୍ଲାନୋ ମାଳଭୂମିରେ ଅବସ୍ଥିତ ଏହି ସ୍ଥାନକୁ ପର୍ଯ୍ୟଟକମାନେ ଆସିଲେ ଅନେକ ସମୟରେ ନିଶ୍ୱାସ ପ୍ରଶ୍ୱାସ, ବାନ୍ତି, ଭୋକ ଅଭାବ କିମ୍ବା ଅନିଦ୍ରା ଭୋଗନ୍ତି ।

ବୋଲିଭିଆରେ କୋକେନ୍ ବେଆଇନ ହୋଇଥିବାବେଳେ, କୋକା ପ୍ଲାଣ୍ଟ ଔଷଧୀୟ ଉଦ୍ଦେଶ୍ୟରେ ଏବଂ ରୋଷେଇ ପାଇଁ ଉପଲବ୍ଧ ହୋଇଥାଏ । କଲମ୍ବିଆ ଏବଂ ପେରୁ ପରେ କୋକୋ ବୃକ୍ଷର ଏହା ତୃତୀୟ ବୃହତ୍ତମ ଉତ୍ପାଦକ ଭାବେ ଜଣାଶୁଣା ।

Route 36 ହେଉଛି ଲା ପଜ୍‌ରେ ଅବସ୍ଥିତ ଏକ ବେଆଇନ ପପ୍-ଅପ୍ ବାର୍ । ଯେଉଁଠାରେ ସିଲଭର୍‌ ପ୍ଲାଟର୍‌ରେ କୋକେନ୍‌ ଦିଆଯାଏ । ଆପଣଙ୍କ ମନପସନ୍ଦର କକ୍‌ଟେଲ୍‌ ମଧ୍ୟ ମିଳେ । ଏହି ବାର୍‌ଟି ସବୁବେଳେ ଚର୍ଚ୍ଚାରେ ରହିଥାଏ । କାରଣ ଏହାର କୌଣସି ସ୍ଥାୟୀ ଠିକଣା ନାହିଁ । ପ୍ରତି ମାସରେ ଏହା ନିଜର ଠିକଣା ପରିବର୍ତ୍ତନ କରେ । ସେଠାକାର ଲୋକେ ସମସ୍ତେ ଏହି ବାର୍‌ ବିଷୟରେ ଜାଣନ୍ତି । କିନ୍ତୁ ଏହାର ଠିକଣା କେହି କହିପାରନ୍ତିନି ।

କୁହାଯାଏ ଯେ ବାର୍ ଖୋଜିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି କ୍ୟାବ୍‌ ପାଇବା, କାରଣ ସହରରେ ଟ୍ୟାକ୍ସି ଡ୍ରାଇଭରମାନଙ୍କ ପାଖରେ ସମସ୍ତ ଖବର ଥାଏ ବୋଲି କୁହାଯାଉଛି । ଯେଉଁମାନେ ବି ସେହି କୋକେନ୍‌ ବାର୍‌ ଯାଇଛନ୍ତି, ସେମାନେ କୁହନ୍ତି କି ସେହି ବାର୍‌ରେ ପ୍ରାୟତଃ ପର୍ଯ୍ୟଟକମାନେ ଯାଆନ୍ତି । ସେଠାକାର ଲୋକେ କେହି ବି ସେଠି ସମୟ ଅତିବାହିତ କରିବାକୁ ଭଲ ପାଆନ୍ତିନି । ବାର୍‌କୁ ଯେଉଁମାନେ ବୁକିଂ କରି ଯାଆନ୍ତି, ସେମାନଙ୍କୁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ବାର୍‌ରେ ଏଣ୍ଟ୍ରି କରିବାକୁ ହେଲେ ଜଣକା ଭାରତୀୟ ମୁଦ୍ରାରେ ୪୧୦ ଟଙ୍କା ଦେବାକୁ ପଡ଼େ । ଗୋଟେ ଗ୍ରାମ କୋକେନ୍‌ର ମୂଲ୍ୟ ସେଠାରେ ୧୨୦୦ ଟଙ୍କା ରହିଛି ।

ତେବେ ବୋଲିଭିଆରେ କୋକେନ୍‌ ବେଆଇନ୍‌ ହୋଇଥିଲେ ବି ଲା ପଜ୍‌ ଏବେ କୋକେନ୍‌ ବିକ୍ରିର ହବ୍‌ ପାଲଟିଛି । ଏହି ବାର୍‌ ସେଠାରେ ଚର୍ଚ୍ଚାର ବିଷୟ ହୋଇଥାଏ, କାହିଁକି ନା ଏହା ନିରନ୍ତର ସ୍ଥାନାନ୍ତରିତ ହୁଏ ।