୨ ଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ ଥିଲା ସେ ଆଜି ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ କରିଥିଲେ। ଦିନେ ଯେଉଁଠି ଛାତ୍ରୀ ଜୀବନ କଟାଇଥିଲେ, ସେଠାକୁ ଯାଇଥିଲେ ଦେଶର ପ୍ରଥମ ନାଗରିକ। ୧୯୭୦ରୁ ୭୪ ଯାଏଁ ଏଇଠି ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
#ଦିଲ୍ଲୀ_ଗଲେ_ରାଷ୍ଟ୍ରପତି
— ଓଟିଭି (@otvkhabar) November 11, 2022
ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ#DroupadiMurmu #PresidentOfIndia #Bhubaneswar #OTV pic.twitter.com/8uSaXdYoPm
ଦୀର୍ଘ ଦିନ ପରେ ପୁଣି ଏଠି ତାଙ୍କ ପାଦ ପଡ଼ିଥିଲା। ନିଜର ୧୩ ଜଣ ସହପାଠିନୀଙ୍କୁ ବି ଭେଟିଥିଲେ ଦ୍ରୌପଦୀ। ସେହିପରି ରାଷ୍ଟ୍ରପତି କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସ, ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ଓ ହଷ୍ଟେଲ୍ ବୁଲି ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା।
ସେହିପରି ଗତକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିଥିଲେ। ବଡ଼ଦାଣ୍ଡରେ ଦୁଇ କିମି ଚାଲି ଚାଲି ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।