/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699933643.jpg)
Children's Day
ଆଜି ଶିଶୁ ଦିବସ। ଶିଶୁଙ୍କ ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏଁ ଶିକ୍ଷାନୁଷ୍ଠାନରେ କେତେ କଣ କାର୍ଯ୍ୟକ୍ରମ। ହେଲେ ଏମିତି ଅନେକ ଶିଶୁ ଅଛନ୍ତି ଯାହାର କାନ୍ଧରେ ରହିଛି ପରିବାରର ବୋଝ। କଅଁଳ ବୟସରେ ନିଜେ ଖଟି ବହୁ କଷ୍ଟରେ ଜିଉଁଛନ୍ତି ଜୀବନ। କିଛି ଏମିତି ବି ଶିଶୁ ଅଛନ୍ତି ଯାହାର ପାଠ ପଢିବାର ଇଛା ଥିଲେ ବି ପରିବାରର ସମସ୍ୟା ପାଇଁ ପାଠରେ ଲାଗିଯାଇଛି ଶିକୁଳି। ଶିଶୁ ଦିବସରେ ଆସନ୍ତୁ ଜାଣିବା ସେଭଳି କିଛି ସଂଗ୍ରାମୀ ଶିଶୁଙ୍କ ବିଷୟରେ ।
ନବରଙ୍ଗପୁର ନବରଙ୍ଗପୁର ଝରିଗାଁ ବ୍ଳକ୍ ବେଲଗାଁର ତିନି ଅନାଥ ଭାଇ-ଭଉଣୀଙ୍କର ଦୁଃଖ କାହାଣୀ । କଅଁଳ ବୟସରେ ବଂଚିବାକୁ ଚାଲିଛି ଅହରହ ସଂଗ୍ରାମ। ୫ ବର୍ଷ ତଳେ ବାପାଙ୍କ ଦେହାନ୍ତ ହୋଇଗଲା। ତିନି ଛୁଆଙ୍କୁ ପର କରି ମା କୁଆଡେ ପଳାଇଲେ। ବାସ୍ ତାପରେ କଅଁଳ କାନ୍ଧରେ ପଡିଗଲା ପରିବାରର ବୋଝ। ପ୍ରଥମେ କୁଲି ମଜୁରୀ କରୁଥିଲେ, ଏବେ ଘର ସାମ୍ନାରେ ଖୋଲିଛନ୍ତି ଛୋଟିଆ ଚା-ଜଳଖିଆ ଦୋକାନ। ଯେଉଁଥିରେ ବଡ ଭାଇଙ୍କୁ ପୁରା ସହଯୋଗ କରୁଛନ୍ତି ସାନ ଭାଇ-ଭଉଣୀ। ପାଠପଢା ବୟସରେ ପରିବାରର ଦାୟିତ୍ୱ ମୁଣ୍ଡାଇଛନ୍ତି ୧୫ ବର୍ଷୀୟ ବଡ ଭାଇ ସଞ୍ଜୟ।
ସେହିପରି କୋରାପୁଟ ନାରାୟଣପାଟଣା ଗାରିଆଘାଟର ମିନତି କୁଳଦୀପ। ପିଲା ଦିନୁ ବାପା-ମାଆ ଛେଉଣ୍ଡ ହେବା ପରେ ଆଉ ତା ପାଠପଢା କଥା ପଚାରେ କିଏ। ସମାନ ସ୍ଥିତି ବ୍ଳକର ଡୁମୁରିପଦରରେ ରହୁଥିବା କମିତାଙ୍କର। ବାପା-ମାଆ ଯିବା ପରେ ପଢିବାକୁ ଇଛା ଥିଲେ ବି ଅର୍ଥ ଅଭାବରୁ ବୁଢୀ ଜେଜେମା ସାଙ୍ଗରେ ଦନି ମଜୁରିଆ ସାଜିଛନ୍ତି। ପାଖ ଗାଁ ବିକ୍ରମପୁରର ନୀଳମାଧବଙ୍କର ବି ସ୍ଥିତି ଅଳ୍ପ ବହୁତ ସମାନ।
ଅନ୍ୟପଟେ ରାୟଗଡା ଗୁଣପୁର ବ୍ଳକ୍ ଶଗଡା ଗାଁର ପ୍ରାଚୀ ଶବର। ଦାରିଦ୍ର୍ୟର ତାଡ଼ନା ଝିଅର ଶିକ୍ଷାରେ ଯେମିତି ଡୋରି ବାନ୍ଧି ଦେଇଛି। ବାପା-ମା ଦାଦନ ଖଟି ଯିବା ପରେ ପ୍ରାଚୀର ପାଠପଢାରେ ଲାଗିଛି ଶିକୁଳି। ଇଛା ଥିଲେ ବି ସ୍କୁଲ ପିଣ୍ଢା ମାଡିପାରିନି ପ୍ରାଚୀ। ଏମିତି ଅନେକ ଶିଶୁ ଅଛନ୍ତି, ଯେଉଁମାନଙ୍କ ପାଇଁ ପାଠ ଅପେକ୍ଷା ଆଗ, ପରିବାରର ଦାୟିତ୍ୱ।
ଶିଶୁଙ୍କ ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏଁ ଶିକ୍ଷାନୁଷ୍ଠାନରେ କେତେ କଣ କାର୍ଯ୍ୟକ୍ରମ.. ହେଲେ ଏମିତି ଅନେକ ଶିଶୁ ଅଛନ୍ତି ଯାହାର କାନ୍ଧରେ ରହିଛି ପରିବାରର ବୋଝ..କଅଁଳ ବୟସରେ ନିଜେ ଖଟି ବହୁ କଷ୍ଟରେ ଜିଉଁଛନ୍ତି ଜୀବନ. ଆସନ୍ତୁ ଭେଟିବା ସେଭଳି କିଛି ସଂଗ୍ରାମୀ ଶିଶୁଙ୍କୁ#ChildrensDay#Odisha#children#OTVpic.twitter.com/ocuPsVxxz1
— ଓଟିଭି (@otvkhabar) November 14, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)