/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699932498.jpg)
Forest officials, veterinary team arrive in Keojhar for treatment of baby elephant
୯ ମାସ ଗର୍ଭରେ ଛୁଆକୁ ଧରିଥିବା ମାଆକୁ, ବଡ଼ ହେଲା ପରେ ପର କରିଦିଏ ପୁଅ । ସମ୍ପର୍କ ଭୁଲି ଆପଣା ଲୋକଙ୍କୁ ଗୋଡ଼ରେ ଆଡ଼େଇ ଚାଲିଯାଲ । ପୁଣି କେଉଁଠି ନବଜାତକୁ ରାସ୍ତାରେ ଫୋପାଡ଼ି ଦିଏ ଜନ୍ମ କଲା ମାଆ । ସମୟ ଆସିଲେ ଅମଣିଷ ପାଲଟି ଯାଏ ମଣିଷ, ହେଲେ ପଶୁ କିନ୍ତୁ ଏ ବିବେକ ଥିବା ମଣିଷ ଠାରୁ ବେଶ୍ ଭିନ୍ନ । ବୁଝିବା ସୁଝିବାର ଜ୍ଞାନ ନଥିଲେ ସୁଦ୍ଧା ନିଷ୍ଠୁର କି ନିର୍ଦ୍ଦୟ ହୋଇପାରେନି । ଏବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ମଣିଷ ସମାଜକୁ ଶକ୍ତ ଚାପୁଡ଼ା ସଦୃଶ ।
ଏକ ଆହତ ଛୁଆ ହାତୀକୁ ଅନ୍ୟ ଦୁଇ ହାତୀ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଆଗରେ ଗୋଟିଏ ହାତୀ, ପଛରେ ଆଉ ଗୋଟେ...ମଝିରେ ଛୋଟେଇ ଛୋଟେଇ ଚାଲୁଛି କୁନି ହାତୀଟିଏ । କେନ୍ଦୁଝର ସଦର ରେଞ୍ଜ ମଇଦାନକେଲ ଜଙ୍ଗଲରେ ଏକ ବାର ଟିକିଆ ହାତୀ ଦଳ ଭିତରେ ଥିବା ଏକ ଛ’ ମାସର ହାତୀ ଛୁଆଟି ଛୋଟେଇ ଛୋଟେଇ ବୁଲୁଛି । ଛୁଆ ହାତୀଟିର ଡାହାଣ ପଟ ଆଗ ଗୋଡ଼ରେ ଆଘାତ ଲାଗିଛି ।
ହାତୀ ଛୁଆଟିର ଚିକିତ୍ସା ପାଇଁ ଦୁଇଟି ଥରମାଲ ଡ୍ରୋନ୍ ସହ ପ୍ରାଣୀ ଚିକିତ୍ସା ଦଳ, ଦୁଇ ଜଣ ACFO ଓ ୧୫ ଜଣ ଗଜ ସାଥୀ ସାଙ୍ଗରେ ଅଛନ୍ତି। ଆହତ ହାତୀ ଛୁଆଟି ଦଳଭିତରେ ଥିବାରୁ ଚିକିତ୍ସାରେ ବାଧା ଉପୁଜିଛି । ତା ଉପରେ ନଜର ରଖିବାକୁ ଥର୍ମାଲ ଡ୍ରୋନର ସାହାଯ୍ୟ ନିଆଯାଉଛି ।
ଆଜି ସକାଳୁ ହାତୀ ପଲଟି ମଇଦାନକେଲ ଜଙ୍ଗଲ ଛାଡ଼ି ବାସୁଦେବପୁର ଜଙ୍ଗଲକୁ ପଳାଇ ଯାଇଛନ୍ତି । ତାଙ୍କ ପଛେ ପଛେ ପୁରା ଚିକିତ୍ସା ଟିମ୍ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)