Advertisment

India-Pakistan Tensions Escalate: ଆଜି ସରୁଛି ଡେଡଲାଇନ୍; ଚିନ୍ତାରେ ପାକିସ୍ତାନୀ, ଧରାପଡ଼ିଲେ ଭୋଗିବେ କଠୋର ସଜ୍ଜା...

କେବଳ ମେଡିକାଲ ଭିସାରେ ଥିବା ପାକିସ୍ତାନ ନାଗରିକଙ୍କୁ ଅଧିକ ୨ଦିନ ମହଲତ୍ ଦେଇ ୨୯ ତାରିଖ ସୁଦ୍ଧା ଭାରତ ଛାଡ଼ି ନିଜ ଦେଶକୁ ଫେରିବା ପାଇଁ ନିର୍ଦ୍ଦେଶ ରହିଛି। ଏହି ସମୟସୀମା ପୂରିବା ପରେ, ଭାରତରେ ପାକିସ୍ତାନ ନାଗରିକ ଭିସା ସର୍ତ୍ତ ଅବମାନନା କରି ଧରାପଡ଼ିଲେ ଗିରଫ ହେବା ସହ ଭୋଗିବେ କଠୋର ସଜ୍ଜା।

author-image
Sujit kumar Swain
ଅଦ୍ୟତନ ହୋଇଛି
India-Pakistan Tensions Escalate

India-Pakistan Tensions Escalate

ଆଜି ସରୁଛି ଭାରତରେ ଥିବା ପାକିସ୍ତାନୀଙ୍କ ଡେଡଲାଇନ୍। ମେଡିକାଲ୍ ଭିସା ନେଇ ଭାରତକୁ ଆସିଥିବା ପାକିସ୍ତାନ ନାଗରିକ ଆଜିସୁଦ୍ଧା ନିଜ ଦେଶକୁ ଫେରିବେ। ପହଲଗାମ୍ ଆତଙ୍କୀ କାଣ୍ଡ ପରେ ଏନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର। ସାର୍କ୍ ଭିସାଧାରୀ ପାକିସ୍ତାନୀଙ୍କ ପାଇଁ ଏପ୍ରିଲ ୨୬ ଓ ଅନ୍ୟ ୧୨ ପ୍ରକାର ଭିସାଧାରୀ ପାକିସ୍ତାନୀଙ୍କ ପାଇଁ ଏପ୍ରିଲ ୨୭ ସୁଦ୍ଧା ନିଜ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଥିଲା। 

Advertisment

ତେବେ କେବଳ ମେଡିକାଲ ଭିସାରେ ଥିବା ପାକିସ୍ତାନ ନାଗରିକଙ୍କୁ ଅଧିକ ୨ଦିନ ମହଲତ୍ ଦେଇ ୨୯ ତାରିଖ ସୁଦ୍ଧା ଭାରତ ଛାଡ଼ି ନିଜ ଦେଶକୁ ଫେରିବା ପାଇଁ ନିର୍ଦ୍ଦେଶ ରହିଛି। ଏହି ସମୟସୀମା ପୂରିବା ପରେ, ଭାରତରେ ପାକିସ୍ତାନ ନାଗରିକ ଭିସା ସର୍ତ୍ତ ଅବମାନନା କରି ଧରାପଡ଼ିଲେ ଗିରଫ ହେବା ସହ ଭୋଗିବେ କଠୋର ସଜ୍ଜା। ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୩ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଭୋଗିପାରନ୍ତି ସେମାନେ। ଏପ୍ରିଲ ୪ ଠାରୁ ଲାଗୁ ହେଉଥିବା ଇମିଗ୍ରେସନ୍ ଆଣ୍ଡ୍ ଫରେନର୍ସ ଆକ୍ଟ ୨୦୨୫ ଅନୁସାରେ, ଭିସା ସର୍ତ୍ତ ଉଲ୍ଲଂଘନ କରି ଅଧିକ ଦିନ ଭାରତରେ ରହିଲେ ବିଦେଶୀ ନାଗରିକଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିପାରେ । ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ସୁଦ୍ଧା ଭାରତ ଛାଡ଼ିସାରିଲେଣି ୫ଶହରୁ ଅଧିକ ପାକିସ୍ତାନୀ । 

ଅଧିକ ପଢ଼ନ୍ତୁ: ଆଜି ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ 

Advertisment

ଏପଟେ ପହଲଗାମ୍ ଆକ୍ରମଣ ଘଟଣାର ପ୍ରଭାବୀ ଜବାବ ଦେବାକୁ ନୂଆଦିଲ୍ଲୀର ତୟାରି ଦେଖି ଛାନିଆ ପାକିସ୍ତାନ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏଭଳି ଆଶଙ୍କା ବ୍ୟକ୍ତ କରିବା ସହ ଭାରତର ସାମରିକ ଆକ୍ରମଣ ଆସନ୍ନ ବୋଲି କହିଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ଏହାର ସାମରିକ ବଳକୁ ଏକଜୁଟ କରୁଥିବା ନେଇ ଖବର ସରବରାହ ସଂସ୍ଥା ରଏଟରକୁ ଏକ ସାକ୍ଷାତକାର ଦେଇ ଖ୍ବାଜା ଆସିଫ୍ ଏଭଳି କହିଛନ୍ତି। 

ସେ କହିଛନ୍ତି, ଯେ ଏଭଳି ସ୍ଥିତିରେ ଏବେ ଇସଲାମାବାଦରେ ହାଇ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ପାକିସ୍ତାନର ଅସ୍ଥିତ୍ବକୁ କ୍ଷତି ପହଞ୍ଚାଇବା ଭଳି ଭାରତ ଯଦି କିଛି ସିଧାସଳଖ ପଦକ୍ଷେପ ନିଏ, ତେବେ ପାକିସ୍ତାନ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ କରିବ ବୋଲି ଧମକ ଦେଇଛନ୍ତି ପାକ ପ୍ରତିରକ୍ଷା ମନ୍ତ୍ରୀ। ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିପକ୍ଷରେ ବଡ଼ ଧରଣର ବଦଲା ନେବାକୁ ଭାରତର ବଡ଼ ଧରଣର ପ୍ରସ୍ତୁତି ଭିତରେ ଆଜି ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଭଳି ବୟାନ ଆସିଛି।

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

India
Advertisment
Advertisment