Advertisment

China Pakistan Relations: ଭାରତ ବିରୋଧରେ ସାହାଯ୍ୟ ମାଗିଲା ପାକିସ୍ତାନ, ହାତ ବଢ଼ାଇଲା ଚୀନ...

ଭାରତର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଚୀନ ଶରଣରେ ପଶିଛି ପାକିସ୍ତାନ । କୂଟନୈତିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନେବା ପରେ ପାକିସ୍ତାନ ଛାନିଆ ହୋଇ ଚୀନର ସାହାଯ୍ୟ ଲୋଡ଼ିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
China Pakistan Relations

China Pakistan Relations

ପାକିସ୍ତାନକୁ ହାତ ବଢ଼ାଇଲା ଚୀନ । ବନ୍ଧୁ ଭଳି କରିବ ସାହାଯ୍ୟ ! ଭାରତର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଚୀନ ଶରଣରେ ପଶିଛି ପାକିସ୍ତାନ । କୂଟନୈତିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନେବା ପରେ ପାକିସ୍ତାନ ଛାନିଆ ହୋଇ ଚୀନର ସାହାଯ୍ୟ ଲୋଡ଼ିଛି । ପହଲଗାମ୍‌ ଆକ୍ରମଣ ପରେ ଏବେ ବିଚଳିତ ଆତଙ୍କବାଦୀ ଦେଶ । ଭୁଲ କରି ମୁହଁ ତୋଡ୍‌ ଦେଖାଇ ଏବେ ପୁଣି ନରମପନ୍ଥୀ ଆଚରଣ ଦେଖାଉଛି । ଭାରତ ସରକାରଙ୍କ ଆକ୍ରମଣକୁ ଭୟ କରି ଏବେ ଚୀନ ନିକଟରେ ଗୋଡ଼ଭାଙ୍ଗି ଛିଡ଼ା ହଉଛି । ଆଉ ଚୀନ ବି ଦେଇଛି ପାକିସ୍ତାନକୁ ପ୍ରତିଶ୍ରୁତି । 

Advertisment

ଚୀନକୁ ପାକିସ୍ତାନର ସାହାଯ୍ୟ ଲୋଡ଼ିବା ପରେ ଚୀନ ସମର୍ଥନ ଜଣାଇଛି । ପାକିସ୍ତାନର ଅନ୍ତରୀଣ ସୁରକ୍ଷା, ସର୍ବଭୌମତ୍ଵ ରକ୍ଷା କ୍ଷେତ୍ରରେ ଚୀନ ଦୃଢ଼ ସମର୍ଥନ କରୁଛି ବୋଲି ଘୋଷଣା କରିଛି । ଏହା ସହିତ ପହଲଗାମ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି । ଏହି କ୍ଷେତ୍ରରେ ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ନିଜେ ହସ୍ତକ୍ଷେପ ନକରିଥିଲେ ମଧ୍ୟ ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ମହମ୍ମଦ ଇଶାକ ଦାର ରବିବାର ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କୁ ଫୋନ୍‌ କରି ସହଯୋଗ ଭିକ୍ଷା ମାଗିଛନ୍ତି । 

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

ଏହା ପରେ ଓ୍ବାଙ୍ଗ୍‌ ୟି କହିଛନ୍ତି, ଚୀନ ଏହି ଘଟଣା ଉପରେ ନଜର ରଖିଛି । ସମସ୍ତ ଘଟଣା ଉପରେ ଅବଗତ ଅଛି । ଭାରତ ପାକିସ୍ତାନ ସହିତ ବାଣିଜ୍ୟ, ସୀମା ଏବଂ ଅନ୍ୟାନ୍ୟ ଚୁକ୍ତିକୁ ରଦ୍ଦ କରିବା ପରେ ଉଭୟ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ଖରାପ ହୋଇଛି । ତେଣୁ ଦୁଇ ଦେଶ ଉତ୍ତେଜନା ହ୍ରାସ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି ।

Advertisment

ତେବେ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତତା ବଢ଼ିଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ଉଭୟ ଦେଶ ବର୍ଡର ବନ୍ଦ କରିବା ସହ ନାଗରିକ ମାନଙ୍କୁ ପାଇଁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଆଉ ଭାରତ ବଡ଼ ପଦକ୍ଷେପ ନେଇପାରେ ବୋଲି ମଧ୍ୟ କୁହାଯାଉଛି । 

ଅଧିକ ପଢ଼ନ୍ତୁ: ଆଜି ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ 

China Pakistan
Advertisment
Advertisment