Advertisment

ୠଣ ଶୁଝି ନପାରିବାରୁ ଘରୁ ବାହାର କରିଦେଲେ ପଡ଼ୋଶୀ, ୪ ଦିନ ହେଲା ଶୀତ କାକରରେ ପରିବାର

ମରିଗଲା ମାନବିକତା... ୠଣ ଶୁଝି ନପାରିବାରୁ ଜୋରଜବରଦସ୍ତ ଘରୁ କାଢ଼ିଦେଲେ ପଡ଼ୋଶୀ, କିଛି ବର୍ଷ ତଳର କରଜକୁ ନେଇ ବାଲେଶ୍ୱର ଭୋଗରାଇ ବରବରିଆ ଗାଁରେ ଅଭାବନୀୟ ପରିସ୍ଥିତି, ୪ ଦିନ ହେଲା ଶୀତ କାକରରେ ପକ୍ଷାଘାତ ଆକ୍ରାନ୍ତ ନିଜ ପରିବାର ଧରି ରାସ୍ତାରେ ବସିଛନ୍ତି...ପୋଲିସ୍ ପହଞ୍ଚି ଥିଲେ ବି କରିପାରୁନି ସମାଧାନ

author-image
Prangyan Parimita
ଅଦ୍ୟତନ ହୋଇଛି
Family Thrown Out of House In Jaleswar

tragic story

କରଜ ଶୁଝି ନ ପାରିବାରୁ ଘରୁ ବାହାର କରିଦେଲେ ପଡ଼ୋଶୀ। ଏଣେ ପକ୍ଷାଘାତରେ ଆକ୍ରାନ୍ତ ଶଯ୍ୟାଶାୟୀ ସ୍ୱାମୀ ଓ ବୃଦ୍ଧା ଶାଶୁଙ୍କ ସହ ୪ଦିନ ହେଲା ଘର ବାହାରେ ଶୀତ କାକରରେ ପଡ଼ିଛନ୍ତି ମହିଳା। ପୋଲିସ ଘଟଣାସ୍ଥଳକୁ ଆସିଛି ହେଲେ ସମାଧାନର ବାଟ ବାହାରି ପାରିନି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ବାଲେଶ୍ୱର ଭୋଗରାଇ ବ୍ଲକ୍ ବରବରିଆ ଗାଁରେ।

Advertisment

ସୂଚନା ଅନୁସାରେ ବରବରିଆ ଗାଁର ସ୍ୱର୍ଗତ ସୁରେନ୍ଦ୍ର ଜେନାଙ୍କ ପୁଅ ସୁଶୀଲଙ୍କ ଠାରୁ ପଡୋଶୀ ସୁଧୀର ଜେନା କିଛି ବର୍ଷ ପୂର୍ବରୁ ଇନ୍ଦିରା ଆବାସ ଘର ସହ ଆଉ କିଛି ଘର ତିଆରି ପାଇଁ ୩ଲକ୍ଷ ଟଙ୍କା କରଜ ନେଇଥିଲେ। ସୁଶୀଲ ଓ ସୁଧୀର ଗୋଆରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ଦେଢ଼ ଲକ୍ଷ ଟଙ୍କା ଶୁଝି ଦେଇଥିବା କହିଛନ୍ତି। ପରେ ସେ ପକ୍ଷାଘାତରେ ଆକ୍ରାନ୍ତ ହେବାରୁ ଆଉ ଟଙ୍କା ଶୁଝି ପାରିଲେ ନାହିଁ। ଏଭଳି ଦୁର୍ଦ୍ଦିନରେ ସୁଶୀଲ ଟଙ୍କା ଜୁଲମ ଆରମ୍ଭ କରିବା ସହ ଗତ ୧୦ତାରିଖ ଦିନ ସୁଧୀରଙ୍କ ଘରେ ଜୋର ଜବରଦସ୍ତ ତାଲା ମାରିଥିଲେ।

ଫଳରେ ସୁଧୀର, ସ୍ତ୍ରୀ ଓ ବୃଦ୍ଧା ମାଆଙ୍କ ସହ ଘର ବାହାରେ ପଡ଼ିଛନ୍ତି। ତାଳସାରୀ ସାମୁଦ୍ରିକ ଥାନାରେ ଏନେଇ ଅଭିଯୋଗ ହୋଇଛି। ତେଣେ ତାଙ୍କୁ ନ୍ୟାୟ ନମିଳିଲେ ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ସୁଧୀରଙ୍କ ପତ୍ନୀ। ତେବେ ଏନେଇ ସୁଶୀଲ ଜେନା କି ସ୍ଥାନୀୟ ପୋଲିସର ପ୍ରତିକ୍ରିୟା ମିଳିନାହିଁ।...

Advertisment
Odisha News
Advertisment
Advertisment