• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ରେ ଭିଣ୍ଟେଜ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ୫୦ ବର୍ଷରୁ ଅଧିକ ହୋଇଥିବା ଗାଡ଼ିର ପଂଜୀକରଣ ସହ ନମ୍ବର ଆରମ୍ଭରୁ VA ରହିବ । ଗାଡି ଯାଂଚ୍ ପରେ ଫିଟନେସ ଏବଂ ବୈଧ ପିୟୁସି ଥିଲେ ରାଜ୍ୟ ପଞ୍ଜୀକରଣ ପ୍ରାଧିକରଣ ଦ୍ୱାରା ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଦିଆଯିବ । ନୂତନ ନିୟମ ଅନୁଯାୟୀ ନୂଆ ସାର୍ଟିଫିକେଟ୍ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ।

ଏହା ୧୦ ବର୍ଷ ଯାଏଁ ବୈଧ ରହିବ। ପରବର୍ତ୍ତୀ ସମୟରେ ପଂଜୀକରଣର ନବୀକରଣ ପାଇଁ ଅତିରିକ୍ତ ୫ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ତାର ବୈଧତା ୫ ବର୍ଷ ଯାଏଁ ରହିବ । ଭିଣ୍ଟେଜ୍ ମୋଟର ଯାନ ଗୁଡିକ ନିୟମିତ କିମ୍ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ରାସ୍ତାରେ ଚାଲିପାରିବ ନାହିଁ । ଏହା କେବଳ ପ୍ରଦର୍ଶନୀ ଏବଂ ରାଲି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ । ଭିଣ୍ଟେଜ ନମ୍ବର ଦିଆଯିବା ପରେ ଗାଡି ମାଲିକ ମାଲିକାନା ସ୍ଥାନାନ୍ତର ପାଇଁ ଆବେଦନ କରିପାରିବେ, ଗାଡି ବିକ୍ରି କରିପାରିବେ ଏବଂ ଠିକଣା ପରିବର୍ତ୍ତନ ମଧ୍ୟ କରିପାରିବେ ।

ଅଧିକ ପଢ଼ନ୍ତୁ | ରାଜ୍ୟ ସରକାରଙ୍କ ନୂଆ ସ୍କ୍ରାପିଂ ପଲିସିକୁ ବିରୋଧ : ଜାନୁଆରୀ ୧୧ରୁ ଧର୍ମଘଟକୁ ଓହ୍ଲାଇବାକୁ ଟ୍ରକ୍ ମାଲିକ ସଂଘର ଚେତାବନୀ