• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୃତ୍ୟୁର ୧୮ ବର୍ଷ ପରେ ବିଧବା ପତ୍ନୀଙ୍କୁ ମିଳିଲା ନ୍ୟାୟ, ପାଇଲେ ସରକାରୀ ସହାୟତା । ୨୦୦୪ ମସିହାରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ହାଟସାହିର ପର୍ଶୁରାମ ମହାନ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । କଟକ ଅବକାରୀ ବିଭାଗରେ କାର୍ଯ୍ୟରତ ପର୍ଶୁରାମଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ କଟକ ନିଆଯିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହେବାରୁ ବାଟରେ ମୃତ୍ୟୁ ଘଟିଥିଲା ।

ଡ଼୍ରାଇଭରଙ୍କ ଅସାବଧାନତା ଓ ଆମ୍ବୁଲାନ୍ସର କାଗଜପତ୍ର ଠିକ୍ ନଥିବାରୁ ଏହାକୁ ଦାୟୀ କରି ପରିବାର ଲୋକେ କ୍ଷତିପୂରଣ ପାଇଁ ଦାବି କରିଥିଲେ । ଭୁବନେଶ୍ବର ମୋଟରଯାନ ଟ୍ରିବ୍ୟୁନାଲରେ ଏକ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି କୋର୍ଟ ୯ ଲକ୍ଷ ୭୭ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ଷତିପୂରଣ ନଦେବା ଯାଏଁ ୭ ପ୍ରତିଶତ ସୁଧ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ୧୮ ବର୍ଷ କାଳ ପରିବାର ମେଡିକାଲ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ରାଜ୍ୟପାଳଙ୍କୁ ଶତାଧିକ ଥର ଭେଟି କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଗୁହାରି କରିଥିଲେ । ଗତକାଲି ମୃତ ପର୍ଶୁରାମଙ୍କ ପରିବାରକୁ ଅତିରିକ୍ତ ଜିଲ୍ଲାପାଳ ୨୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।