• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶାବର ଶ୍ରୀକ୍ଷେତ୍ର । ନା ଏଠି ଅଛି ଧର୍ମ... ନା ଅଛି ଜାତି । ଏଠି ସମସ୍ତେ ମହାପ୍ରଭୁଙ୍କ ପାଖରେ ଏକାକାର । କାହା ପାଇଁ କିଛି ବି ବାଛବିଚାର ନାହିଁ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ପରି ଏଠିବି ହୁଏ ଘୋଷଯାତ୍ରା । ମଥାରେ ଟାହିଆ ଲଗାଇ ଭକ୍ତଙ୍କ ପାଖକୁ ଝୁଲିଝୁଲି ଆସନ୍ତି କାଳିଆ ସାଆନ୍ତେ । କେବଳ ଫରକ ଏତିକି, ଏହି ସ୍ଥାନରେ ପ୍ରଥମେ ବ୍ରାହ୍ଣଣ ନୁହନ୍ତି ମହାପ୍ରଭୁଙ୍କୁ ପୂଜା କରନ୍ତି ଶବର । ପରେ ବ୍ରାହ୍ମଣମାନେ ମହାପ୍ରଭୁଙ୍କ ସେବା କରିଥାଆନ୍ତି ।

ଆଦିବାସୀଙ୍କ ପାଇଁ ସବୁ କିଛି ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ସେଥିପାଇଁ ଏ ସ୍ଥାନର ନାଁ ହେଉଛି ଶାବର ଶ୍ରୀକ୍ଷେତ୍ର । ପରମ୍ପରା ଅନୁସାରେ ରଥଯାତ୍ରାରେ ପ୍ରଥମେ ଶବରମାନେ ଆଣିଥିବା ଫୁଲ ଓ ଫଳକୁ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥାଏ । ପରେ ସାଧାରଣ ଭକ୍ତଙ୍କ ସମସ୍ତ ଦ୍ରବ୍ୟ ମହାପ୍ରଭଙ୍କୁ ସମର୍ପିତ କରାଯାଏ । ପୁରୀର ରଥଯାତ୍ରାରେ ରାଜା ଛେରାପହଁରା କରିଥାନ୍ତି, ଏଠି ଆଦିବାସୀ ନାୟକ ଛେରା ପହଁରା କରିବା ସହ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗି କରନ୍ତି ।

ଶାବର ଶ୍ରୀକ୍ଷେତ୍ର’ ଭାବରେ ପରିଚିତ କୋରାପୁଟର ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜୀଉଙ୍କ ଆଦିପୂଜକ ସଉରାମାନଙ୍କ ଇଷ୍ଟଦେବ ମାଭାରତ୍ନମ୍’ଙ୍କ ପୀଠ ରହିଛି । ଏଠି ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ପୂଜା ପାଆନ୍ତି କାଳିଆ ଠାକୁର । ଜଗନ୍ନାଥଙ୍କ ଘୋଷଯାତ୍ରାକୁ ଆଦିବାସୀ ସମ୍ପ୍ରଦାୟର ଦଇତାପତିମାନେ ସଂପାଦନ କରିଥାଆନ୍ତି ।

ସବୁଠାରୁ ରୋଚକ ହେଉଛି କଣ୍ଡାପାଲି ଗାଁର ପରମ୍ପରା । ଗାଁର ଲୋକମାନେ ଆମିଷ ଖାଉନଥିବା ବେଳେ ମିଛ କହିବାକୁ ମଧ୍ୟ ମହାପାପ ବୋଲି କହିଥାଆନ୍ତି । ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଏହି ପରମ୍ପରା ଚାଲି ଆସୁଛି । ରଥଯାତ୍ରା ସମୟରେ କୀର୍ତ୍ତନ ସହ ରଥ ଆଗରେ ନୃତ୍ୟ କରିଥାନ୍ତି ଆଦିବାସୀମାନେ । ଶାବର ଶ୍ରୀକ୍ଷେତ୍ରର ଏହି ଜଗନ୍ନାଥ ସଂସ୍କୃତି ଓ ଆଦିବାସୀ ପରମ୍ପରାର ରହିଛି ଅପୂର୍ବ ମିଳନ । ଯାହାକୁ ଦେଖିବାକୁ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ଶ୍ରଦ୍ଧାଳୁ ଓ ଜଗନ୍ନାଥ ସଂସ୍କୃତି ଗବେଷକମାନେ ଆସିଥାନ୍ତି ।

 

  • Reported by:
  • Surya Narayan Panda

OTV is now on Whatsapp

Join and get latest news update delivered to you via whatsapp

Join Now