Advertisment

ଟନେଲରେ ଶ୍ରମିକ, ବଢୁଛି ଟେନସନ୍: ରେସ୍କ୍ୟୁ ପାଇଁ ୫ ଆକ୍ସନ୍‌ ପ୍ଲାନ୍

ଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୯ ଦିନରେ ପହଞ୍ଚିଲା ରେସ୍କ୍ୟୁ ଅପରେସନ ... ଲାଗିଛନ୍ତି ୫ଟି ଏଜେନ୍ସି, ୩ ପାଖରୁ ଉଦ୍ଧାର ପାଇଁ କରାଯାଉଛି ଡ୍ରିଲ ... ଲାଗିପାରେ ଆହୁରି ସମୟ ...

author-image
Prangyan Parimita
ଅଦ୍ୟତନ ହୋଇଛି
uttarakhand tunnel rescue operation

Tunnel Rescue,

ଟନେଲ୍ ଭିତରେ ଜୀବନ ସହ ସଂଘର୍ଷକୁ ୯ ଦିନ। ଏବେ ବି ପ୍ରତିଟି ମୁହୂର୍ତ୍ତ ଲଢ଼ୁଛି ମଣିଷ, ପ୍ରତିଟି ସେକେଣ୍ଡ ବାହାରକୁ ଆସିବାକୁ କରୁଛି ଚେଷ୍ଟା। ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ଏମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ରହିଛନ୍ତି।

Advertisment

ସମସ୍ତ ଚେଷ୍ଟା ସତ୍ତ୍ୱେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଟନେଲରେ ୬୦ ମିଟର ଭିତରକୁ ପ୍ରାୟ ୧ ମିଟର ଓସାରର ପାଇପ୍ ପୁରାଇ ସେଥିରେ ଶ୍ରମିକମାନଙ୍କୁ ଆଣିବାର ଯୋଜନା କରାଯାଇଛି। କିନ୍ତୁ ପାଇପ ପ୍ରବେଶ କରାଇବା ପାଇଁ ଡ୍ରିଲିଂ କରିବା ସମୟରେ ସମସ୍ୟା ହେଉଛି।

କେତେବେଳେ ଡ୍ରିଲିଂ ମେସିନ ଖରାପ ହେଉଛି ତ କେତେବେଳେ ଡ୍ରିଲିଂ ସମୟରେ ଆହୁରି ମାଟି ଅତଡ଼ା ଧସୁଛି।...ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।

Advertisment

ସେପଟେ ଟନେଲରୁ ଶ୍ରମିକଙ୍କୁ ବାହାର କରିବାକୁ ଏବେ ୩ଟି ପଏଣ୍ଟ ନିର୍ଦ୍ଧାରଣ କରାଯାଇଛି। ତିନି ଦିଗରୁ ଏବେ ଖୋଳା ଯାଉଛି। ପୂର୍ବରୁ ସାମ୍ନା ପଟୁ ଖୋଳା ଚାଲିଥିବା ବେଳେ କିଛିଟା ମାଟି ଧସିଥିଲା। ଯାହା ରେସ୍କ୍ୟୁ ଅପରେସନ୍ ରେ ବାଧା ସୃଷ୍ଟି କରାଇଥିଲା। ତେଣୁ ତିନି ଦିଗରୁ ତିନି ପଟେ ଖୋଳା ଯାଉଛି।...

ପଏଣ୍ଟ-୧, ଟନେଲର ମୁଖ୍ୟ ବାଟ...ଯେଉଁ ପଟେ ଟନେଲ୍ ଧସିଛି।

ପଏଣ୍ଟ-୨, ଉପର ମୁଣ୍ଡ, ପାହାଡ଼ର ଉପର ପଟୁ

ପଏଣ୍ଟ-୩, ଯାହା ପାହାଡ଼ର ପାର୍ଶ୍ୱରୁ।

ଏପରି ଭାବେ ତିନି ଦିଗରେ ଏବେ ଖୋଳା ଯାଉଛି। ଏଥିପାଇଁ ଏକ ୪୦୦ ମିଟରର ରାସ୍ତା ଗତକାଲି ରାତିରେ ହିଁ ତିଆରି କରାଯାଇଛି।...ତାସହ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୫ ସୁତ୍ରକୁ ଅବଲମ୍ବନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ୫ ଏଜେନ୍ସକୁ ୫ ଆକ୍ସନ୍ ପ୍ଲାନ୍ ନେବାକୁ କୁହାଯାଇଛି। ସେ ଅନୁସାରେ ଏବେ ରେସ୍କ୍ୟୁ ଅପରେସନ୍ କରାଯାଉଛି।...

(୧) ସତଲେଜ୍ ଜଳ ବିଦ୍ୟୁତ୍ ନିଗମ ପକ୍ଷରୁ ଉପର ପଟୁ ଖୋଳା ଯାଉଛି। ସେହି ବାଟେ ଶ୍ରମିକଙ୍କୁ ଉଦ୍ଧାର କରାଯିବ।

(୨) ରେଲ ବିକାଶ ନିଗମ ଲିମିଟେଡ୍- RVNL ପକ୍ଷରୁ ଉପର ପଟୁ ଆଉ ପାଇପ୍ ଲାଇନ୍ ଖୋଳା ଯାଇଛି।

ଯାହା ଖାଦ୍ୟ ସାମଗ୍ରୀ ଓ ଜରୁରୀ ସାମଗ୍ରୀ ଶ୍ରମିକଙ୍କ ପାଖକୁ ପଠାଯାଉଛି।

(୩) ପୂର୍ବରୁ ONGC ପକ୍ଷରୁ ଟନେଲରେ ଡ୍ରିଲ୍ ଚାଲିଛି। ସାମ୍ନା ଦିଗରୁ ଫସିଥିବା

ଶ୍ରମିକଙ୍କୁ ବାହାର କରିବାକୁ।

(୪) ରେସ୍କ୍ୟୁ ପରେ ସେନା ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରେ ଭର୍ତ୍ତି

କରାଯିବ।

(୫) ତେହରୀ ହାଇଡ୍ରୋ ଡେଭଲୋମେଣ୍ଟ କର୍ପୋରେସନ୍-THDC ପକ୍ଷରୁ ବଡ଼ ସାମଗ୍ରୀକୁ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଉଛି।

Rescue
Advertisment
Advertisment