Advertisment

Vastu Tips: ଗୃହନିର୍ମାଣରେ ଏହି ଦିଗକୁ କେବେ ବି ବନ୍ଦ କରନ୍ତୁ ନାହିଁ; ଆସିବ ଆର୍ଥିକ ସମସ୍ୟା

ସବୁ ବିଦ୍ୟାର ଏକ ପ୍ରାରମ୍ଭିକ ପ୍ରୟୋଗ ଥାଏ ଆଉ ଏକ ଉଚ୍ଚ ସ୍ତରର ପ୍ରୟୋଗ ବା ସୂକ୍ଷ୍ମ ସ୍ତରର ପ୍ରୟୋଗ ଥାଏ। ଏଣୁ ସମ୍ପୂର୍ଣ୍ଣ ବାସ୍ତୁକୁ ନ ଜାଣି ଗୃହ ନିର୍ମାଣ କରିବା ଆଦୌ ଉଚିତ ନୁହେଁ। କାରଣ ଏହା ଦ୍ୱାରା ଏହି ବାସ୍ତୁ ବିଦ୍ୟାର ପୂର୍ଣ୍ଣ ଶୁଭ ଫଳ ପାଇ ହେବ ନାହିଁ ଏବଂ ଏହା ପ୍ରତି ବିଶ୍ୱାସ ମଧ୍ୟ ରହିବ ନାହିଁ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
How to correct north west corner Vastu

making house by closing the north direction, there will be financial problems

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ଗୃହ ନିର୍ମାଣ ସମୟରେ ବାସ୍ତୁର ନିୟମକୁ ମାନି ଗୃହ ନିର୍ମାଣ କରିବାକୁ ଆଗ୍ରହୀ ହେଉଥିବା ଦେଖାଯାଏ। ସେଥିପାଇଁ ଗୃହ ନିର୍ମାଣ ଆରମ୍ଭ କରିବା ପୂର୍ବରୁ ପଣ୍ଡିତଙ୍କ ପାଖରେ ଶୁଭ ଦିନ ନିର୍ଣ୍ଣୟ କରି ଭୂମି ପୂଜା କରି ଗୃହ ଆରମ୍ଭ କରିଥାନ୍ତି।

Advertisment

ବାସ୍ତୁରେ ପୂର୍ଣ୍ଣ ବିଶ୍ୱାସ ଥାଉ କି ନ ଥାଉ ପ୍ରାୟ ସମସ୍ତେ ଭୂମି ପୂଜା କରି ନିର୍ମାଣ ଆରମ୍ଭ କରିଥାନ୍ତି। ବହୁତ ଲୋକ ଭାବନ୍ତି ଏହା ହିଁ ବାସ୍ତୁ। ଆଉ କିଛି ଲୋକ କେଉଁ ଦିଗରେ କ’ଣ ରହିବ ଯେମିତି ରୋଷେଇ ଘର, ଶୋଇବା ଘର, ଗାଧୁଆ ଘର, ସିଢି ଘର ଆଦିର ନିୟମକୁ ମାନି ମଧ୍ୟ ଗୃହ ନିର୍ମାଣ କରିଥାନ୍ତି।

ଅଧିକ ପଢ଼ନ୍ତୁ: ବାସ୍ତୁର ଏହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡିକୁ ନ ମାନିଲେ ଆସେ ବିପତ୍ତି

Advertisment

ସେମାନେ କିନ୍ତୁ ଭୁଲି ଯାଆନ୍ତି ଯେ ବାସ୍ତୁ ଏକ ବିଶାଳ ଗ୍ରନ୍ଥ ଯାହାର ନିୟମକୁ ଜାଣିବା ସାଧାରଣ ବ୍ୟକ୍ତି ବିଶେଷଙ୍କ ପକ୍ଷରେ ଅସମ୍ଭବ। ଗୃହ ନିର୍ମାଣ ପୂର୍ବରୁ ଜଣେ ବାସ୍ତୁଶାସ୍ତ୍ରୀଙ୍କ ବିନା ପରାମର୍ଶରେ ଅଳ୍ପ କିଛି ବାସ୍ତୁ ବିଷୟରେ ବହିରୁ ଜାଣି ଗୃହ ନିର୍ମାଣ କରିବା ହୁଏତ ଏମିତି କିଛି ଭୁଲ୍ ହୋଇଯାଏ, ଯାହାକୁ ପରେ ସୁଧାରିବା କଷ୍ଟକର ହୋଇପଡେ।

ସବୁ ବିଦ୍ୟାର ଏକ ପ୍ରାରମ୍ଭିକ ପ୍ରୟୋଗ ଥାଏ ଆଉ ଏକ ଉଚ୍ଚ ସ୍ତରର ପ୍ରୟୋଗ ବା ସୂକ୍ଷ୍ମ ସ୍ତରର ପ୍ରୟୋଗ ଥାଏ। ଏଣୁ ସମ୍ପୂର୍ଣ୍ଣ ବାସ୍ତୁକୁ ନ ଜାଣି ଗୃହ ନିର୍ମାଣ କରିବା ଆଦୌ ଉଚିତ ନୁହେଁ। କାରଣ ଏହା ଦ୍ୱାରା ଏହି ବାସ୍ତୁ ବିଦ୍ୟାର ପୂର୍ଣ୍ଣ ଶୁଭ ଫଳ ପାଇ ହେବ ନାହିଁ ଏବଂ ଏହା ପ୍ରତି ବିଶ୍ୱାସ ମଧ୍ୟ ରହିବ ନାହିଁ।

ଏମିତି ଏକ ଭୁଲ ଗୃହରେ ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବା ବଦଳରେ କ୍ଷତି ଗ୍ରସ୍ତ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ଧିରେ ଧିରେ ଖରାପ ହୋଇଯାଇଥାଏ।

ଆଜିକାଲି ଭୂମିର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ବଡ ଜାଗାଟିଏ କିଣିବା ସାଧାରଣ ରୋଜଗାର କରୁଥିବା ବ୍ୟକ୍ତି ପାଇଁ ଅସମ୍ଭବ ହୋଇପଡିଛି। ଏଣୁ ଛୋଟ ଜାଗାଟିଏ କିଣି ଗୃହ ନିର୍ମାଣ କଲାବେଳେ ବହୁତ ଅସୁବିଧା ହେଉଛି, ଏଣୁ ନିର୍ମାଣ ଚାଲିଥିବା ସମୟରେ ଯେକୌଣସି କୋଣ ନା ଦିଗକୁ ବଢାଇ ନିର୍ମାଣ କରିଦେଉଛନ୍ତି।

ପରେ ଯେତେବେଳେ ସମସ୍ୟା ଦେଖାଦେଉଛି ସେତେବେଳେ ମନରେ ଆସୁଛି ଆମେ ତ ବାସ୍ତୁ ହିସାବରେ ଗୃହ କରିଛେ ଏବଂ ଆରମ୍ଭରୁ ବାସ୍ତୁବିତ୍‌ଙ୍କୁ ପଚାରିଛେ ତଥାପି କ’ଣ ବାସ୍ତୁଦୋଷ ରହିଲା ଏହା ଭାବି ବାସ୍ତୁବିଦ୍ୟା ଏବଂ ବାସ୍ତୁବିତ୍‌ଙ୍କ ଉପରେ ଅବିଶ୍ୱାସ କରିଥାନ୍ତି।

ନିର୍ମାଣ ବେଳେ ସେମାନେ ଏହା ମଧ୍ୟ ବିଚାର କରନ୍ତି କ’ଣ ଏଇ ଟିକିଏ ଜାଗା ବଢେଇ ଦିଗକୁ ବନ୍ଦ କରି ଦେଲେ କ’ଣ ଦୋଷ? ତେବେ ବାସ୍ତୁ ବିଚାରରେ ଏହା ବି ଏକ ବଡ ଦୋଷ।

ଏହି ଦିଗ ବନ୍ଦ କରି ନିର୍ମାଣ ଭିତରେ ଉତ୍ତର ଦିଗକୁ ବନ୍ଦ କରିଦେଲେ ଅର୍ଥାତ୍ ଭୂମି ଓ ଗୃହ ନିର୍ମାଣ କରାଯାଇଥିବା କ୍ଷେତ୍ରରେ ଉତ୍ତର ପରେ ଭୂମି ଓ ନିର୍ମାଣ କ୍ଷେତ୍ର ମଧ୍ୟରେ କୌଣସି ଖାଲି ଜାଗା ନ ଥିବ କିନ୍ତୁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗରେ ଖୋଲା ଜାଗାଥିବ ତେବେ ଏହି ପରିସ୍ଥିତିରେ ଅନେକ ସମସ୍ୟା ଆର୍ଥିକ କ୍ଷେତ୍ରକୁ ନେଇ ଆସିଥାଏ।

ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣ ବେଳେ ସାବଧାନ! ଏହି କୋଣକୁ ବନ୍ଦ କଲେ ମହାବିପଦ

ଉତ୍ତର ଦିଗରୁ ହିଁ ଅନେକ ଶୁଭ ଶକ୍ତି ଗୃହ ମଧ୍ୟକୁ ପ୍ରବେଶ କରିଥାଏ। ଯାହା ଗୃହବାସୀଙ୍କୁ ଶୁଭଫଳ ଦେଇଥାଏ। ଏହି ଦିଗରେ ଅଧିକ ନିର୍ମାଣ କରି ବନ୍ଦ କରିଦେଲେ ଏହି ସ୍ଥାନରେ ଶକ୍ତି ଅସନ୍ତୁଳିତ ହୋଇଯାଏ ଏଣୁ ଗୃହବାସୀମାନେ ଆର୍ଥିକ ସମସ୍ୟା ଦେଇ ଗତି କରିଥାନ୍ତି। ଯଦି ଏହିପରି କିଛି ଆପଣ କରିଦେଇଛନ୍ତି ତେବେ ଭଙ୍ଗାରୁଜା ନ କରି କିଛି ପ୍ରତିକାରକୁ ଆପଣେଇଲେ ଶୁଭ ଫଳ ମିଳିପାରେ। ଆସନ୍ତୁ ଜାଣିବା।

  • ଉତ୍ତର ଦିଗକୁ ସଫା ରଖନ୍ତୁ
  • ଏହି ଦିଗରେ ଫିକା ନାଲି ରଙ୍ଗ ବେଶିରୁ ବେଶି ବ୍ୟବହାର କରନ୍ତୁ
  • ଏହି ଦିଗରେ କେବେ ବି ନାଲି, ଗୋଲାପି, ନାରଙ୍ଗି ଆଦି ନାଲି ଅନ୍ତର୍ଗତ ରଙ୍ଗ କରିବେ ନାହିଁ। କରିଥିଲେ ରଙ୍ଗ ପରିବର୍ତ୍ତନ କରନ୍ତୁ
  • ଏହି ଦିଗରେ କୁବେର ମୁର୍ତ୍ତି ଏବଂ ଯନ୍ତ୍ର ସ୍ଥାପନା କରନ୍ତୁ

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips Vastu Shastra Vastu Tips For Home In Odia
Advertisment
Advertisment