/odishatv-khabar/media/post_attachments/uploadimage/library/16_9/16_9_0/s_1676007035.jpg)
ISRO launches SSLV-D2 rocket carrying 3 satellites
ଇତିହାସ ରଚିଲା ଇସ୍ରୋ(ISRO)। ମହାକାଶରେ କକ୍ଷପଥରେ ସଫଳତାର ସହ ୩ଟି ସାଟେଲାଇଟ୍କୁ ଅବସ୍ଥାପିତ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର। ଆନ୍ଧ୍ରପ୍ରଦେଶର ଶୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ଆଜି ସକାଳ ୯ଟା ୧୮ ମିନିଟରେ ଛୋଟ ରକେଟ୍ SSLV-D2 ସହାୟତାରେ ୩ଟି ସାଟେଲାଇଟ୍କୁ ମହାକାଶ ପଠାଯାଇଥିଲା।
ଅଧିକ ପଢ଼ନ୍ତୁ: ଇସ୍ରୋର ମିଶନ୍ ଶୁକ୍ର; ୨୦୨୪ ଡିସେମ୍ବରରେ ଭାରତ ପଠାଇବ ଶୁକ୍ରଯାନ
ଭୂପୃଷ୍ଠ ଠାରୁ ୪୫୦ କିଲୋମିଟର ଦୂର କକ୍ଷପଥରେ ଏହି ୩ ସାଟେଲାଇଟ୍କୁ ସଫଳତାର ସହ ଅବସ୍ଥାପିତ କରାଯାଇଛି । ୧୫ ମିନିଟ୍ର ଉଡ଼ାଣ ପରେ ଇସ୍ରୋ ଏହି ମିଶନରେ ସଫଳ ହୋଇଛି । ଇସ୍ରୋର EOS-07, ଚେନ୍ନାଇର ଷ୍ଟାର୍ଟଅପ୍ ସ୍ପେସ୍ କିଡ୍ଜି ଆଜାଦିସାଟ୍-୨ ସହ ଆମେରିକୀୟ କମ୍ପାନୀର ଏକ ସାଟେଲାଇଟ୍କୁ କକ୍ଷ ପଥରେ ସଫଳତାର ସହ ପହଞ୍ଚାଇ ଇତିହାସ ରଚିଛି ଇସ୍ରୋ।
#WATCH | Andhra Pradesh: ISRO launches Small Satellite Launch Vehicle-SSLV-D2- from Satish Dhawan Space Centre at Sriharikota to put three satellites EOS-07, Janus-1 & AzaadiSAT-2 satellites into a 450 km circular orbit pic.twitter.com/kab5kequYF
— ANI (@ANI) February 10, 2023
ଏହି ସାଟେଲାଇଟ୍ ଉତ୍କ୍ଷେପଣ ପାଇଁ ବ୍ୟବହାର ହୋଇଥିବା SSLV ରକେଟ୍ର ୫୦୦କେଜି ଓଜନ ପର୍ଯ୍ୟନ୍ତ ସାଟେଲାଇଟ୍ ଉତ୍କ୍ଷେପଣ କ୍ଷମତା ରଖିଛି । ଏହି ରକେଟ୍ର ଲମ୍ବ ୩୪ ମିଟର ଓ ବ୍ୟାସ ୨ ମିଟର। ଗତବର୍ଷ ଅଗଷ୍ଟରେ SSLV ରକେଟ୍ର ଉତ୍କ୍ଷେପଣ ବେଳେ ତ୍ରୁଟି ଦେଖା ଦେଇଥିଲା। ତେବେ ଏହାକୁ ସୁଧାରି ମହାକାଶ ମିଶନରେ ପୁଣି ସଫଳତା ପାଇଛି ଇସ୍ରୋ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)