/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691058234.jpg)
Laptop - Tablet Import Ban
ମେଡ ଇନ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆକୁ ଭାରତ ସରକାର ଲଗାତାର ଗୁରୁତ୍ୱ ଦେଇଆସୁଛନ୍ତି । ଦେଶୀ ସାମଗ୍ରୀକୁ ଗୁରୁତ୍ୱ ଦେବା ପାଇଁ ଭାରତ ସରକାର ପୂର୍ବରୁ ବିଭିନ୍ନ କ୍ଷେତ୍ରରେ PLI ନିୟମ ଲାଗୁ କରିଛନ୍ତି । ଏହି କ୍ରମରେ ଆଜି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର ।
ଲାପଟପ୍, ଟାବଲେଟ୍, ଅଲ-ଇନ୍-ୱାନ୍ ପର୍ସନାଲ୍ କମ୍ପ୍ୟୁଟର, ଅଲ୍ଟ୍ରା ସ୍ମଲ ଫାର୍ମ ଫ୍ୟାକ୍ଟର୍ (USFF) କମ୍ପ୍ୟୁଟର ଏବଂ ସର୍ଭର ଆମଦାନୀ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ତୁରନ୍ତ ଏହି ପ୍ରତିବନ୍ଧକ ଲାଗୁ ହେଲା ବୋଲି ମଧ୍ୟ ଚିଠିରେ ଦର୍ଶାଯାଇଛି । ଏହାର ଅର୍ଥ ଏବେଠାରୁ ଏହି ଉତ୍ପାଦଗୁଡ଼ିକ ଆଉ ବିଦେଶରୁ ଭାରତକୁ ଆସିବ ନାହିଁ । କୌଣସି ଉତ୍ପାଦର ଆମଦାନୀରେ ପ୍ରତିବନ୍ଧକ ଲାଗିବା ଅର୍ଥ ଏହା ଆଗାମୀ ଦିନରେ ଭାରତରେ ଆସିବାକୁ ହେଲେ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ବାଧ୍ୟତାମୂଳକ ହେବ ।
ଗୁରୁବାର ଦିନ ଜାରି କରାଯାଇଥିବା ବିଜ୍ଞପ୍ତିରେ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) କହିଛି ଯେ ଅନୁସନ୍ଧାନ ଏବଂ ବିକାଶ, ପରୀକ୍ଷଣ, ବେଞ୍ଚମାର୍କିଂ, ମୂଲ୍ୟାଙ୍କନ, ମରାମତି ଏବଂ ଉତ୍ପାଦ ବିକାଶ ଉଦ୍ଦେଶ୍ୟରେ ଆମଦାନୀ କରାଯାଉଥିଲେ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ଆବଶ୍ୟକ ନାହିଁ । ହେଲେ ଏଥିରେ ଏକ ସର୍ତ୍ତ ରହିଛି । ଏହି ସବୁ କାର୍ଯ୍ୟ ପାଇଁ ମାତ୍ର ୨୦ଟି ଆଇଟମ୍ ଭାରତକୁ ଆମଦାନୀ ହୋଇପାରିବ । ୨୦ରୁ ଅଧିକ ଆଇଟମ୍ ଆମଦାନୀ କରିବାକୁ ହେଲେ ସରକାରୀ ଅନୁମତି ନେବା ବାଧ୍ୟତାମୂଳକ ।
ତେବେ ଏହି ସବୁ ନିୟମର ମୂଳ ଉଦେଶ୍ୟ ହେଲା, ଚୀନ୍ ଭଳି ଦେଶରୁ ଆମଦାନୀ ହ୍ରାସ କରିବା । ବିଜ୍ଞପ୍ତିରେ କୁହାଯାଇଛି ଯେ ଲାପଟପ୍, ଟାବଲେଟ୍, ଅଲ-ଇନ୍-ୱାନ୍ ପର୍ସନାଲ କମ୍ପ୍ୟୁଟର ଏବଂ ସର୍ଭର ଆଦି ସାମଗ୍ରୀକୁ ତୁରନ୍ତ 'ପ୍ରତିବନ୍ଧକ' ଶ୍ରେଣୀରେ ରଖାଯାଇଛି ।
ବୈଧ ଲାଇସେନ୍ସ ଆଧାରରେ ହେବ ଆମଦାନୀ:
ଡିଜିଏଫଟି ବିଜ୍ଞପ୍ତିରେ କୁହାଯାଇଛି ଯେ ମାଇକ୍ରୋ କମ୍ପ୍ୟୁଟର, ବଡ଼ କମ୍ପ୍ୟୁଟର ଏବଂ କିଛି ଡାଟା ପ୍ରକ୍ରିୟାକରଣ ମେସିନ୍ ମଧ୍ୟ ଆମଦାନୀ ପ୍ରତିବନ୍ଧକ ବର୍ଗରେ ସ୍ଥାନିତ ହୋଇଛି । ବୈଧ ଲାଇସେନ୍ସ ଅନୁଯାୟୀ ଏହି ଉତ୍ପାଦଗୁଡିକର ଆମଦାନୀ ଅନୁମତି ଦିଆଯିବ ବୋଲି ଏଥିରେ କୁହାଯାଇଛି । ଏବେ ଏହି ପ୍ରତିବନ୍ଧକଗୁଡିକ ବ୍ୟାଗେଜ୍ ନିୟମ ଅନୁଯାୟୀ ଲାଗୁ ହେବ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)