• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୂମିକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ହୋଇଥିବା ଭୂମିକମ୍ପରେ ସାଂଘାତିକ ଭାବରେ ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଲୋକେ । ଶନିବାର ରାତି ୮ଟାରେ ଦିଲ୍ଲୀରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି କହିବା ଅନୁସାରେ, ଏହି ଭୂମିକମ୍ପର ତୀବ୍ରତା ୫.୪ ରିକ୍ଟର୍‌ ସ୍କେଲ୍‌ରୁ ଜଣାପଡ଼ିଛି ।

ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ନୋଇଡା ଏବଂ ଗୁରୁଗ୍ରାମ ଇଲାକାରେ । ଏଥର ମଧ୍ୟ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ନେପାଳ । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଏଥିରେ କୌଣସି ଧନଜୀବନହାନୀ ହୋଇଥିବାର ଖବର ମଧ୍ୟ ଏଯାବତ୍‌ ମିଳିନାହିଁ ।

 

୫ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ଭୂମିକମ୍ପ ଯୋଗୁଁ ଲୋକେ ଜୀବନ ଭୟରେ ଘରୁ ବହାରକୁ ଧାଇଁଥିଲେ । ସେହିପରି ଅଫିସରେ ଥିବା ଲୋକେ ମଧ୍ୟ ଖୋଲା ସ୍ଥାନକୁ ଦଉଡ଼ିଥିଲେ । ସେହିପରି ୪ ଦିନ ପୂର୍ବେ ଦିଲ୍ଲୀ ସମେତ ଜାତୀୟ ରାଜଧାନୀ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୪ ଥିଲା ।

ସେତେବେଳେ ଭୂମିକମ୍ପର ଝଟକା ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦ ଓ ବିଜନୋରରେ ମଧ୍ୟ ଅନୁଭୂତ ହୋଇଥିଲା। ଘରଦ୍ୱାର ଥରି ଉଠିବା ଯୋଗୁ ଲୋକେ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଦୌଡି ପଳାଇ ଯାଇଥିଲେ ।