• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏୟାର ସୋରେ ଦୁଇ ସାମରିକ ବିମାନ ଧକ୍କା (airplanes collide and crash ) । ମଝି ଆକାଶରେ ବାଡ଼େଇ ହେଲେ ଏୟାର ସୋରେ ଜଲୱା ଦେଖାଉଥିବା ଦୁଇ ବିମାନ । ଆମେରିକା ଡଲାସରେ ଏୟାର ସୋ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ଦୁଇ ବିମାନ ପରସ୍ପର ସହ ବାଡେଇ ହେବା ପରେ ଗୋଟିଏ ବିମାନ ଦୁଇ ଖଣ୍ଡ ହୋଇଯାଇଥିବା ବେଳେ ଅନ୍ୟ ଏକ ବିମାନଟି ଚୁରମାର ହୋଇଯାଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଅନୁସାରେ, ଶନିବାର ଦିନ ଆମେରିକାର ଡଲାସ୍ ଠାରେ ଏକ ଏୟାର ସୋ ଆୟୋଜିତ ହୋଇଥିଲା । ଡଲାସ୍ ଏକଜିକ୍ୟୁଟିବ୍ ଏୟାରପୋର୍ଟରେ ଏହି ଏୟାର ସୋ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଏକାଠି ହୋଇଥଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିବା ବିମାନକୁ ନେଇ ଚାଲିଥିଲା ଏୟାର ସୋ । ହଠାତ୍ ବୋଇଙ୍ଗ ବି -୧୭ ଫ୍ଲାଇଙ୍ଗ ଫୋର୍ଟସ ବମ୍ବର , ବେଲ୍ P-63 କିଙ୍ଗକୋବ୍ରା ଯୁଦ୍ଧ ବିମାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୬ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ଆକାଶ ଧୂଆଁମୟ ହୋଇଯାଇଥିଲା । ଆମେରିକା ସେନାବାହିନୀ ପକ୍ଷରୁ ଚାଲିଥିଲା ଏହି ଏୟାର ସୋ ।

ବିମାନବନ୍ଦର ଜଣେ ଅଧିକାରୀ ଟ୍ୱିଟ କରି କହିଛନ୍ତି, ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜରୁରୀକାଳୀନ କର୍ମଚାରୀ । ଦୁର୍ଘଟଣା ପରେ ବିମାନର କ୍ରୁ ସଦସ୍ୟଙ୍କୁ ଖୋଜାଚାଲିଛି । ହେଲେ ଉଭୟ ବିମାନରେ କେତେ ଲୋକ ଥିଲେ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ତେବେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓ କ୍ଲିପ୍‌ରେ ପୂରା ଘଟଣା କଏଦ ହୋଇଛି, ଯେଉଁଥିରେ ଦୁଇଟି ବିମାନ ଧକ୍କା ହୋଇ ନିଆଁରେ ଲାଗିଯାଉଥିବା ଦେଖିବାକୁ ମିଳୁଛି ।

ବର୍ତ୍ତମାନ ଉଭୟ FAA ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଦୁର୍ଘଟଣା ସମ୍ପର୍କରେ ଯାଂଚ ଆରମ୍ଭ କରିଛି ।