/odishatv-khabar/media/post_attachments/uploadimage/library/16_9/16_9_0/Airstrike_1746588228.jpg)
Airstrike
‘ମୋ ସିନ୍ଦୂରର ବଦଲା ନେଇଛନ୍ତି ମୋଦି ସରକାର। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ବହୁତ ଧନ୍ୟବାଦ ଜଣାଉଛି।’ ଏପରି କୋହଭରା କଣ୍ଠରେ କହିଛନ୍ତି ପହଲାଗାମ ଆତଙ୍କ ହମଲାରେ ମୃତ୍ୟୁ ବରଣ କରିଥିବା ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ।
ପାକିସ୍ତାନ ଉପରେ ଭାରତର ଏୟାରଷ୍ଟ୍ରାଇକ ପରେ ସେ କହିଛନ୍ତି, ପହଲଗାମ ହମଲା ପରେ ଆମେ ଭାବୁଥିଲୁ ସରକାର କାହିଁକି ବଦଲା ନେଉନାହାନ୍ତି। ହେଲେ ସରକାର ପୂରା ପ୍ଲାନ କରି ବଦଲା ନେଇଛନ୍ତି। ସରକାର ବହୁତ ଭଲ କାମ କରିଛନ୍ତି। ସେମାନେ ଯେପରି କାହାକୁ କିଛି ନ କହିକି ନୀରିହ ଲୋକଙ୍କୁ ମାରି ପକାଇଥିଲେ, ମୋଦି ସେପରି ତାର ବଦଲା ନେଇଛନ୍ତି। ଏଥିପାଇଁ ମୁଁ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆତଙ୍କୀଙ୍କୁ ଏମିତି ଆକ୍ରମଣ କରନ୍ତୁ ଯେ, ଆଉଥରେ ଆକ୍ରମଣ କରିବାକୁ ପାଞ୍ଚ ଥର ଭାବିବେ।
ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍, ମିସାଇଲ୍ ମାଡ଼ରେ ଛାରଖାର୍ ଆତଙ୍କୀ ଆଡ୍ଡା
ସରକାରଙ୍କୁ ବହୁତ ଧନ୍ୟବାଦ, ସେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଚେଷ୍ଟା କରିଛନ୍ତି। ସରକାର ଯାହା କହିଥିଲେ, ତାହା କରିଛନ୍ତି। ଏଥିପାଇଁ ମୁଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି ବୋଲିପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ କହିଛନ୍ତି।
ସୂଚନାଯୋଗ୍ୟ, ପହଲଗାମରେ ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ 'ଅପରେସନ ସିନ୍ଦୂର' ସଫଳ ହୋଇଛି । ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି । ଅପରେସନ୍ ସିନ୍ଦୁରରେ ଆତଙ୍କବାଦୀ ମସୁଦ ଆଝାରର ବହାବଲପୁର ଠିକଣାରେ ହୋଇଛି ହମଲା । ପାକିସ୍ତାନରେ ଆତଙ୍କବାଦ ବିରୋଧରେ ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ସାରା ବିଶ୍ବକୁ ଅବଗତ କରିଛି ଭାରତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)