Advertisment

ଦେଶର ବିକାଶ ପାଇଁ ପିଲାମାନଙ୍କର ବିକାଶ ଜରୁରୀ

ପିଲାମାନଙ୍କୁ ଉନ୍ନତ ଜୀବନଯାପନ ଓ ଉତ୍ତମ ଶିକ୍ଷା ପ୍ରଦାନ କରିବା ସମାଜ ତଥା ଦେଶର ଦାୟିତ୍ୱ। ଏନେଇ ଭବିଷ୍ୟତର ପ୍ରତିଭାମାନଙ୍କ ମୁହଁରେ ହସ ଆଣିବା ପାଇଁ ଭାରତ ପ୍ରତିବର୍ଷ ନଭେମ୍ବର ୧୪କୁ ‘ଶିଶୁ ଦିବସ’ ଭାବରେ ପାଳନ କରିଥାଏ। ଏହି ଅବସରରେ ଆସନ୍ତୁ ଜାଣିନେବା ୫ ଗୁରୁତ୍ୱପୂର୍ଣ୍ଣ କଥା।

author-image
Pramod Behera
ଅଦ୍ୟତନ ହୋଇଛି
Children Day 2022

Know five important points on childrens day

ପିଲାମାନେ ଆମ ଦେଶର ଭବିଷ୍ୟତ। ଯେକୌଣସି ଦେଶର ବିକାଶ ପାଇଁ ପିଲାମାନଙ୍କର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ଉନ୍ନତ ଜୀବନଯାପନ ଓ ଉତ୍ତମ ଶିକ୍ଷା ପ୍ରଦାନ କରିବା ସମାଜ ତଥା ଦେଶର ଦାୟିତ୍ୱ। ଏନେଇ ଭବିଷ୍ୟତର ପ୍ରତିଭାମାନଙ୍କ ମୁହଁରେ ହସ ଆଣିବା ପାଇଁ ଭାରତ ପ୍ରତିବର୍ଷ ନଭେମ୍ବର ୧୪କୁ ‘ଶିଶୁ ଦିବସ’ ଭାବରେ ପାଳନ କରିଥାଏ।

Advertisment

‘ଶିଶୁ ଦିବସ’ ହେଉଛି ଶିଶୁମାନଙ୍କର ଜାତୀୟ ପର୍ବ। ତେବେ ଏହି ପର୍ବ ପାଇଁ କୌଣସି ଜାତୀୟ ଛୁଟି ନାହିଁ, କିନ୍ତୁ ଏହାକୁ ସାରା ଦେଶରେ ପାଳନ କରାଯାଏ। ଏହି ଅବସରରେ ପିଲାମାନେ ନିଜକୁ ସ୍ୱତନ୍ତ ଅନୁଭବ କରନ୍ତି। ଏହି ଅବସରରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ପିଲାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି ଏବଂ ଜନ୍ମଦିନ ପରି ‘ଶିଶୁ ଦିବସ’କୁ ପାଳନ କରନ୍ତି। ତେବେ ଏହି ‘ଶିଶୁ ଦିବସ’କୁ ନେଇ ଏମିତି ଅନେକ କଥା ଅଛି, ଯାହାକୁ ସମସ୍ତେ ଜାଣିବା ଉଚିତ।

ନଭେମ୍ବର ୧୪ କାହିଁକି:

ନଭେମ୍ବର ୧୪ରେ ଭାରତରେ ‘ଶିଶୁ ଦିବସ’ ପାଳନ କରାଯାଏ। ଏହିଦିନ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ। ଜବାହରଲାଲ ନେହରୁଙ୍କୁ ଚାଚା ନେହରୁ ମଧ୍ୟ କୁହାଯାଏ। ପିଲାମାନଙ୍କ ପ୍ରତି ତାଙ୍କର ଭଲପାଇବା ହେତୁ ତାଙ୍କର ଜନ୍ମ ବାର୍ଷିକୀକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ।

Advertisment

କେବେ ହେଲା ଆରମ୍ଭ:

ପଣ୍ଡିତ ଜବାହରଲାଲ ନେହରୁଙ୍କର ୧୯୬୪ ମସିହାରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଚାଚା ନେହରୁଙ୍କ ଜନ୍ମ ବାର୍ଷିକୀକୁ ‘ଶିଶୁ ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଥିଲା ଏବଂ ୧୯୬୫ ମସିହାରେ ପ୍ରଥମ ଥର ପାଇଁ ‘ଶିଶୁ ଦିବସ’ ପାଳନ କରାଯାଇଥିଲା।

ବିଶ୍ୱ ଶିଶୁ ଦିବସ କେବେ:

ଯଦିଓ ନଭେମ୍ବର ୧୪ରେ ଭାରତ ‘ଶିଶୁ ଦିବସ’ ପାଳନ କରେ, କିନ୍ତୁ ୧୯୬୪ ପୂର୍ବରୁ ନଭେମ୍ବର ୨୦କୁ ଶିଶୁ ଦିବସ ଭାବେ ପାଳନ କରାଯାଉଥିଲା। ମିଳିତ ଜାତିସଂଘ ନଭେମ୍ବର ୨୦କୁ ‘ବିଶ୍ୱ ଶିଶୁ ଦିବସ’ ଭାବେ ପାଳନ କରିବାକୁ ନିଶ୍ଚିତ କରିଛି।

ଜୁନ୍ ୧ ‘ଶିଶୁ ଦିବସ’:

ଦୁନିଆରେ ଅନେକ ଦେଶ ଅଛନ୍ତି ଯେଉଁମାନେ ଜୁନ୍ ୧କୁ ‘ଶିଶୁ ଦିବସ’ ଭାବେ ପାଳନ କରନ୍ତି। ପ୍ରାୟ ୫୦ଟି ଦେଶ ଜୁନ୍ ୧ରେ ‘ଶିଶୁ ଦିବସ’ ପାଳନ କରୁଥିବାବେଳେ ନଭେମ୍ବର ୨୦କୁ ‘ବିଶ୍ୱ ଶିଶୁ ଦିବସ’ ଭାବରେ ସ୍ଥିର କରାଯାଇଛି।

ଏହି ଦେଶରେ ‘ଶିଶୁ ଦିବସ’ ପାଳନ କରାଯାଏ ନାହିଁ:

ଭାରତ ସମେତ ଅନେକ ଦେଶରେ ‘ଶିଶୁ ଦିବସ’ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଇଛି ଆଉ ଏହିଦିନ ସେମାନେ ଏହାକୁ ଧୂମ୍‌ଧାମ୍‌ରେ ପାଳନ ମଧ୍ୟ କରନ୍ତି। ତେବେ ବ୍ରିଟେନ୍ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ‘ଶିଶୁ ଦିବସ’ ପାଳନ କରାଯାଏ ନାହିଁ।

Children's Day
Advertisment
Advertisment