Advertisment

India Strikes Pakistan: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

ପହଲଗାମ ବଦଲା ନେଲା ଭାରତ । ପାକିସ୍ତାନରେ ଭାରତର ଏୟାର ଷ୍ଟ୍ରାଇକ୍ ଆତଙ୍କବାଦୀଙ୍କ ବିରୋଧରେ 'ଅପରେସନ୍ ସିନ୍ଦୁର' । ମଧ୍ୟରାତ୍ରିରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ପ୍ରଚଣ୍ଡ ହମଲା । ମିସାଇଲ୍ ମାଡ କରି ଛାରଖାର କଲା ଆତଙ୍କୀ ଶିବିର ।

author-image
Namita Biswal
ଅଦ୍ୟତନ ହୋଇଛି
India Strikes Pakistan

India Strikes Pakistan

ପହଲଗାମ୍‌ରେ ବର୍ବର ଆତଙ୍କବାଦୀ ହମଲାର କଡ଼ା ବଦଲା ନେଲା ଭାରତ । ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତର ବଡ଼ ଏୟାରଷ୍ଟ୍ରାଇକ୍ । ପାକ୍ ଅଧିକୃତ କାଶ୍ମୀରରେ ବି ପ୍ରଚଣ୍ଡ ହମଲା । ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲ ଯୋଗେ  ଆତଙ୍କୀ ଶିବିରରେ ବଡ଼ ଆଟାକ୍‌ କରିଛି ଭାରତୀୟ ସେନା । ମୋଟ୍ ୯ଟି ସ୍ଥାନକୁ କରାଯାଇଛି ଟାର୍ଗେଟ୍ । ସେନାର ଏହି ଅପରେସନ ନାମ ରଖାଯାଇଛି 'ସିନ୍ଦୂର' । ପହଲଗାମ୍‌ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ 'ଅପରେସନ୍ ସିନ୍ଦୂର' ମାଧ୍ୟମରେ କଡ଼ା ଗଣ୍ଡା ଜବାବ ଦେଇଛି ଭାରତୀୟ ସେନା ।

Advertisment

ହମ୍‌ଲାରେ ସୁଖୋଇ-ରାଫେଲ:
ଯେଉଁ ମୁହୂର୍ତ୍ତକୁ ପ୍ରତିଟି ଭାରତୀୟଙ୍କ ଅପେକ୍ଷା ଥିଲା, ସେହି ପହଲଗାମ୍‌ ନରସଂହାରର ପ୍ରତିଶୋଧ ନେଇଛି ଭାରତ । ପହଲଗାମ ବଦଲା ବିରୋଧରେ ଅପରେସନ୍ ସିନ୍ଦୁର । ରାତି ଅଧିଆ ମିସାଇଲ୍ ମାଡ଼ କରି  ପାକିସ୍ତାନ ଏବଂ ପିଓକରେ ଆଟାକ୍ କରିଛି ସେନା। ହମଲାରେ ସାମିଲ ହୋଇଥିଲେ ୮ ସୁଖୋଇ, ୪ ରାଫେଲ୍। ଏଥିସହ ବ୍ରହ୍ମୋସ ମିସାଇଲ୍ ମାଡ଼ ହୋଇଛି । ମିସାଇଲ୍ ମାଡରେ ଛାରଖାର ହୋଇଛି ଆତଙ୍କବାଦୀଙ୍କ ୯ ଶିବିର । ଏନେଇ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୋସିଆଲ୍ ମିଡିଆରେ ପୋଷ୍ଟରେ ସେନା ପକ୍ଷରୁ ଲେଖାଯାଇଛି ନ୍ୟାୟ ହେଲା, ଜୟ ହିନ୍ଦ । 

୧୪ ଦିନ ପରେ ପହଲଗାମ୍‌ ବଦଲା:

ବିଳମ୍ବିତ ରାତି ୧ଟା ୫୪ ମିନିଟରେ ସେନା ପକ୍ଷରୁ ସୋସିଆଲ୍ ମିଡିଆରେ ସୂଚନା ଦିଆଯାଇଛି । ଯେଉଁଥିଲେ ଉଲ୍ଲେଖ କରାଯାଇଛି ଯେଉଁଠୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଓ ଯୋଜନା ପ୍ରସ୍ତୁତ କରୁଥିଲେ ସେସବୁକୁ ଟାର୍ଗେଟ କରାଯାଇଛି । ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି । ପହଲଗାମ ହମଲାର ଦୁଇ ସପ୍ତାହ ପରେ ପ୍ରତିଶୋଧ ନେଇଛି ଭାରତ । ଅପରେସନ୍ ସିନ୍ଦୁରରେ ଆତଙ୍କବାଦୀ ମସୁଦ ଆଝାରର ବହାବଲପୁର ଠିକଣାରେ ହୋଇଛି ହମଲା। 

Advertisment

ରାତିଅଧିଆ ଷ୍ଟ୍ରାଇକରେ ଛାନିଆ ପାକିସ୍ତାନ:

ପାକିସ୍ତାନର ମୁଜାଫରାବାଦ, କୋଟଲି ଓ ବହାବଲପୁର ଭଳି ସ୍ଥାନକୁ ଟାର୍ଗେଟ ହୋଇଛି । ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଭାରତର ଆଟାକ୍ ନେଇ ସ୍ପଷ୍ଟ କରିଛି ପିଓକେରେ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଛି । ମଧ୍ୟରାତ୍ରି ପରେ ମୁଜାଫରାବାଦ ସହରକୁ ଘେରି ରହିଥିବା ପର୍ବତ ନିକଟରେ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ଶୁଣିବାକୁ ମିଳିଥିଲା ଜୋରଦାର ବିସ୍ଫୋରଣ । ବିସ୍ଫୋରଣ ପରେ ସହରରେ ବିଦ୍ୟୁତ୍ ସଂଯୋଗ ବନ୍ଦ ହୋଇଯାଇଥିଲା । ଏଥିପାଇଁ ମଧ୍ୟରାତ୍ରିରେ ପାକିସ୍ତାନ ରାସ୍ତାରେ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳିଛି । 

ଜବାବ ହମଲା ବାବଦରେ ଆମେରିକା, ବ୍ରିଟେନ୍, ରୁଷ୍ ଓ ସାଉଦି ଆରବକୁ ଅବଗତ କରାଇଛି ଭାରତ। ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଅବଗତ କରାଇଛନ୍ତି ଏନଏସଏ ଅଜିତ ଡୋଭାଲ୍। ସକାଳ ୧୦ଟାରେ ସେନା ପକ୍ଷରୁ ପ୍ରେସମିଟରେ ବିସ୍ତୃତ ସୂଚନା ଦିଆଯିବ। ଏହି ଆଟାକ୍ ପରେ ଲାହୋର ଏୟାରପୋର୍ଟରେ ଜାରି ହୋଇଛି ଏମର୍ଜେନ୍ସୀ। ଆସନ୍ତା ୪୮ ଘଣ୍ଟା ଯାଏଁ ଲାହୋର ଏୟାରପୋର୍ଟରୁ ସମସ୍ତ ବିମାନ ଉଡ଼ାଣ ବନ୍ଦ କରି ଦିଆଯାଇଛି। 

Airstrike India Pakistan War Operation Sindoor
Advertisment
Advertisment