• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇଜିପ୍ଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ଶନିବାର ଦିନ ଇଜିପ୍ଟରେ ଏକ ବସ୍ ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ଡକହଲିଆ ପ୍ରଦେଶରେ ଏକ ମିନିବସ୍ ଏକ କେନାଲରେ ପଡ଼ିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏହି ଅଘଟଣରେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଇଜିପ୍ଟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ବସ୍ ରାଜପଥରୁ ଓହ୍ଲାଇ ଉତ୍ତର ଡକହଲିଆ ଅଞ୍ଚଳର ଆଗାର ମନସୁରା କେନାଲକୁ ଖସି ପଡ଼ିଥିଲା । ବର୍ତ୍ତମାନ ଘଟଣାସ୍ଥଳକୁ ୧୮ଟି ଆମ୍ବୁଲାନ୍ସ ପଠାଯାଇଛି । ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଦୁର୍ଘଟଣା ସମୟ ପରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ବାସିନ୍ଦା ପାଣିରୁ ମୃତଦେହ ଉଦ୍ଧାର କରିବାରେ ପୋଲିସକୁ ସାହାଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି । ରିପୋର୍ଟରେ ଅନୁସାରେ, ବସ୍‌ରେ ମୋଟ୍‌ ୩୫ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରେ ଏକ ଅନେକ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ଅଧିକାଂଶ ଛାତ୍ରଛାତ୍ରୀ ଆହତ ଅଛନ୍ତି ।

ମୃତକଙ୍କ ମଧ୍ୟରେ ଛଅ ଜଣ ମହିଳା ଏବଂ ତିନି ପିଲା ମଧ୍ୟ ସାମିଲ ଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସରକାର ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଜୀବନ ହରାଇଥିବା ରୋଜଗାରିଆ ସଦସ୍ୟଙ୍କ ପରିବାରକୁ ୧୦୦,୦୦୦ ପାଉଣ୍ଡ୍‌ କ୍ଷତିପୂରଣ ପ୍ରଦାନ କରାଯିବ । ସେହିପରି ଅନ୍ୟ ପୀଡିତଙ୍କ ପରିବାରକୁ ୨୫,୦୦୦ ଏବଂ ଆହତ ୫,୦୦୦ ପାଉଣ୍ଡ୍‌ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ ଇଜିପ୍ଟରେ ଏବେ ସଡ଼କ ଦୁର୍ଘଟଣା ସାଧାରଣ ଘଟଣାରେ ପରିଣତ ହୋଇଛି । ପ୍ରତିବର୍ଷ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଗତ ମାସରେ ଇଜିପ୍ଟର ନୀଲ ଡେଲ୍ଟାରେ ଏକ ମିନିବସ୍ ଏବଂ ଏକ ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଥିଲେ । ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଏକ ପୂରା ପରିବାର ଏବଂ ତିନି ଭଉଣୀ ଥିଲେ ।