• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲୋକାଲ୍ ଫର୍ ଭୋକାଲ୍ । ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ . . . ଧୀରେ ଧୀରେ ସାକାର ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ । ଦେଶର ୭୫ ବର୍ଷ ଇତିହାସରେ ପ୍ରଥମ ଥର ସେନା ଉପକରଣ ରପ୍ତାନୀ କରିବାକୁ ଯାଉଛି ଭାରତ । ତାହା ପୁଣି ଏକ ଘରୋଇ କଂପାନୀ ପୁନେ ସ୍ଥିତ ଭାରତ ଫର୍ଜ କଂପାନୀ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଉଥିବା ତୋପ । ରପ୍ତାନୀ ଲାଗି ମିଳିଛି ଅର୍ଡର । ୧୫୫ ଏମ୍ଏମ୍-୫୨ କାଲିବରର ଏହି ତୋପ ଯୋଗାଣ ଲାଗି କଂପାନି ୧୫୫ ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଅର୍ଡର ଫାଇଛି । ଆଉ ଏହି ଅର୍ଡର ପାଉ ପାଉ କଂପାନୀର ସେୟାର ମୂଲ୍ୟ ବଢିବାକୁ ଆରମ୍ଭ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆକୁ ବଳ ମିଳିଛି କହିଲେ ଚଳେ । ଦେଶର ପ୍ରତିରକ୍ଷା ଇତିହାସରେ ବି ପ୍ରଥମ । ବିଦେଶକୁ ଆର୍ଟିଲାରୀ ଗନ୍ ବା ତୋପ ରପ୍ତାନୀ କରିବ ଭାରତ । ୧୫୫ ଏମ୍ଏମ୍ ଆର୍ଟିଲାରୀ ଗନ୍ ରପ୍ତାନୀ ଲାଗି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରୁଥିବା ପୁନେସ୍ଥିତ ଘରୋଇ ସଂସ୍ଥା ଭାରତ ଫର୍ଜକୁ ମିଳିଛି ଅର୍ଡର । ଭାରତ ଫର୍ଜର ସହାୟକ କଂପାନୀ କଲ୍ୟାଣୀ ଷ୍ଟ୍ରାଟେଜିକ୍ ସିଷ୍ଟମ ଏହି ଅର୍ଡର ପାଇଛି । ତେବେ କେଉଁ ଦେଶରୁ ଏହି ଅର୍ଡର ମିଳିଛି କଂପାନୀ ପକ୍ଷରୁ ତାହା ସ୍ପଷ୍ଟ କରାଯାଇନି । ମାତ୍ର କୌଣସି ସାମରିକ ବିବାଦରେ ଫସି ନଥିବା ଏକ ଦେଶରୁ ଏହି ଅର୍ଡର ମିଳିଥିବା ସୂଚନା ଦିଆଯାଇଛି । ୧୫୫.୫ ମିଲିୟନ ଡଲାର ମୂଲ୍ୟର ଏହି ଅର୍ଡର ମିଳିଥିବା କଂପାନି ପକ୍ଷରୁ କୁହାଯାଇଛି । ଆଗାମୀ ୩ ବର୍ଷରେ କଂପାନୀ ଏସବୁ ତୋପ ଯୋଗାଇ ଦେବ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଏବଂ ରପ୍ତାନୀ ବୃଦ୍ଧି ଲାଗି କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରୟାସ ଅନ୍ତର୍ଗତ ଏହା ସମ୍ଭବ ହୋଇଥିବା କଂପାନୀ ପକ୍ଷରୁ କୁହାଯାଇଛି ।

ଭାରତ ଫର୍ଜ ବହୁ ଜଟିଳ ଓ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଉପକରଣ ନିର୍ମାଣ କରିଥାଏ । ଅଟୋ ମୋବାଇଲ, ଅଏଲ ଆଣ୍ଡ ଗ୍ୟାସ୍, ଏରୋସ୍ପେଶ୍, ଲୋକୋମୋଟିଭ୍, ମେରାଇନ , ଏନର୍ଜି, ନିର୍ମାଣ, ଖଣି ଏବଂ ଇଂଜିନିୟରିଂ ଭଳି ବହୁବିଧ କ୍ଷେତ୍ରରେ ବି କଂପାନୀ ନିୟୋଜିତ ରହିଛି । ଗାନ୍ଧୀନଗରରେ ଅନୁଷ୍ଠିତ ଡିଫେନ୍ସ ଏକ୍ସପୋ ଅବସରରେ କଂପାନୀ ମୁଖ୍ୟ ବାବା କଲ୍ୟାଣୀ ଭାରତରେ ବିଶ୍ୱର ସର୍ବବୃହତ ଆର୍ଟିଲାରୀ ଉତ୍ପାଦନକାରୀ କାରଖାନା ପ୍ରତିଷ୍ଠା ଲାଗି ଘୋଷଣା କରିଥିଲେ । କଂପାନୀ ବର୍ତ୍ତମାନ ମାସକୁ ୬ଟି ଆର୍ଟିଲାରୀ ଗନ୍ ନିର୍ମାଣ କରୁଛି ।

ମାତ୍ର ନୂଆ ଫ୍ୟାକ୍ଟ୍ରି ଲାଗିବା ପରେ କଂପାନୀ ଦୈନିକ ଗୋଟିଏ ଆର୍ଟିଲାରୀ ଗନ୍ ନିର୍ମାଣ କରିପାରିବ । ନିକଟରେ ଭାରତ ଫର୍ଜ ଭାରତୀୟ ସ୍ଥଳସେନାକୁ ଏମ୍-୪ ଅସ୍ତ୍ର ଖଚିତ ବାହାନ ଯୋଗାଇ ଥିଲା । ଦକ୍ଷିଣ ଆଫ୍ରିକାର ପାରାମାଉଣ୍ଟ ଗ୍ରୁପ୍ ଦ୍ୱାରା ନିର୍ମିତ ଏମ୍ବମ୍ବ-୪ ଶ୍ରେଣୀର ଏହି ଆକ୍ରମଣକାରୀ ଯାନକୁ ଲାଇସେନ୍ସ ଜରିଆରେ ନିର୍ମାଣ କରୁଛି ଭାରତ ଫର୍ଜ । ଅନ୍ୟପକ୍ଷରେ ଉନ୍ନତପ୍ରାଣାଳୀର ୧୫୫ ଏମଏମ୍ସ ୫୨ କାଲିବର ଆର୍ଟିଲାରୀ ଗନ୍ ଡିଆରଡିଓ, କଲ୍ୟାଣୀ ଗ୍ରୁପ୍ ଓ ଟାଟା ଆଡଭାନ୍ସଡ ସିଷ୍ଟମର ମିଳିତ ସହଯୋଗରେ ବିକଶିତ କରାଯାଇଛି ।

୨୦୨୫ ସୁଦ୍ଧା ପ୍ରତିରକ୍ଷା ରପ୍ତାନୀ ୫ ବିଲିୟନ ଡଲାରରୁ ବୃଦ୍ଧି ଲାଗି କେନ୍ଦ୍ର ସରକାର ଟାର୍ଗେଟ ରଖିଛନ୍ତି । ୨୦୨-୨୨ରେ ପ୍ରତିରକ୍ଷା ସାମଗ୍ରୀ ରତ୍ପାନୀ ପରିମାଣ ୧.୫୯ ବିଲିୟନ ଡଲାର ବା ୧୩ ହଜାର କୋଟି ଟଙ୍କା ଥିଲା । ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ୮ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now