Advertisment

ବିସ୍କୁଟରେ କାହିଁକି ଥାଏ ଅନେକଗୁଡିଏ କଣା?

ପ୍ରାୟ ସମସ୍ତେ ବିସ୍କୁଟ୍ ଖାଇବାକୁ ଭଲ ପାଆନ୍ତି। କିନ୍ତୁ ଅଧିକାଂଶ ହୁଏତ ଜାଣି ନଥିବେ ଏହିସବୁ ବିସ୍କୁଟ୍‌ରେ ଥିବା କଣାର ରହସ୍ୟ। ଏହା ପଛରେ ରହିଛି ବୈଜ୍ଞାନିକ କାରଣ। ତେବେ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Why biscuits have holes

Why biscuits have holes

ସେ ପିଲା ହୁଅନ୍ତୁ କି ବୁଢା, ବିସ୍କୁଟ କାହାକୁ ବା ଭଲ ନ ଲାଗେ। ସକାଳ କିମ୍ବା ସନ୍ଧ୍ୟା, ଦିନ କିମ୍ବା ରାତି, ଚା ସହିତ କିମ୍ବା ଥଣ୍ଡା ସହିତ, ଲୋକମାନେ ବିସ୍କୁଟ ଖାଇବାକୁ ତ ପସନ୍ଦ କରନ୍ତି। ବିଭିନ୍ନ ଭେରାଇଟିର ବିସ୍କୁଟ ବଜାରରେ ମିଳିଥାଏ। କିଏ ଲୁଣି ଲାଗେ, କିଏ କମ ମିଠା ଲାଗେ, କିଏ ଅଧିକ ମିଠା ଲାଗେ। ଏହାର ସ୍ୱାଦ ମଧ୍ୟ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ପ୍ରତ୍ୟେକଙ୍କ ଘରେ ଆଉ କିଛି ଥାଉ କି ନଥାଉ ବିସ୍କୁଟ୍ ଯେମିତି ହେଲେ ଥିବ।

Advertisment

ଯଦି ଆପଣ ଅତିଥି ଭାବରେ କାହା ଘରକୁ ଯାଆନ୍ତି, ତେବେ ଆପଣଙ୍କୁ ବିସ୍କୁଟ ସହିତ ମଧ୍ୟ ସ୍ୱାଗତ କରାଯାଏ। ଏମିତି ବି କିଛି ବିସ୍କୁଟ୍ ପ୍ରିୟ ଲୋକ ଅଛନ୍ତି ଯେଉଁ ରାତିରେ ବି ଉଠି ୨/୩ଟି ବିସ୍କୁଟ୍ ଖାଇ ଶୋଇଯାଆନ୍ତି। ପିଲାମାନେ ତ ସ୍କୁଲ୍ ଗଲେ ଟିଫିନ୍‌ରେ ବିସ୍କୁଟ୍ ନେଇ ଯାଆନ୍ତି। କର୍ମକ୍ଷେତ୍ରରେ ଥିବା କେତେକ ଲୋକ ମଧ୍ୟ ମଧ୍ୟାହ୍ନ ଭୋଜନରେ ବିସ୍କୁଟ୍‌ରେ ହିଁ କାମ ଚଳେଇ ଦିଅନ୍ତି।

ବିସ୍କୁଟର ଏକ ବଡ ବଜାର ମଧ୍ୟ ଅଛି ଏବଂ ପ୍ରତ୍ୟେକ ପ୍ରକାରର ବିସ୍କୁଟର ଏକ ଭିନ୍ନ ଡିଜାଇନ୍ ମଧ୍ୟ ଅଛି। କିନ୍ତୁ ଆପଣ ପ୍ରାୟ ଦେଖିଥିବେ ଯେ ଅନେକ ବିସ୍କୁଟରେ କଣା ଥାଏ।

Advertisment

ଆପଣ ପ୍ରାୟ ଦେଖିଥିବେ ଯେ ମିଠା ଓ ଲୁଣି ବିସ୍କୁଟରେ ଏମିତି କିଛି କଣା ରହିଥାଏ। କେତେକ ମିଠା ବିସ୍କୁଟରେ ବି ଏମିତି କନା ଥାଏ। ଏମିତି କରିବା ପଛରେ ଖାଲି ଡିଜାଇନ୍ ନୁହେଁ, ଏହା ପଛରେ ଅନ୍ୟ କାରଣ ମଧ୍ୟ ରହିଛି। ଏହି କଣାଗୁଡିକୁ ଡାକର୍ସ କୁହାଯାଏ। ଏମିରି କରିବାର ମୁଖ୍ୟ କାରଣ ହେଉଛି ସେକିବା ସମୟରେ ବାୟୁ ଏହା ମଧ୍ୟ ଦେଇ ବାହାରି ଯାଇଥାଏ। ଫଳରେ ବିସ୍କୁଟଗୁଡିକ ଅଧିକ ଫୁଲି ନଥାଏ।

ବିସ୍କୁଟ ତିଆରି ହେବା ପୂର୍ବରୁ ମଇଦା, ଚିନି ଓ ଲୁଣର ଏକ ସିଟ୍ ତିଆରି କରି ଏକ ମେସିନ୍ ତଳେ ରଖାଯାଏ। ଏହି ମେସିନ୍ ସମାନ ବ୍ୟବଧାନରେ ଏଥିରେ କଣା କରିଦିଏ। ଏହା କରିବା ଦ୍ୱାରା ବିସ୍କୁଟ ଭଲଭାବେ ଫୁଲେ ଓ ସେକିହୁଏ। ଏପରି କଣା କରିବାର ଅନ୍ୟ ଏକ କାରଣ ହେଉଛି ଉତ୍ତାପକୁ ବାହାର କରିବା। ଯଦି ଏଥିରେ କୌଣସି କଣା ନଥାନ୍ତା ତେବେ ବିସ୍କୁଟର ଉତ୍ତାପ ବାହାରକୁ ଆସି ପାରନ୍ତା ନାହିଁ ଏବଂ ଏହି କାରଣରୁ ବିସ୍କୁଟ ଅଧିକ ପୁଲି ଫାଟି ଯାଇଥାନ୍ତା।

Knowledge
Advertisment
Advertisment