Advertisment

Jammu Kashmir Attack Compensation: ସରକାରଙ୍କ ବଡ଼ ଘୋଷଣା; ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା

ଜମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ ଘୋଷଣା ହେଲା କ୍ଷତିପୂରଣ । ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ନେଇ ଘୋଷଣା କଲେ ଜମ୍ମୁକାଶ୍ମୀର ସରକାର ।

author-image
Sujit kumar Swain
ଅଦ୍ୟତନ ହୋଇଛି
Jammu Kashmir Attack Compensation

Jammu Kashmir Attack Compensation

ପହଲଗାମ୍ ହମ୍‌ଲାକୁ ନେଇ ଜମ୍ମୁକାଶ୍ମୀର ସରକାରଙ୍କ ବଡ଼ ଘୋଷଣା। ଜମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ ଘୋଷଣା ହେଲା କ୍ଷତିପୂରଣ । ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ନେଇ ଘୋଷଣା କଲେ ଜମ୍ମୁକାଶ୍ମୀର ସରକାର । ଗୁରୁତର ଆହତଙ୍କୁ ମିଳିବ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ନେଇ ଘୋଷଣା କରିଛନ୍ତି ଜମ୍ମୁକାଶ୍ମୀର ସରକାର । ଘଟଣାକୁ ନିନ୍ଦା କରିଛନ୍ତି ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ।

Advertisment

ପହଲଗାମ୍ ହମ୍‌ଲାକୁ ନେଇ ସନ୍ଧ୍ୟା ୬ଟାରେ ବସିବ ସିସିଏସ୍‌ ବୈଠକ । ପ୍ରଧାନମନ୍ତ୍ରୀଙ୍କ ବାସଭନବରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ଡକାଇଛନ୍ତି ପିଏମ୍ ମୋଦି । ହମ୍‌ଲା ବିରୋଧରେ ନିଆଯାଇପାରେ କଠୋର ପଦକ୍ଷେପ ବୋଲି ସୂଚନା ମିଳିଛି। 

Advertisment


ଅଧିକ ପଢ଼ନ୍ତୁ:ପହଲଗାମରେ ହମଲା; ଏହି ଆତଙ୍କୀ ସଂଗଠନ କଲା ନିଜକୁ ଦାୟୀ

ଅନ୍ୟପଟେ ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ମରଶରୀର ଆଜି ଜାମ୍ମୁ-କାଶ୍ମୀରରୁ ଓଡ଼ିଶା ଆସିବ। ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହ ଆଣିବାକୁ ବ୍ୟବସ୍ଥା କରାଯାଇଛି। ଆଜି ଅପରାହ୍ଣ ୨ଟା ୩୫ରେ ତାଙ୍କ ମୃତଦେହ ଶ୍ରୀନଗରରୁ ଦିଲ୍ଲୀ ଆସିବ। ପରେ ରାତି ୯ଟା ୪୫ରେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯିବା ନେଇ ଦିଲ୍ଲୀସ୍ଥିତ ରେସିଡେଣ୍ଟ କମିଶନର ସୂଚନା ଦେଇଛନ୍ତି।

ଗତକାଲି ପହଲଗାମରେ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ପ୍ରଶାନ୍ତ ଶତପଥୀ। ପତ୍ନୀ ଓ ପୁଅଙ୍କ ସହ ବୁଲୁଥିବା ବେଳେ ସେମାନଙ୍କ ସାମ୍ନାରେ ହିଁ ପ୍ରଶାନ୍ତଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ। ଆଉ ସେଇଠି ଟଳି ପଡିଥିଲେ ପ୍ରଶାନ୍ତ। ତାଙ୍କ ଘର ବାଲେଶ୍ୱର ସଦର ଅଞ୍ଚଳରେ।

ଅଧିକ ପଢ଼ନ୍ତୁ: ଆତଙ୍କୀ ହମ୍‌ଲା: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

Advertisment
Advertisment