Advertisment

Vaibhav Suryavanshi In BCCI Radar: ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବ ନାହିଁ ବିସିସିଆଇ, ବୈଭବଙ୍କୁ ମିଳିବ ପର୍ଯ୍ୟାପ୍ତ ସମୟ

ବିହାରର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ ନିଜର ବ୍ୟାଟିଂ ଯୋଗୁ ପରିଚୟ ସୃଷ୍ଟି କରିଛନ୍ତି। ଆଇପିଏଲ୍‌ରେ ଶତକ ହାସଲ କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବୈଭବଙ୍କ ପ୍ରତିଭା ଦେଖିବା ପରେ, ଅନେକ କିମ୍ବଦନ୍ତୀ ତାଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହୁଛନ୍ତି। ସେହିଭଳି ସେ ଖୁବ୍‌ଶୀଘ୍ର ଟିମ୍‌ ଇଣ୍ଡିଆ ପାଇଁ ଖେଳିପାରନ୍ତି ବୋଲି କୁହାଯାଉଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
bcci

bcci

ବିହାରର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ ନିଜର ବ୍ୟାଟିଂ ଯୋଗୁ ପରିଚୟ ସୃଷ୍ଟି କରିଛନ୍ତି। ଆଇପିଏଲ୍‌ରେ ଶତକ ହାସଲ କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବୈଭବଙ୍କ ପ୍ରତିଭା ଦେଖିବା ପରେ, ଅନେକ କିମ୍ବଦନ୍ତୀ ତାଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହୁଛନ୍ତି। ସେହିଭଳି ସେ ଖୁବ୍‌ଶୀଘ୍ର ଟିମ୍‌ ଇଣ୍ଡିଆ ପାଇଁ ଖେଳିପାରନ୍ତି ବୋଲି କୁହାଯାଉଛି। ଏସବୁ ମଧ୍ୟରେ, ଭାରତର ପୂର୍ବତନ କୋଚ ଏକ ବଡ଼ ବୟାନ ଦେଇଛନ୍ତି। ଏହି ଯୁବ ଖେଳାଳିଙ୍କୁ ସଠିକ ଭାବରେ ପରିଚାଳନା କରିବା ପାଇଁ ବିସିସିଆଇକୁ ସତର୍କ କରାଇ ଦେଇଛନ୍ତି। ଉମ୍ରାନ ମଲିକ ଓ ପୃଥ୍ବୀ ଶଙ୍କ ଭଳି ଖେଳାଳିଙ୍କ ମାମଲାରେ ହୋଇଥିବା ଭୁଲ ନଦୋହରାଇବାକୁ ବିସିସିଆଇକୁ ପରାମର୍ଶ ଦେଇଛନ୍ତି ପୂର୍ବତନ କୋଚ ଗ୍ରେଗ ଚାପେଲ।

Advertisment

ଅଧିକ ପଢନ୍ତୁ:ସୁପର ଓଭରରେ ଜିତିଲା କ୍ୟାପିଟାଲ୍ସ, କୋଟଲାରେ ପ୍ରଥମ ବିଜୟ

ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ବିସିସିଆଇକୁ ବୈଭବଙ୍କୁ ସଠିକ ଉପାୟରେ ପରିଚାଳନା କରିବାକୁ ପଡିବ। କାରଣ ଭାରତ ପୂର୍ବରୁ ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି ଏବଂ ପୃଥ୍ବୀ ଶ’ଙ୍କ ଭଳି ଯୁବ କ୍ରିକେଟରଙ୍କୁ କମ ବୟସରେ ପ୍ରସିଦ୍ଧି ହାସଲ କରିବାର ଦେଖିଛି। କିନ୍ତୁ ବିନୋଦ କାମ୍ବଲି ଏବଂ ପୃଥ୍ବୀ ଶ’ଙ୍କ କ୍ୟାରିୟର ଖୁବ୍‌ଶୀଘ୍ର ଟ୍ରାକରୁ ଚାଲିଗଲା। ଉଭୟଙ୍କ ଶୃଙ୍ଖଳାରେ ନିରନ୍ତରତା ନ ଥିଲା। ବିସିସିଆଇକୁ ବୈଭବଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ ବୋଲି ସେ କହିଛନ୍ତି। ସେହିପରି ଯେଉଁଭଳି ଭାବେ ବିସିସିଆଇ ଉମରାନ ମଲିକ ଓ ମୟଙ୍କ ଯାଦବଙ୍କ ଭଳି ବୋଲରଙ୍କୁ ଫାଷ୍ଟ ଟ୍ରାକ କରିବା ସହ ଭାରତୀୟ ଦଳରେ ସାମିଲ କରିଥିଲା ତାର ମଧ୍ୟ ପ୍ରଭାବ ଦେଖିବାକୁ ମିଳିଥିଲା। ଉଭୟ ଖେଳାଳି ନିୟମିତ ଭାବେ ଆହତ ହେବା ସହ ବର୍ତ୍ତମାନ ଚୟନକର୍ତ୍ତାଙ୍କ ରାଡାରରୁ ଦୂରରେ ଅଛନ୍ତି।

ଗ୍ରେଗ ଚାପେଲ ଲେଖିଛନ୍ତି, ’ସଚିନ ତେନ୍ଦୁଲକର କେବଳ ପ୍ରତିଭା ଯୋଗୁ ନୁହେଁ, ବରଂ ତାଙ୍କର ଏକ ଦୃଢ଼ ସପୋର୍ଟ ସିଷ୍ଟମ୍‌ ମଧ୍ୟ ଥିଲା। ତାଙ୍କ ଶାନ୍ତ ସ୍ବଭାବ, ଜଣେ ଉତ୍ତମ ପ୍ରଶିକ୍ଷକ, ଏକ ପରିବାର ଯିଏ ତାଙ୍କୁ ସର୍ବଦା ସୁରକ୍ଷା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ, ସମାନ ପ୍ରତିଭାଶାଳୀ ଏବଂ ଅଧିକ ଚମତ୍କାର ଥିଲେ ବି ବିନୋଦ କାମ୍ବଲି, ପ୍ରସିଦ୍ଧି ଏବଂ ଶୃଙ୍ଖଳା ମଧ୍ୟରେ ସନ୍ତୁଳନ ରଖିପାରି ନ ଥିଲେ। ପୃଥ୍ବୀ ଶ’ ମଧ୍ୟ ଆଉ ଜଣେ ଚମତ୍କାର ଖେଳାଳି ଯିଏ ଏବେ ବି ଶୀର୍ଷକୁ ଫେରିପାରିବେ।

Advertisment

ଦିନ ଥିଲା ବିନୋଦ କାମ୍ବଲି ଏବଂ ପୃଥ୍ବୀ ଶ’ଙ୍କୁ ଥରେ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ କିଛି ସମୟ ମଧ୍ୟରେ ସେମାନେ ନିଜର ପଥରୁ ଓହରି ଯାଇଥିଲେ। ଏହି ଦୁଇ ଖେଳାଳି ନିଜ ପ୍ରତିଭାକୁ ଠିକ ଭାବରେ ବ୍ୟବହାର କରିପାରିଲେ ନାହିଁ। କାମ୍ବଲିଙ୍କ କ୍ରିକେଟ କ୍ୟାରିଅର ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ ହୋଇଥିଲା। କିନ୍ତୁ କାମ୍ବଲି ପଡ଼ିଆ ବାହାରେ ଜିନିଷଗୁଡ଼ିକୁ ସମ୍ଭାଳିବାରେ ବିଫଳ ହୋଇଥିଲେ ଏବଂ ତାଙ୍କର ମଦ୍ୟପାନ ନିଶା ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେଇଥିଲା। ପୃଥ୍ୱୀ ଶ’ ମଧ୍ୟ ବହୁତ କମ ବୟସରେ ଭାରତ ପାଇଁ ତିନୋଟି ଫର୍ମାଟରେ ଡେବ୍ୟୁ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ବରିଷ୍ଠ ଦଳର ଯୋଜନାରେ କୌଣସି ସ୍ଥାନରେ ନାହାନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ଅନୁଶାସନହୀନତା, ଫିଟନେସ ଚିନ୍ତା ଏବଂ ତାଙ୍କର ମଇଦାନ ବାହାରର ବିବାଦ।

ଅଧିକ ପଢନ୍ତୁ:ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ

IPL IPL 2025 Vaibhav Suryavanshi
Advertisment
Advertisment