• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାର ବି ବସ୍‌ ନୁହେଁ, ଟ୍ରାକ୍ଟରରେ ବାହାରିଲେ ବରଯାତ୍ରୀ । ନିଜେ ବର ଟ୍ରାକ୍ଟର ଚଳାଇ କନ୍ୟା ଘରେ ପହଞ୍ଚିଛନ୍ତି । ବିବାହ ଋତୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମଜାଳିଆ ଏବଂ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି । ଏପରି ଏକ ଭିଡିଓ ପୁଣି ଭାଇରାଲ ହେଉଛି ଲାଗିଛି, ଯାହା ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛି । ଭିଡିଓରେ ଏକ ବିବାହ ଶୋଭାଯାତ୍ରା ଯାଉଥିବା ଦେଖିବାକୁ ମିଳୁଛି । ଯେଉଁଥିଲେ ବର ଏବଂ ବରଯାତ୍ରୀ କାର କିମ୍ବା ଅନ୍ୟ କୌଣସି ଗାଡିରେ ନୁହେଁ ବରଂ ଟ୍ରାକ୍ଟରରେ ଯାଉଛନ୍ତି ।

ଆଜିକାଲି ସମସ୍ତେ ନିଜ ବିବାହକୁ କିଛି ଅଲଗା ଏବଂ ସ୍ୱତନ୍ତ୍ର କରିବାକୁ ଚାହୁଁଛନ୍ତି । ଏପରି ପରିସ୍ଥିତିରେ ଜଣେ ଯୁବକ ୫୧ ଟି ଟ୍ରାକ୍ଟର ନେଇ ବିବାହ କରିବାକୁ କନ୍ୟା ପହଞ୍ଚିଥିଲେ । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି, ଟ୍ରାକ୍ଟର ଗୁଡିକ ଲମ୍ବା ଲାଇନରେ ଯାଉଛନ୍ତି । ସମସ୍ତ ଟ୍ରାକ୍ଟର ଧୀରେ ଧୀରେ ପରସ୍ପର ପଛରେ ଗତି କରୁଛି । ଟ୍ରାକ୍ଟର ଲମ୍ବା ଲାଇନ୍ ଦେଖିଲେ ଲାଗୁଛି ସୈନ୍ୟମାନେ ଯେପରି ଯୁଦ୍ଧ ପାଇଁ ବାହାରିଛି ।

ଏହି ଭିଡିଓ ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ସେୟାର କରାଯାଇଛି । ରାଜସ୍ଥାନରେ ଏକ ବିବାହ ଶୋଭାଯାତ୍ରାର ଏହି ଭିଡିଓ ବୋଲି ଜଣାପଡ଼ିଛି । ଯେଉଁଥିରେ ବର ତାଙ୍କ ୫୧ଟି ଟ୍ରାକ୍ଟର ଏବଂ ୧୫୦ ବରଯାତ୍ରୀ ସହ ବାହା ହେବାପାଇଁ ପହଞ୍ଚିଥିଲେ । ବର ନିଜେ ମଧ୍ୟ ଟ୍ରାକ୍ଟର ଚଳାଉଥିବା ଦେଖାଯାଉଛି । ଭିଡିଓଟି ବର୍ତ୍ତମାନ ପର୍ଯ୍ୟନ୍ତ ୨୩ ହଜାରରୁ ଅଧିକ ଥର ଲୋକେ ଦେଖି ସାରିଛନ୍ତି । ଲୋକମାନେ ଭିଡିଓ ଦେଖି ବିଭିନ୍ନ ପ୍ରକାର ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।