Advertisment

ଦୁଇ ଝିଅଙ୍କ ଅକାଳ ବିୟୋଗ ପରେ ଅନ୍ୟକୁ ଚକ୍ଷୁଦାନ କଲେ ବାପା

ଶୁଭଲକ୍ଷ୍ମୀ ଓ ଭାଗ୍ୟ ଲକ୍ଷ୍ମୀଙ୍କ ସିନା ଅକାଳରେ ଆରପାରିକୁ ଚାଲିଗଲେ, ହେଲେ ସେ ଦୁହିଁଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ।

author-image
Chandan Shishu
undefined

Man Donates Eyes

ମୁଁ ଚାର୍ଟଡ୍‌ ଆକାଉଣ୍ଟାଣ୍ଟ ହେବି ମୋ ବାପାର କଷ୍ଟ ଦୂର କରିବି। ଆଉ ମୋ ବାପା ଅଟୋ ଚଲେଇବେନି, କି ଆମେ ଆଉ ଏହି ଛୋଟିଆ ଘରେ ରହିବୁନି।  ହେଲେ ବିଡ଼ମ୍ବନା, ଅଧୁରା ରହିଗଲା ଭୁବନେଶ୍ୱର ଶାସ୍ତ୍ରୀ ନଗରର ଶୁଭଲକ୍ଷ୍ମୀ ସାହୁଙ୍କର ଏ ଇଚ୍ଛା। ହଠାତ୍ ଦିନେ ଦେହ ଖରାପ ହେଲା ଆଉ ସେ ଚାଲିଗଲେ ଆରପାରିକୁ। ଖାଲି ଶୁଭଲକ୍ଷ୍ମୀ  ନୁହଁନ୍ତି, ତାଙ୍କ ଭଉଣୀ ଭାଗ୍ୟଲକ୍ଷ୍ମୀଙ୍କର ମଧ୍ୟ  ଅକାଳ ବିୟୋଗ ଘଟିଲା, ସେଇ ଗୋଟିଏ ଦିନରେ  ବାପା ମାଆ ଦେଖିଥିବା  ସବୁ ସ୍ବପ୍ନ ଠିକ୍ ପାଣି ଫୋଟକା ପରି ମିଳେଇଗଲା।

Advertisment

ସେହି ଦୁଃଖକୁ ଏ ଯାଏଁ ଭୁଲି ପାରୁନାହାଁନ୍ତି ବାପାମାଆ। ଆଖିରୁ ଶୁଖୁନି ଲୁହ, କାନ୍ଦି କାନ୍ଦି ମାଆ ଜୟନ୍ତୀ ଦେଖାଉଛନ୍ତି ଝିଅଙ୍କ ପାଠ ପଢା ବହି। ଯେତେବେଳେ ଝିଅମାନେ ଯେଉଁ ବହି କହିଛନ୍ତି ବାପା ଯେତେ ପଇସା ହେଉ ମଧ୍ୟ କିଣି ଆଣିଛନ୍ତି। ଏଇ ସାଇକଲ ଚଢ଼ି ଦୁଇ ଝିଅ କଲେଜ ଯାଏଁ ପଢ଼ିଛନ୍ତି। ଯେତେ ବେଳେ ବଡ଼ ଝିଅ ପ୍ଲସ ଥ୍ରୀ ପଢିଲା, ଧାର କରଜ କରି ତା ପାଇଁ ଗାଡ଼ି ବି କିଣିଥିଲେ ବାପା ମାଆ। ଶୁଭଲକ୍ଷ୍ମୀଙ୍କ ଚାର୍ଟଡ୍ ଆକାଉଣ୍ଟିଙ୍ଗ୍‌ର ଏ ଥିଲା ଶେଷ ବର୍ଷ। ସେ ଏକ ଚାର୍ଟାଡ ଫାର୍ମରେ ଚାକିରି ମଧ୍ୟ କରୁଥିଲେ, ନଭେମ୍ବରରେ ଫାଇନାଲ୍ ପରୀକ୍ଷା ଥିଲା। ଶୁଭଲକ୍ଷ୍ମୀ ପାଠପଢ଼ା ପରେ ନିଜେ ଏକ ଚାଟାର୍ଡ ଫାର୍ମ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ, ଭାଗ୍ୟଲକ୍ଷ୍ମୀ ଚାହୁଁଥିଲେ ଡାକ୍ତର ହେବେ।

ଶୁଭଲକ୍ଷ୍ମୀ ଓ ଭାଗ୍ୟ ଲକ୍ଷ୍ମୀଙ୍କ ସିନା ଅକାଳରେ ଆରପାରିକୁ ଚାଲିଗଲେ, ହେଲେ ସେ ଦୁହିଁଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ। ଗତ ଜାନୁଆରୀ ମାସ ମକର ସଂକ୍ରାନ୍ତିରେ ହୋଇଥିବା ପିଠା ଖାଇବା ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଦୁଇ ଭଉଣୀ। ଏହାପରେ ତାଙ୍କ ବାପା ସମରେନ୍ଦ୍ର ସେମାନଙ୍କୁ ହସ୍ପିଟାଲ ନେଇଗଲେ। ହେଲେ ଫୁଡ୍‌ ପଏଜନିଂ ଯୋଗୁଁ ପ୍ରଥମେ ସାନ ଝିଅ ଏବଂ ପରେ ବଡ଼ ଝିଅଙ୍କ ମୃତ୍ୟୁ ଘଟିଲା। ଏହାପରେ ତାଙ୍କ ବାପା ନିଷ୍ପତ୍ତି ନେଇଥିଲେ ଯେ ସେମାନଙ୍କ ଝିଅ ଦୁଇ ଜଣଙ୍କ ଚକ୍ଷୁଦାନ କରିବେ। ଯାହା ଫଳରେ ତାଙ୍କ ଆଖିରେ ହୁଏତ ଆଉ କିଏ ଦୁନିଆ ଦେଖିପାରିବ।

Advertisment

ଫଟୋ ଦେଖି ଦେଖି ନିଜ ଦୁଇ ବଡ଼ ଭଉଣୀଙ୍କୁ ଝୁରୁଥିବା ୫ ବର୍ଷର ଓମ୍ ଜାଣିନି ମରଣ କଣ। ଖାଲି ଝୁରୁଛି ତା ଦିଦିମାନଙ୍କୁ। ସେ ଏୟା ବି ଜାଣିନି, ବିଧିର ବିଧାନ କେଡ଼େ ନିଷ୍ଠୁର। ଯେତେବେଳେ ପରିବାରର କଷ୍ଟ ସମୟ ସରିବା ସରିବା ହେଉଥିଲା, ନିୟତି ପୁଣିଥରେ ଲଦି ଦେଲା ଦୁଃଖର ପାହାଡ଼।

ରିପୋର୍ଟ: ସର୍ମିଷ୍ଠା ପ୍ରଧାନ ଓ ବିବର୍ତ୍ତନ ପଣ୍ଡା

Donate Eyes
Advertisment
Advertisment