ମୁଁ ଚାର୍ଟଡ୍ ଆକାଉଣ୍ଟାଣ୍ଟ ହେବି ମୋ ବାପାର କଷ୍ଟ ଦୂର କରିବି। ଆଉ ମୋ ବାପା ଅଟୋ ଚଲେଇବେନି, କି ଆମେ ଆଉ ଏହି ଛୋଟିଆ ଘରେ ରହିବୁନି। ହେଲେ ବିଡ଼ମ୍ବନା, ଅଧୁରା ରହିଗଲା ଭୁବନେଶ୍ୱର ଶାସ୍ତ୍ରୀ ନଗରର ଶୁଭଲକ୍ଷ୍ମୀ ସାହୁଙ୍କର ଏ ଇଚ୍ଛା।
ଶୁଭଲକ୍ଷ୍ମୀ ଓ ଭାଗ୍ୟ ଲକ୍ଷ୍ମୀଙ୍କ ସିନା ଅକାଳରେ ଆରପାରିକୁ ଚାଲିଗଲେ, ହେଲେ ସେ ଦୁହିଁଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ।