• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନିଅଣ୍ଟିଆ ବର୍ଷା ସହ ଜଳସେଚନର ଅବ୍ୟବସ୍ଥା ଦାଉ ସାଜିଲା । ଚାଷ ଜମି ଫାଟି ଆଁ କରିଥିବା ବେଳେ ଧାନ ଶୁଖି ହଳଦିଆ ପଡିଗଲାଣି । ଚାଷୀ ଜଳ କର ଦେବାପରେ ମଧ୍ୟ ଜଳସେଚନର ବ୍ୟବସ୍ଥା ହୋଇପାରିନି । କରଜ କରି ଚାଷ କରିଥିବା ଚାଷୀକୁ ଘାରିଲାଣି ଋଣ ସୁଝିବା ଚିନ୍ତା । ଗଞ୍ଜାମ ଜିଲ୍ଳା ସିପକୁଦ ଓ କଟକ ଜିଲ୍ଳା ସାଲେପୁରରୁ ଅଞ୍ଚଳରେ ଦୁର୍ଦ୍ଦଶାରେ ଚାଷୀ ।

ଅମଳ ସମୟରେ ଚାଷ ଜମି ଫାଟି ଆଁ କରିଛି । ଶୁଖି ହଳଦିଆ ପଡିଛି ଧାନ ଫସଲ । ନିଅଣ୍ଟିଆ ବର୍ଷା ସାଙ୍ଗକୁ ଜଳସେଚନର ଅବ୍ୟବସ୍ଥା ଯୋଗୁଁ ସୃଷ୍ଟି ମରୁଡି ପରିସ୍ଥିତି । ଗଞ୍ଜାମ ଜିଲ୍ଳା ସିପକୁଦାର ବ୍ଲକର ୪ଟି ପଞ୍ଚାୟତରେ ଉପୁଜିଛି ମରୁଡି ସ୍ଥିତି । ଶୁଖିଲା ପଡିଛି ଶହଶହ ହେକ୍ଟର ଚାଷ ଜମି । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଶୁଣୁନି । ଏଣୁ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

କଟକ ଜିଲ୍ଳାରେ ମଧ୍ୟ ସମାନ ସ୍ଥିତି । କଟକ ଖାଇରାରୁ ତିଲଦା ପର୍ଯ୍ୟନ୍ତ ଯାଇଛି ୧ ନମ୍ବର କେନାଲ । ନିଅଣ୍ଟିଆ ବର୍ଷା ପାଇଁ କେନାଲ ଉପରେ ଭରସା କରିଥିଲେ ଅଞ୍ଚଳର ଚାଷୀ । ଜଳକର ମଧ୍ୟ ଠିକ ସମୟରେ ଦେଇଥିଲେ । କିନ୍ତୁ ଦରକାର ବେଳେ ଜମିକୁ ଜଳସେଚନ ନହେବାରୁ ଏବର୍ଷ ଫସଲ ନଷ୍ଟ ହେବା ଉପରେ । ଫସଲ ନଷ୍ଟ ନେଇ ନେତା ମନ୍ତ୍ରୀଙ୍କଠାରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ନିଅଣ୍ଟିଆ ବର୍ଷା ସାଙ୍ଗକୁ ଜଳସେଚନର ଅବ୍ୟବସ୍ଥା ଏଥର ଚାଷୀଙ୍କ ଉପରେ ଦାଉ ସାଜିଛି । କେବେ ଚାଷୀଙ୍କ ସମସ୍ୟାର ସାମାଧାନ ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା ।