/odishatv-khabar/media/post_attachments/uploadimage/library/16_9/16_9_0/NHRC_1746173727.jpg)
NHRC
କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ବାବଦରେ ଅବଗତ ହୋଇଛନ୍ତି ଜାତୀୟ ମାନବାଧିକାର କମିଶନ(NHRC)। ଜାତୀୟ ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କ କାନୁନଗୋ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ଆଉ ଜଣେ ନେପାଳୀ ଛାତ୍ରୀ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟରେ ଆତ୍ମହତ୍ୟା କରିଛନ୍ତି ।
ଅଧିକ ପଢ଼ନ୍ତୁ: ‘କିଟ୍ରେ ଅଛି ମୃତ୍ୟୁର ଅନ୍ଧାରୀ କୋଠରୀ; ଖାଲି ମରୁଛନ୍ତି ଛାତ୍ରୀ’
ପୂର୍ବରୁ ମଧ୍ୟ ଏହିଭଳି ସମାନ ଘଟଣାର ତଦନ୍ତ କରିଥିଲା NHRC। ଏଥିସହ ଛାତ୍ରଛାତ୍ରୀଙ୍କ ନିରାପତ୍ତା ଦିଗରେ ହୋଇଥିବା ପ୍ରକ୍ରିୟାଗତ ତ୍ରୁଟିକୁ ଦର୍ଶାଇ, ନିଜ ସୁପାରିଶ ଜାରି କରିଥିଲା। ତେବେ ୟୁନିଭର୍ସିଟି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ, ଉଚ୍ଚ ନ୍ୟାୟାଳୟ ଏହି ସୁପାରିଶ ଉପରେ ସ୍ଥଗିତାଦେଶ ଦେଇଥିଲେ । ତେବେ ପୁଣି ଏଭଳି ଘଟଣା ଘଟିବା ପରେ, ଏହାକୁ ମଧ୍ୟ ଆମେ ସଂଜ୍ଞାନକୁ ନେଉଛୁ ବୋଲି NHRC ସଦସ୍ୟ ପ୍ରିୟଙ୍କ କାନୁନଗୋ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ନେପାଳ ଛାତ୍ରୀ ପ୍ରୀଶା ଶାହାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏଯାଏ ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଆଜି ମୃତ ଛାତ୍ରୀ ପ୍ରୀସାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସରେ ମୃତଦେହର ବ୍ୟବଚ୍ଛେଦ ହେବ ।
ପ୍ରାୟ ଅଢ଼େଇ ମାସ ତଳେ କିଟ୍ କ୍ୟାମ୍ପସରେ ଆଉ ଜଣେ ଛାତ୍ରୀଙ୍କ ମୃତ୍ୟୁ ହଇଚଇ ସୃଷ୍ଟି କରିଥିଲା । ଫେବ୍ରୁଆରୀ ୧୬ରେ ଆତ୍ମହତ୍ୟା କରିଥିଲେ ନେପାଳୀ ଛାତ୍ରୀ 'ପ୍ରକୃତି' । ପ୍ରାୟ ଅଢ଼େଇ ମାସ ପରେ ଏବେ ପୁଣି ଜଣେ ଛାତ୍ରୀ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।
ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । କେବଳ ଖବର ପହଞ୍ଚାଇବା ପାଇଁ ଆମେ ଏହାକୁ ପ୍ରକାଶ କରୁଛୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)