• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପ୍ରେମ ବିନା ଏ ଦୁନିଆ ଜଡ। ବିନା ପ୍ରେମରେ ନା ପତ୍ର ହଲେ ନା ପାଣି ଚହଲେ। ଏ ଦୁନିଆ ପ୍ରେମରେ ହିଁ ଚାଲେ। ପ୍ରେମରୁ କେହି ବି ବଞ୍ଚିତ ନୁହେଁ। ପ୍ରେମ ଯେ କେବଳ ମଣିଷ କରେ ଏହା ଭାବିବା ମଧ୍ୟ ଭୁଲ୍। ପ୍ରେମ ପଶୁପକ୍ଷୀମାନେ ବି କରନ୍ତି। ପଶୁଜନ୍ତୁମାନେ କଥା କହିପାରନ୍ତି ନାହିଁ ସତ କିନ୍ତୁ ସେମାନେ ଭିନ୍ନ ଉପାୟରେ ନିଜ ନିଜ ଭାବନାକୁ ପ୍ରକାଶ କରନ୍ତି। ସେମାନେ ମଧ୍ୟ ଜାଣନ୍ତି ଦୁଃଖ-ସୁଖ, କଷ୍ଟ-ଯନ୍ତ୍ରଣା କ’ଣ। ଏପରିକି ପ୍ରେମ ମଧ୍ୟ କ’ଣ ସେମାନେ ଭଲଭାବେ ବୁଝନ୍ତି।

ମଣିଷ ଯେପରି ସମସ୍ତଙ୍କ ଠାରୁ ସ୍ନେହ, ପ୍ରେମ ଆଶାକରେ, ସେହିପରି ପଶୁଜନ୍ତୁମାନେ ମଧ୍ୟ ଏସବୁ ଖୋଜନ୍ତି। ସେମାନେ ଯଦି କାହାଠାରୁ ଟିକିଏ ବି ପ୍ରେମ ପାଇଯାଆନ୍ତି ତେବେ ସବୁଦିନ ପାଇଁ ସେମାନେ ନିଜର ହୋଇଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏହିଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଘୋଡାର ପ୍ରେମ ଦେଖିବାକୁ ମିଳୁଛି। ଏହି ଘୋଡାଟି ଜଣେ ମହିଳାଙ୍କୁ ପ୍ରେମ କରୁଥିବା ଦେଖାଯାଉଛି।

ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ମହିଳା ଏକ କଳା ରଙ୍ଗର ଘୋଡା ପାଖରେ ଠିଆ ହୋଇଛନ୍ତି ଓ ତାକୁ ପ୍ରେମରେ ଚାହୁଁଛନ୍ତି। କିଛି ସମୟ ପରେ ଘୋଡାଟି ମହିଳାଙ୍କ ପାଖକୁ ଆସେ। ଘୋଡାର ହାବଭାବ ଓ ତା’ର ପ୍ରକ୍ରିୟାରୁ ସତେ ଯେମିତି ଲାଗେ ଯେ ସେ ମହିଳାଙ୍କୁ କହିବାକୁ ଚେଷ୍ଟା କରୁଛି ଯେ ସେ ତାଙ୍କୁ ଟିକେ କୋଳେଇ ନେବ। ଏହା ପରେ ସେ ମହିଳାଙ୍କୁ ଭିଡିଆଣି କୋଳେଇ ଧରୁଛି ଆଉ ବହୁତ ପ୍ରେମ ମଧ୍ୟ କରୁଛି।

ତେବେ ସୋସିଆଲ ମିଡିଆରେ ମହିଳାଙ୍କ ପ୍ରତି ଘୋଡାର ଥିବା ଏହି ପ୍ରେମକୁ ଦେଖୁଥିବା ଉପଭୋକ୍ତାମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି। ଏହି ଭିଡିଓ ଏତେ ଭାବବିହ୍ୱଳ କରିଦେଉଛି ଯେ ସେମାନେ କମେଣ୍ଟ୍ ନ ଦେଇ ରହିପାରୁ ନାହାନ୍ତି।

ଏହି ଭିଡିଓକୁ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ୍ ହଗ୍ ପେଜ୍‌ରେ ଦେଖିବାକୁ ମିଳେ। ମାତ୍ର ଅଳ୍ପ ସମୟ ଭିତରେ ଅପ୍‌ଲୋଡ୍ ହୋଇଥିବା ଏହି ଭିଡିଓରେ ହଜାର ହଜାର ଲାଇକ୍‌ ଦେଖିବାକୁ ମିଳିଛି। ଏହା ସହିତ ଅନେକ ଲୋକ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ଏହି ଭିଡିଓ ଉପରେ ଜଣେ ଉପଭୋକ୍ତା କମେଣ୍ଟ ଦେଇ କହିଛନ୍ତି ଯେ “ଏହି ଘୋଡାଟି କେତେ ସୁନ୍ଦର ଆଉ ବୁଦ୍ଧିମାନ ମଧ୍ୟ।” ସେହିପରି ଆଉଜଣେ କହିଛନ୍ତି ଯେ “ଏ ଭିଡିଓ ବହୁତ ଭଲ, ମୁଁ ପଶୁମାନଙ୍କ ମଧ୍ୟରେ ଘୋଡାକୁ ସବୁଠାରୁ ବେଶି ଭଲପାଏ।” ଆଉ ଜଣେ କହିଛନ୍ତି ଯେ “ଯାହାକୁ ଲାଗୁଛି ପଶୁଜନ୍ତୁମାନଙ୍କ ପାଖରେ ଭାବପ୍ରବଣତା ନାହିଁ, ଦୟାକରି ସେମାନେ ଏହି ଭିଡିଓଟିକୁ ନିଶ୍ଚିତ ଦେଖିବେ।” ଏହା ସହିତ କମେଣ୍ଟ ସେକ୍ସନ ଅନେକଗୁଡିଏ ଇମୋଜୀରେ ମଧ୍ୟ ଭରି ଯାଇଛି। ଲୋକଙ୍କୁ ଏହି ଭିଡିଓ ଏତେ ପସନ୍ଦ ଆସୁଛି ଯେ ସେମାନେ ଏହାକୁ ଶେୟାର ମଧ୍ୟ କରି ଚାଲିଛନ୍ତି।