Advertisment

BJD Leader Raghunandan Das Retirement: ରାଜନୀତିରୁ ସନ୍ୟାସ ନେଲେ କି ରଘୁନନ୍ଦନ? କହିଲେ...

ଅସୁସ୍ଥତା କାରଣରୁ ଏଥର ମୁଁ ନିର୍ବାଚନ ଲଢ଼ିନଥିଲି। ମୋର ଟିକେଟ ମିଳିଲାନି ବୋଲି ଅସନ୍ତୋଷ ନାହିଁ। ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି ଆଉ ବାଲିକୁଦାରେ ବିଜେଡି ହାରିଥାନ୍ତା ବୋଲି ରଘୁନନ୍ଦନ କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
BJD

BJD

ରାଜନୀତିରୁ ସନ୍ୟାସ ନେଲେ କି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ। ସିଧାସଳଖ ନ କହିଲେ ବି ବୁଲେଇ ବଙ୍କେଇ ଆଜି ଏପରି ଢଙ୍ଗରେ ସଙ୍କେତ ଦେଇଛନ୍ତି।  ସେ କହିଛନ୍ତି, ମୋ ଶରୀର ଅସୁସ୍ଥ ଯୋଗୁ ରାଜନୀତିରେ ଅଧିକ ସମୟ ଦେଇପାରୁ ନାହିଁ। ଧରି ନିଅନ୍ତୁ ଯେ, ମୁଁ ରାଜନୀତିରୁ ଅବସର ନେଇ ଗଲି।

Advertisment

ନବମ ଥର ପାଇଁ ନବୀନ ପଟ୍ଟନାୟକ ବିଜେଡି ସଭାପତି ହେବା ପରେ ରଘୁନନ୍ଦନ ନବୀନଙ୍କୁ ଦେଖା କରିବାକୁ ନବୀନ ନିବାସ ଆସିଥିଲେ। ଏହି ସମୟରେ ରଘୁନନ୍ଦନ କହିଥିଲେ,ମୋର କିଛି ବ୍ୟକ୍ତିଗତ କଥା ଥିଲା। ମୁଁ ନିଜର ବ୍ୟକ୍ତିଗତ କଥା ପାଇଁ ନବୀନଙ୍କ ପାଖକୁ ଆସିଥିଲି। ମୋର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ମୋ ଦେହ ଅସୁସ୍ଥ ଥିଲା। ଏଥିପାଇଁ ମୁଁ ରାଜନୀତିରେ ଏତେ ସକ୍ରିୟ ନାହିଁ। ଧରି ନିଅନ୍ତୁ ଯେ, ମୁଁ ରାଜନୀତିରୁ ଅବସର ନେଇ ଗଲି। ହେଲେ ବିଜେଡି ପ୍ରତି ମୋ ଆନୁଗତ୍ୟ ରହିବ।। ମୋ ଶରୀର ଅସୁସ୍ଥତା ଯୋଗୁ ରାଜନୀତିରେ ଅଧିକ ସମୟ ଦେଇପାରୁ ନାହିଁ।

ଅଧିକ ପଢ଼ନ୍ତୁ: କାହିଁକି ଘୋଷଣା ହେଲାନି ବିଜେଡି କାର୍ଯ୍ୟକାରିଣୀ କମିଟି ? ବିଦ୍ରୋହ ଆଶଙ୍କାରେ ଚାପି ଦେଲେ କି ତାଲିକା?

Advertisment

ଅସୁସ୍ଥତା କାରଣରୁ ଏଥର ମୁଁ ନିର୍ବାଚନ ଲଢ଼ିନଥିଲି। ମୋର ଟିକେଟ ମିଳିଲାନି ବୋଲି ଅସନ୍ତୋଷ ନାହିଁ। ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି ଆଉ ବାଲିକୁଦାରେ ବିଜେଡି ହାରିଥାନ୍ତା ବୋଲି ରଘୁନନ୍ଦନ କହିଛନ୍ତି।

ବିଜେଡିର କାର୍ଯ୍ୟକାରିଣୀରେ ଆପଣଙ୍କୁ ସ୍ଥାନ ମିଳିଛି କି ପ୍ରଶ୍ନରେ ରଘୁନନ୍ଦନ କହିଛନ୍ତି, ସେହି ଜିନିଷଟା ସାର୍‌ଙ୍କ ଉପରେ ନିର୍ଭର କରେ , ମୁଁ କ’ଣ କହିପାରିବି। ଦୀର୍ଘଦିନ ହେବ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦରେ ସଦସ୍ୟ ଥିଲି। ଧରି ନିଅନ୍ତୁ ମୁଁ ଏବେ ରାଜନୀତିରୁ ଅବସର ନେଇଗଲଣି।

ଉଲ୍ଲେଖଯୋଗ୍ୟ, ନବମ ଥର ପାଇଁ ନବୀନ ପାର୍ଟି ସୁପ୍ରିମୋ ନିର୍ବାଚିତ ହେଲା ପରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ହୋଇଥିଲା। ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଏହି ବୈଠକରେ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ, ପ୍ରତାପ ଦେବ, ଅରୁଣ ସାହୁଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ବୈଠକରେ ବିଜେଡି କାର୍ଯ୍ୟକାରିଣୀ ନେଇ ଆଲୋଚନା ହୋଇଥିବା ଜଣାଯାଇଛି। ୮୧ ଜଣିଆ ସଦସ୍ୟ ତାଲିକା ଘୋଷଣା ପୂର୍ବରୁ ବରିଷ୍ଠ ନେତାଙ୍କ ସହ ବିଚାରବିମର୍ଶ କରୁଥିଲେ ନବୀନ ପଟ୍ଟନାୟକ। ରଘୁନନ୍ଦନ ମଧ୍ୟ ଏହି ବୈଠକକୁ ଆସିଥିଲେ ବୋଲି ଜଣାଯାଇଛି।

 ଅଧିକ ପଢ଼ନ୍ତୁ: ନରସିଂହଙ୍କ ଘରେ ଧର୍ମେନ୍ଦ୍ର, ସମରେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା ବଢିଲା

Naveen Patnaik BJD
Advertisment
Advertisment