/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745219746.jpg)
ହସଉ ହସଉ ଚାଲିଗଲେ ।
ସମସ୍ତଙ୍କୁ ହସାଉଥିଲେ ମାତ୍ର ୫୦ ବର୍ଷ ବୟସରେ ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ଓଡ଼ିଆ ବ୍ୟଙ୍ଗ ଅଭିନେତା ଅଜୟ ନାୟକ । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ୍କୁ ଗତକାଲି ରାତ୍ରିରେ ତାଙ୍କୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହୋଇଯିବା ପରେ ତାଙ୍କର ପ୍ରଶଂସକ ଓ ସାଥୀ କଳାକାର ପହଞ୍ଚିଥିଲେ କ୍ୟାପିଟାଲ ହସ୍ପିଟାଲରେ ।
ସେ ଦୀର୍ଘ ବର୍ଷ ଧରି ଓଟିଭିର ଲୋକପ୍ରିୟ ରାଜନୈତିକ ବ୍ୟଙ୍ଗ ଧାରାବାହିକ କାର୍ଯ୍ୟକ୍ରମ 'ଦ ଗ୍ରେଟ ଓଡିଶା ପଲିଟିକାଲ ସର୍କସରେ' ଅଭିନୟ କରି ଆସୁଥିଲେ । ୨୦୧୦ରୁ ଏ ପର୍ଯ୍ୟନ୍ତ ସେ ଏହି ଲୋକପ୍ରିୟ କାର୍ଯ୍ୟକ୍ରମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟି ଆସୁଥିଲେ । ବ୍ୟଙ୍ଗ ଅଭିନେତା ଅଜୟ ନାୟକ ପୁରୀ ଜିଲ୍ଲାର କଣାସରେ ଜନ୍ମଗ୍ରହଣ କରିଥିଲେ।
ସେ ନିଜ ଅଭିନୟର ଯାଦୁ ପାଇଁ ସାରା ଓଡ଼ିଶାରେ ଜଣେ ଭଲ ହାସ୍ୟ କଳାକାର ଭାବେ ପରିଚିତ ଥିଲେ । ସେ 'ଦ ଗ୍ରେଟ ଓଡିଶା ପଲିଟିକାଲ ସର୍କସରେ' ଅଭିନୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ । ତାଙ୍କୁ ସମସ୍ତଙ୍କୁ ହସାଇବାର କଳା ବେଶ୍ ଜଣା ଥିଲା । ଆଜି ତାଙ୍କ ପରଲୋକରେ ଓଟିଭି ପରିବାରରେ ଗଭୀର ଶୋକର ଛାୟା ଖେଳିଯାଇଛି । ଏବେ କ୍ୟାପିଟାଲ୍ ହସ୍ପିଟାଲ୍ରେ ତାଙ୍କ ମରଶରୀର ରହିଛି । ସେଠାରେ ନିକଟ ସମ୍ପର୍କୀୟ, ଓଟିଭିର ବହୁ କର୍ମଚାରୀ ଏବଂ ସାଥି କଳାକାର ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଆଜି ତାଙ୍କ ମରଶରୀରକୁ ଗାଁ କୁ ନିଆଯିବ । ଗତକାଲି ସନ୍ଧ୍ୟାରେ ତାଙ୍କ ଘର ନିକଟସ୍ଥ ମାର୍କେଟରୁ ମାର୍କେଟିଂ କରି ଫେରୁଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ । ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍କୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଜୟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସାଥୀ କଳାକାର ମାନେ ତାଙ୍କୁ ମନେ ପକାଇ ଭୋ ଭୋ କାନ୍ଦୁଛନ୍ତି । ଜଣେ କଳାକାର କହିଛନ୍ତି, ତାଙ୍କର ୩୬୦ ଡିଗ୍ରୀ ହସ ସବୁ ବେଳେ ମନବେ ରହିବ । ଆଉ ତାଙ୍କ ସହ ସୁଟିଂ ସେଟରେ ଅଭିନୟ କରି ହେବନି ବୋଲି ବିଶ୍ୱାସ କରିହେଉନି । ସେ ଜଣେ ମଣିଷ ପରି ମଣିଷ ଥିଲେ । ସବୁ ବେଳେ ହସଖୁସିରେ ରହି କାମ କରୁଥିଲେ । ସେ ସମସ୍ତଙ୍କ ହୃଦୟରେ ଗୋଟିଏ ଜାଗା ଛାଡି ଦେଇ ଚାଲିଗଲେ । ସେ ଆମର ଜଣେ ଗ୍ରେଟ୍ ହିରୋ ଚାଲିଗଲା ବୋଲି କହିଛନ୍ତି ସାଥୀ କଳାକାର । ତାଙ୍କର ନିଖୁଣ ଅଭିନୟ ପାଇଁ ସେ ଓଡ଼ିଶାବାସୀଙ୍କ ନିକଟରେ ବେଶ୍ ପରିଚିତ ଥିଲେ । ସେ ବୃଦ୍ଧବୃଦ୍ଧା, ଛାତ୍ର, ଯୁବକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିପାରୁଥିଲେ । ଯେ କୌଣସି ଭୂମିକାରେ ସେ ଅଭିନୟ କରିପାରୁଥିଲେ । ସେ ଜଣେ ଭଲ କଣ୍ଟେଣ୍ଟ ରାଇଟର୍ ମଧ୍ୟ ଥିଲେ ।
'ଦ ଗ୍ରେଟ ଓଡିଶା ପଲିଟିକାଲ ସର୍କସର' ପ୍ରଡ୍ୟୁସର ନିଜର ପ୍ରତିକ୍ରିୟାରେ କହିଛନ୍ତି, 'ସବୁଠୁ ଦୁଃଖର କଥା ଏହା ଯେ ଗତକାଲି ରାତିରେ ତାଙ୍କ ଏପିସୋଡ ବାଜିବା ସମୟରେ ତାଙ୍କର ମରଶରୀର ଶବ ବ୍ୟବଚ୍ଛେଦ ଗୃହ ଭିତରେ ରହିଥିଲା । ଆଉ ଗୋଟିଏ ଏପିସୋଡ ରେକର୍ଡ ହୋଇ ରହିଛି, ଯାହା ଆସନ୍ତା ରବିବାର ଦିନ ପ୍ରସାରିତ ହେବ । ତାଙ୍କ ଶୂନ୍ୟସ୍ଥାନ ପୂରଣ କରିବା ଆମ ପାଇଁ ଏତେ ସହଜ ନୁହେଁ ।' ଅଜୟଙ୍କ ଅବର୍ତ୍ତମାନରେ ଓଟିଭି ପରିବାରରେ ଶୋକର ଛାୟା ଖେଳି ଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)