• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିହନ ବିକ୍ରି ପାଇଁ କୃଷି ବିଭାଗ ଚଳିତ ବର୍ଷ ନୂଆ ନିୟମ ଲାଗୁ କରିଛି । ଫଳରେ ଧାନ ବିହନ ବିକ୍ରି ଉପରେ ତୀବ୍ର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଧାନ ବିହନରେ ସବସିଡ଼ି ଦେଉଥିଲେ ମଧ୍ୟ ଚାଷୀ ସରକାରୀ ବିହନ ନେବା ପାଇଁ ଅମଙ୍ଗ ହେଉଛନ୍ତି, ଅଥଚ ପ୍ରାଇଭେଟ ସଂସ୍ଥାରୁ ଅଧିକ ଟଙ୍କା ଦେଇ ବିହନ କିଣୁଛନ୍ତି । କାରଣ ବିଭିନ୍ନ ସମୟରେ ସରକାରୀ ବିହନ ଫେଲ ମାରୁଥିବା ବେଳେ ଚଳିତ ବର୍ଷ DBT ମାଧ୍ୟମରେ ସବସିଡ଼ି ଦେଉଥିବାରୁ ସମ୍ପୂର୍ଣ୍ଣ ମୁଲ୍ୟ ଦେଇ ଧାନ ବିହନ ନେବାକୁ ଚାଷୀ ଅମଙ୍ଗ ହେଉଛନ୍ତି । ଅନ୍ୟପକ୍ଷରେ ସରକାରୀ ବିହନ ନେବାକୁ ଚାଷୀଙ୍କୁ ବୁଝା ଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ।

ସରକାରୀ ଧାନ ବିହନ ପ୍ରତି ଚାଷୀ ବିମୁଖ । ଚଳିତ ବର୍ଷ କୃଷି ବିଭାଗ ସତ ପ୍ରତିଶତ DBT ସହିତ OTP ବାଧ୍ୟତାମୂଳକ କରିଥିବାରୁ ଚାଷୀ ସରକାରୀ ବିହନ କିଣିବାକୁ ଅମଙ୍ଗ ହେଉଛନ୍ତି । ଖରିପ ଋତୁ ପାଇଁ ବରଗଡ଼ ଜିଲ୍ଲାର ୨ ଲକ୍ଷ ୪୨ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ଏଥିପାଇଁ ୯୬ ହଜାର କ୍ୱିଣ୍ଟାଲ ବିହନର ଆବଶ୍ୟକତା ରହିଛି । କୃଷି ବିଭାଗ ମାତ୍ର ୧୫ ହଜାର କ୍ୱିଣ୍ଟାଲ ବିହନ ଯୋଗାଉଛନ୍ତି ।

ତାଉପରେ ପୁଣି DTP ଓ OTP କୁ ବାଧ୍ୟତାମୂଳକ କରିଥିବା ବେଳେ ବିଭିନ୍ନ ସମୟରେ ସରକାରୀ ବିହନ ଫେଲ ମାରୁଥିବା ମଧ୍ୟ ନଜରକୁ ଆସିଛି । ଅନ୍ୟପକ୍ଷରେ ଗୋଟିଏ ସପ୍ତାହ ମଧ୍ୟରେ ମୌସୁମୀ ଆସିବାର ସୂଚନା ରହିଥିବା ବେଳେ ବର୍ତ୍ତମାନ ସରକାରୀ ବିହନର ଦେଖା ନାହିଁ । ଏପରି ସମୟରେ ଚାଷୀ ସରକାରୀ ବିହନ ଅପେକ୍ଷା ପ୍ରାଇଭେଟ ସଂସ୍ଥାରୁ ଅଧିକ ମୁଲ୍ୟ ଦେଲେ ମଧ୍ୟ ସୁବିଧାରେ ବିହନ ମିଳୁଥିବାରୁ ଚାଷୀ ପ୍ରାଇଭେଟ ସଂସ୍ଥାରୁ ବିହନ ଆଣୁଥିବା କହିଛନ୍ତି ବରାହଗୋଡାର ଚାଷୀ ଏକାଦସିଆ ସାହୁ ।

ପୂର୍ବ ବର୍ଷ ମାନଙ୍କରେ କୃଷି ବିଭାଗ ଚାଷୀଙ୍କୁ ରିହାତି ଦରରେ ବିହନ ଯୋଗାଇ ଆସୁଥିଲା । ମାତ୍ର ହଠାତ ବିନା ପ୍ରସ୍ତୁତି ଓ ପାଇଲଟ ପ୍ରକଳ୍ପ ନକରି ନୂଆ ନିୟମ ଲାଗୁ କରିବା ଦ୍ୱାରା ସରକାରୀ ବିହନ ବିକ୍ରିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତେବେ ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ ମହାରଣାଙ୍କ ସହ ଆଲୋଚନା ହୋଇଥିଲା ।

ବରଗଡ଼ ଜିଲ୍ଲାରେ ୧୨ଟି ପ୍ରାଇଭେଟ ବିହନ ପ୍ରକ୍ରିୟାକରଣ ଶିଳ୍ପ ରହୁଥିବାରୁ ଶୀଘ୍ର ଓ ସୁବିଧାରେ ଚାଷୀ ଧାନ ବିହନ ପାଉଥିବାରୁ ସରକାରୀ ବିହନ ନେଉନଥିବା ସେ କହିଛନ୍ତି । ଏହା ସହ ଚାଷୀଙ୍କୁ ସରକାରୀ ବିହନ କିଣିବାକୁ ସଚେତନତା କରିବା ପାଇଁ ତାଙ୍କ ସହ ଆଲୋଚନା କରୁଥିବା କହିଛନ୍ତି । ସରକାରଙ୍କ ନୂଆ ନୂଆ ସିଷ୍ଟମ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ଏହାକୁ ସୁଧାରିବା ଜରୁରୀ ହୋଇପଡିଛି ।

ଦୀପକ ଶର୍ମା, ବରଗଡ଼