/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744449391.jpg)
ଅବକାରୀ ଟିମ୍ ଉପରକୁ ଫାୟାରିଂ
ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଅବକାରୀ ବିଭାଗ ଗାଡ଼ି ଉପରକୁ ଗୁଳି ମାଡ଼ । ଗୋରୁ ଚାଲାଣ କରୁଥିବା ଦୁର୍ବୃତ୍ତମାନେ ଅବକାରୀ ଟିମ୍ ଉପରକୁ ଗୁଳି ମାଡ଼ କରିଛନ୍ତି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି ।
ଅଧିକ ପଢ଼ନ୍ତୁ: ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଲେ ଦେବୀ; କହିଲେ, ବିଜେଡିରେ କେଉଁଠି ବି ନାହିଁ ଅସନ୍ତୋଷ
ସୂଚନା ଅନୁସାରେ ହେମଗିର ଅଂଚଳରୁ ମଦ ଆସୁଥିବା ସନ୍ଦେହରେ ଏକ ପିକଅପ୍ ଭ୍ୟାନକୁ ଅବକାରୀ ବିଭାଗ କର୍ମଚାରୀ ପିଛା କରୁଥିଲେ । ତେବେ ଏହି ସମୟରେ ଅବକାରୀ କର୍ମଚାରୀଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ମାଡ଼ କରିଥିଲେ । ଗୁଳି ଅବକାରୀ ବିଭାଗ ଗାଡ଼ିରେ ବାଜିଛି । ତେବେ ଗାଡ଼ିରେ ମଦ ନୁହେଁ ବରଂ ଗୋରୁ ଚାଲାଣ ହେଉଥିଲା । ପିକଅପ୍ ଭ୍ୟାନରେ ଥିବା ୫ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ପିକଅପ୍ ଭ୍ୟାନକୁ ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତମାନେ ୩ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ବୃତ୍ତଙ୍କ ଗୁଳି ଅବକାରୀ ବିଭାଗ ଗାଡିରେ ବାଜିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)