Advertisment

Helmet Awareness Campaign: ଆପଣ ସଡ଼କ ସୁରକ୍ଷା ନିୟମ ଭାଙ୍ଗୁଛନ୍ତି କି...ପିନ୍ଧିବାକୁ ପଡ଼ିବ ଗେଣ୍ଡୁମାଳ

ଯେଉଁମାନେ ବିନା ହେଲମେଟରେ ବାଇକ ଚଳାଉଥିଲେ, ସେମାନଙ୍କୁ ଘଟଣା ସ୍ଥଳରେ ହିଁ ହେଲମେଟ ପ୍ରଦାନ କରାଯାଇ ତାଙ୍କ ଠାରୁ ନଗଦ ଟଙ୍କା ଆଦାୟ କରିଥିଲେ । ସମସ୍ତଙ୍କ ଜୀବନ ଅମୂଲ୍ୟ, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଲାଗି ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି ବାଲିଗୁଡା ଏସଡ଼ିପିଓ କହିଛନ୍ତି ।

author-image
Prasan Subudhi
ଅଦ୍ୟତନ ହୋଇଛି
ନିୟମ ଭାଙ୍ଗିଲେ ଗେଣ୍ଡୁମାଳ

ନିୟମ ଭାଙ୍ଗିଲେ ଗେଣ୍ଡୁମାଳ

ଆପଣ ଗାଡ଼ି ଚଳାଇବା ବେଳେ ସଡ଼କ ସୁରକ୍ଷା ନିୟମ ଭାଙ୍ଗୁଛନ୍ତି କି ? ଏବେଠୁ ହୋଇଯାଆନ୍ତୁ ସାବଧାନ। ନହେଲେ ହୋଇପାରନ୍ତି ଲୋକହସା। ଏମିତି ଢଙ୍ଗରେ ଏବେ ଆମାନିଆ ଗାଡ଼ି ଚାଳକଙ୍କୁ ସଚେତନ କରୁଛି ବାଲିଗୁଡ଼ା ପୋଲିସ। ଆଉ ଆପଣ ଯଦି ହେଲମେଟ ପିନ୍ଧୁନାହାଁନ୍ତି, ତେବେ ପୋଲିସ ବାବୁ ବଢ଼େଇଦେବେ ଗୋଟେ ନୂଆ ହେଲମେଟ। ଆଉ ସେଥିପାଇଁ ଆପଣଙ୍କୁ ଗଣିବାକୁ ପଡ଼ିବ ହଜାରେ ଟଙ୍କା। ଖାଲି ସେତିକି ନୁହେଁ, ଯଦି ଅମାନିଆ ହେବେ, ବେକରେ ଗେଣ୍ଡୁମାଳ ପିନ୍ଧି ଘରକୁ ଯିବେ। 

Advertisment

ଏଭଳି ନିଆରା ଢଙ୍ଗରେ ଏହି ସଡକ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ବାଲିଗୁଡା ଏସଡ଼ିପିଓ ତଥା ଯୁବ IPS ଅଫିସର ରମେନ୍ଦ୍ର ପ୍ରସାଦ । ଆଜି ସକାଳୁ ସକାଳୁ ବାଲିଗୁଡା ସହରରେ ଯେଉଁମାନେ ବିନା ହେଲମେଟରେ ବାଇକ ଚଳାଉଥିଲେ ସେମାନଙ୍କ ବେକରେ ଗେଣ୍ଡୁମାଳ ପିନ୍ଧାଇ ମୃତ୍ୟୁକୁ ଡାକନ୍ତୁ ନାହିଁ ବୋଲି କହିଥିଲେ ପୋଲିସ ବାବୁ । ଆଉ ଯେଉଁ ମାନେ ନିୟମ ପାଳନ କରି ହେଲମେଟ ପିନ୍ଧି ବାଇକ ଚଳାଉଥିଲେ ସେମାନଙ୍କୁ ସାଧୁବାଦ ଜଣାଇବା ସହ ପ୍ରଶଂସା ପତ୍ର ସହ ଟି ସାର୍ଟ ପ୍ରଦାନ କରିଥିଲେ ।

ଏହା ସହ ଯେଉଁମାନେ ବିନା ହେଲମେଟରେ ବାଇକ ଚଳାଉଥିଲେ, ସେମାନଙ୍କୁ ଘଟଣା ସ୍ଥଳରେ ହିଁ ହେଲମେଟ ପ୍ରଦାନ କରାଯାଇ ତାଙ୍କ ଠାରୁ ନଗଦ ଟଙ୍କା ଆଦାୟ କରିଥିଲେ । ସମସ୍ତଙ୍କ ଜୀବନ ଅମୂଲ୍ୟ, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଲାଗି ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି ବାଲିଗୁଡା ଏସଡ଼ିପିଓ କହିଛନ୍ତି । 

Advertisment

ସେହିପରି ଯେଉଁମାନେ ବିନା ହେଲମେଟରେ ଧରା ପଡି ପୋଲିସ ଠାରୁ ହେଲମେଟ କିଣିଥିଲେ, ସେମାନେ ପୋଲିସର ଏଭଳି କାର୍ଯ୍ୟକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇ ପଥପ୍ରାନ୍ତ ନାଟକ ଜରିଆରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ପୋଲିସର ଏଭଳି ଏଭଳି ପ୍ରୟାସ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ତେବେ ଏଭଳି ସଚେତନତା ଅଭିଯାନ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଲୋକେ ସଚେତନ ହେବା ସହ ସଡ଼କ ଦୁର୍ଘଟଣା ହ୍ରାସ ପାଇବ।

Traffic Rule Violation Helmet Check Traffic Awareness Fine
Advertisment
Advertisment