/odishatv-khabar/media/post_attachments/uploadimage/library/16_9/16_9_0/rahul_1744449908.jpg)
rahul
ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ୬ ୱିକେଟରେ ପରାସ୍ତ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଦିଲ୍ଲୀ ଏହାର କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଦ୍ବିତୀୟ ପରାଜୟ ବରଣ କରିଥିଲା ଆରସିବି। ଏହି ପରାଜୟ ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବେଙ୍ଗାଲୁରୁର ଲୋକାଲ ବୟ କେ ଏଲ ରାହୁଲ। ରାହୁଲ ୫୩ ବଲରୁ ବିଧ୍ବସଂକ ୯୩ ରନର ଇନିଂସ ଖେଳିବା ସହିତ କ୍ୟାପିଟାଲ୍ସକୁ ବିଜୟୀ କରିଥିଲେ।
ତେବେ ମ୍ୟାଚ ପରବର୍ତ୍ତୀ ରାହୁଲଙ୍କ ସେଲିବ୍ରେସନ ବେଶ ଆକର୍ଷଣୀୟ ଥିଲା। ୟଶ ଦୟାଲଙ୍କୁ ଛକା ମାରି ଷ୍ଟାଇଲରେ ମ୍ୟାଚ ଫିନିଶ କରିଥିବା ବେଳେ କାନ୍ତାରା ଫିଲ୍ମ ଷ୍ଟାଇଲରେ ସେଲିବ୍ରେଟ କରିଥିଲେ। ରାହୁଲଙ୍କ ଏଭଳି ସେଲିବ୍ରେସନକୁ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଆରସିବି ମ୍ୟାନେଜମେଣ୍ଟ ପାଇଁ ଏକ ଷ୍ଟେଟମେଣ୍ଟ ବୋଲି କହିଥିଲେ। କାନ୍ତାରା ଫିଲ୍ମରେ ଯେଉଁଭଳି ନାୟକ ଏକ ଖଣ୍ଡାରେ ଗୋଲ ବୁଲାଇବା ପରେ ଏହା ଭିତରେ ଖଣ୍ଡାକୁ ପୋତିଥାନ୍ତି ରାହୁଲ ସମାନ ଢଙ୍ଗର ସେଲିବ୍ରେସନ ନିଜ ବ୍ୟାଟ ଜରିଆରେ କରିଥିଲେ।
ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍ରେ ବନିଗଲେ IPL ଷ୍ଟାର
ମ୍ୟାଚ ପରେ ରାହୁଲ ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ ମଧ୍ୟ ସମାନ ମତ ରଖିଥିଲେ। ରାହୁଲ କହିଥିଲେ, ଏହା ମୋ ଗ୍ରାଉଣ୍ଡ, ଏଠାରେ ମୁଁ ବଡ ହୋଇଛି। ଏହା ମୋ ପାଇଁ ସବୁବେଳେ ସ୍ବତନ୍ତ୍ର। ଏହି ପିଚକୁ ମୁଁ ସବୁଠୁ ଭଲରେ ଜାଣିଛି । ତେବେ ନିଜ ସେଲିବ୍ରେସନକୁ ନେଇ ରାହୁଲ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ମୋର ପସନ୍ଦର ଫିଲ୍ମ କାନ୍ତାରା ଦୃଶ୍ୟକୁ ମୁଁ ସେଲିବ୍ରେସନରେ ଦେଖାଇବାକୁ ପ୍ରୟାସ କରିଥିଲି।
KL RAHUL. 🦁
KANTARA. 🔥- KL talks about taking the celebration from his favourite movie, Kantara. 👏pic.twitter.com/DZ18y7kkzR
— Mufaddal Vohra (@mufaddal_vohra) April 11, 2025
ତେବେ ଆକାଶ ଚୋପ୍ରାଙ୍କ ମତରେ ଏହା ଆରସିବି ମ୍ୟାନେଜମେଣ୍ଟ ପାଇଁ ରାହୁଲଙ୍କ ସନ୍ଦେଶ ଥିଲା। ରାହୁଲ ପୂର୍ବରୁ ଆରସିବି ଟିମରେ ଥିଲେ। ଚଳିତ ବର୍ଷ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଛାଡି ରାହୁଲ ମେଗା ଅକ୍ସନରେ ସାମିଲ ହୋଇଥିଲେ। ରାହୁଲଙ୍କୁ କିଣିବାକୁ ଆରସିବି ମ୍ୟାନେଜମେଣ୍ଟ ଆଗ୍ରହ ପ୍ରକାଶ କରି ନ ଥିଲେ। ଏପରିକି ଭେଙ୍କଟେଶ ଆୟରଙ୍କ ପରି ଖେଳାଳିଙ୍କୁ କିଣିବା ପାଇଁ ଦଳ ୨୧ କୋଟି ପ୍ରଦାନ କରିବାକୁ ରାଜି ଥିଲା। ତେବେ ରାହୁଲଙ୍କ ପାଇଁ ନ ଯିବା ତାଙ୍କୁ ଆଘାତ ଦେଇଥିବା କହିଥିଲେ ଆକାଶ ଚୋପ୍ରା କହିଥିଲେ ରାହୁଲ ଏହି ଇନିଂସ ସହିତ ଆରସିବି ମ୍ୟାନେଜମେଣ୍ଟ ଠାରୁ ପ୍ରତିଶୋଧ ନେଇଛନ୍ତି।
୧୬୪ ରନ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ୩୯ ରନରେ ୩ ଓ ୫୮ ରନରେ ୪ ୱିକେଟ ହରାଇଥିଲା। ତେବେ ଲୋକେଶ ରାହୁଲ ୫୩ ବଲରୁ ୭ ଚୌକା ଓ ୬ ଛକା ମାରି ଅପରାଜିତ ୯୩ ରନ କରିଥିଲେ। ରାହୁଲଙ୍କ ଇନିଂସ ବଳରେ ୪ ମ୍ୟାଚରୁ ୪ ବିଜୟ ସହିତ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)